ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବ୍ରହ୍ମାଣ୍ଡର ସବୁଠୁ ବଡ଼ ରହସ୍ୟର ଖୁଲାସା , ବୈଜ୍ଞାନିକମାନେ ମହାକାଶରେ ଆବିଷ୍କାର କଲେ ‘ମହା ସୁଡ଼ଙ୍ଗ’

Published By : Prameya | January 21, 2025 11:19 PM

ନୂଆଦିଲ୍ଲୀ : ବ୍ରହ୍ମାଣ୍ଡ ଅଗଣିତ ରହସ୍ୟର ସମାହାର। ଅନେକ ବର୍ଷରୁ ବିଶ୍ୱର ପ୍ରସିଦ୍ଧ ବୈଜ୍ଞାନିକମାନେ ବ୍ରହ୍ମାଣ୍ଡକୁ ନେଇ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆଣୁଛନ୍ତି, ତଥାପି ପ୍ରତି ନୂଆ ଆବିଷ୍କାର ଆଶ୍ଚର୍ଯ୍ୟ କରିଥାଏ। ଏହିଥର ଆଷ୍ଟ୍ରୋନୋମରମାନେ ସୌରମଣ୍ଡଳର ଏକ ଅସ୍ପର୍ଶ ଭାଗରେ ଏକ ଅଦ୍ଭୁତ ଆବିଷ୍କାର କରିଛନ୍ତି। ସେମାନେ କସ୍ମିକ୍‌ ଟନେଲ୍‌ ଅର୍ଥାତ୍‌ ମହାସୁଡ଼ଙ୍ଗର ଅସ୍ତିତ୍ୱ ବିଷୟରେ ପତ୍ତା କରିଛନ୍ତି, ଯାହା ପୂରା ବ୍ରହ୍ମାଣ୍ଡରେ ତାରା ଗୁଡ଼ିକୁ ଯୋଡ଼ିଥାନ୍ତି। ଇରୋସିଟା ଅବଜର୍ଭେଟୋରୀ ଡାଟାର ବ୍ୟବହାର କରି କରାଯାଇ ଥିବା ଅଧ୍ୟୟନ ଅନୁସାରେ , ଏହି କ୍ଷେତ୍ର ଆଲୋକ ବର୍ଷ ଯାଏ ବ୍ୟାପି ଥିବା ଗରମ ପ୍ଲାଜମାରେ ପୂର୍ଣ୍ଣ ରାସ୍ତା , ଯାହା ଏକ ଜଟିଳ କସ୍ମିକ୍‌ ଜାଲର ନିର୍ମାଣ କରିଥାଏ।

ଉନ୍ନତ ମ୍ୟାପିଂ ଟେକନିକ୍‌ର ଉପଯୋଗ କରି , ରିସର୍ଚ୍ଚରମାନେ ଆକାଶଗଙ୍ଗା ଗୁଡ଼ିକୁ ଯୋଡ଼ୁ ଥିବା ଏହି ସଙ୍କିର୍ଣ୍ଣ ଚ୍ୟାନେଲକୁ ଚିହ୍ନଟ କରିଛନ୍ତି। ଏହି ଟନେଲ ବିଶାଳ ତାରା ଗୁଡ଼ିକର ସୁପରନୋଭା ବିସ୍ଫୋରଣରୁ ଉତ୍ପନ୍ନ ହୋଇଥାଏ। ଏହି ଶକ୍ତିଶାଳୀ ବିସ୍ଫୋରଣରୁ ଗରମ ପ୍ଲାଜମାର ବବଲ୍‌ ସବୁ ନିର୍ମିତ ହୁଏ ,ଯାହା ପରସ୍ପର ମଧ୍ୟରେ ଯୋଡ଼ି ହୋଇ ସଂରଚନାତ୍ମକ ୱେବ୍‌ ବା ଜାଲ ତିଆରି କରିଥାଏ। ଏହି ଜାଲ ଶକ୍ତି ଓ ସାମଗ୍ରୀକୁ ଆକାଶଗଙ୍ଗା ଗୁଡ଼ିକରେ ନେଇଯିବାର କାମ କରି ଥାଏ।

ଅଧ୍ୟୟନରେ କୁହାଯାଇଛି କି , ଏହି ଟନେଲ ତାରା ଗୁଡ଼ିକ ମଧ୍ୟରେ ଇଣ୍ଟରଷ୍ଟେଲର ସ୍ପେସ୍‌ରେ ଗତିବିଧିକୁ ପ୍ରଭାବିତ କରିଥାଏ। ଏହା କସ୍ମିକ କିରଣକୁ ମାର୍ଗଦର୍ଶନ ଦେବା ସହ ତାରାଗୁଡ଼ିକର ନିର୍ମାଣ ଓ ବିକିରଣ ସ୍ତରକୁ ମଧ୍ୟ ପ୍ରଭାବିତ କରେ। ଏହା ବ୍ୟତୀତ, ସୁପରନୋଭା ଦ୍ୱାରା ନିର୍ମିତ ତତ୍ତ୍ୱ, ଯାହା ଗ୍ରହ ଓ ଜୀବନ ପାଇଁ ଆବଶ୍ୟକ , ଏହା ଟନେଲ ମାଧ୍ୟମରେ ଯାତ୍ରା କରିଥାଏ ଏବଂ ନୂଆ ତାରକୀୟ ପ୍ରଣାଳୀଗୁଡ଼ିକର ନିର୍ମାଣ ପାଇଁ ମହତ୍ତ୍ୱପୂର୍ଣ୍ଣ ସାମଗ୍ରୀ ବିତରଣ କରେ। 

ଆଷ୍ଟ୍ରୋନୋମୀ ଓ ଆଷ୍ଟ୍ରୋଫିଜିକ୍ସରେ ପ୍ରକାଶିତ ଏକ ଅଧ୍ୟୟନ ସୌର ମଣ୍ଡଳ ପାଖରେ ଏକ କସ୍ମିକ୍‌ ଟନେଲ୍‌ର ଖୁଲାସା କରିଛି। କୁହାଯାଉଛି କି, ଏହି ଟନେଲ ଲୋକାଲ୍‌ ହଟ୍ ବବଲର ଅଂଶ। ଏହା ଗ୍ୟାସ୍‌ ମାଧ୍ୟମରେ ଏକ ମାର୍ଗ ଭାବେ କାର୍ଯ୍ୟ କରିଥାଏ, ଯାହା ସୌର ମଣ୍ଡଳକୁ ଆକାଶଗଙ୍ଗାର ଅନ୍ୟ ତାରାଙ୍କ ସହ ଯୋଡ଼ି ଥାଏ। ସ୍ପେସ୍‌ ଡଟ୍‌ କମ୍‌ ଅନୁସାରେ , ଏହି ଆବିଷ୍କାର ଆଷ୍ଟ୍ରୋନୋମୀରେ ଏକ ନୂଆ ଦୃଷ୍ଟି ପ୍ରଦାନ କରିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.