ନୂଆଦିଲ୍ଲୀ : ପାକିସ୍ତାନର କ୍ୱେଟା ରେଲୱେ ଷ୍ଟେସନରେ ହୋଇଛି ବଡ଼ ବୋମା ବିସ୍ଫୋରଣ। ଶନିବାର ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ ପାଖାପାଖି ୨୬ ଜଣ ଲୋକଙ୍କ ଜୀବନ ଚାଲି ଯାଇଛି ଏବଂ ଆଉ ୨୬ ଜଣ ଆହତ ହୋଇଛନ୍ତି। କ୍ୱେଟାର ବରିଷ୍ଠ ପୋଲିସ ଅଧିକାରୀ ମହମ୍ମଦ ବଲୁଚ କହିଛନ୍ତି ଯେ, ଯେଉଁ ୨୬ ଜଣ ଲୋକଙ୍କ ମୃତ୍ୟୁ ହେବାର ସ୍ପଷ୍ଟ ହୋଇଛି , ଏଥିରେ ପାକିସ୍ତାନୀ ସେନାର ୧୪ଜଣ ଯବାନ ସାମିଲ ଥିଲେ। କ୍ୱେଟାର ମୁଖ୍ୟ ରେଲୱେ ଷ୍ଟେସନରେ ହୋଇଥିବା ବିସ୍ଫୋରଣର ଏହି ଘଟଣା ସିସିଟିଭିରେ କଏଦ ହୋଇଛି, ଯାହାର ଫୁଟେଜ୍ ଇଣ୍ଟରନେଟ୍ରେ ଭାଇରାଲ ହେଉଛି।
ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳୁଛି ଯେ, ପ୍ଲାଟଫର୍ମରେ ଶହ ଶହ ଲୋକ ଟ୍ରେନକୁ ଅପେକ୍ଷା କରୁଛନ୍ତି, ସେତେବେଳେ ଜୋରରେ ବିସ୍ଫୋରଣ ହେଉଛି ଏବଂ ଆତଙ୍କିତ ମାହୋଲ ଖେଳି ଯାଉଛି। ବିସ୍ଫୋରଣ ଏତେ ଜୋରଦାର ହେଉଛି ଯେ, ଷ୍ଟେସନର ଛାତ ଉଡ଼ି ଯାଉଛି ଏବଂ ପ୍ଲାଟଫର୍ମରେ ମୃତଦେହ ସବୁ ବିଛେଇ ଦେଇ ପଡ଼ିବାର ଦେଖା ଯାଉଛି। ଆହତଙ୍କ ମଧ୍ୟରେ ଅନେକଙ୍କର ସ୍ଥିତି ଖୁବ୍ ଗୁରୁତର ରହିଛି। ଜିୟୋ ଟିଭି ମୁତାବିକ , ଏହି ବ୍ଲାଷ୍ଟର ପଛର ସଠିକ୍ କାରଣ ଜାଣିବା ପାଇଁ ଯାଞ୍ଚ ଆରମ୍ଭ କରି ଦିଆ ଯାଇଛି।
ପାକିସ୍ତାନ ନିଜର ଉତ୍ତର-ପଶ୍ଚିମ ଭାଗରେ ଆତଙ୍କବାଦୀ ହମଲାର ବୃଦ୍ଧି ଓ ଦକ୍ଷିଣରେ ବିଚ୍ଛିନ୍ନତାବାଦୀ ବିଦ୍ରୋହ ବୃଦ୍ଧିକୁ ନେଇ ଚିନ୍ତାରେ। କ୍ୱେଟାର ଏସଏସପି ମହମ୍ମଦ ବଲୁଚ କହିଛି, ବିସ୍ଫୋରଣ ରେଲୱେ ଷ୍ଟେସନ ଭିତରେ ସେତେବେଳେ ହେଲା ଯେତେବେଳେ ପେଶାୱର ଯାଉ ଥିବା ଏକ୍ସପ୍ରେସ୍ ନିଜର ଗନ୍ତବ୍ୟ ପାଇଁ ପ୍ରସ୍ଥାନ କରିବାର ଥିଲା। ଏହି ବ୍ଲାଷ୍ଟର ଦାୟିତ୍ୱ ବଲୁଚ ଲିବରେସନ ଆର୍ମି ନେଇଛି। ବଲୁଚ ଲିବରେସନ ଆର୍ମି (ବିଏମଏ) କହିଛି କି ହମଲାରେ ଜାଫର ଏକ୍ସପ୍ରେସ ଟ୍ରେନ୍ରେ ବସି ଥିବା ସେନା କର୍ମୀଙ୍କୁ ଟାର୍ଟେଗ୍ କରାଯାଇଛି , କାରଣ ସେମାନେ ଷ୍ଟେସନ ଛାଡ଼ିବାକୁ ପ୍ରସ୍ତୁତି କରୁଥିଲେ।
ଉକ୍ତ ଘଟଣା ରେଲୱେର ବେସିକ୍ ଇନଫ୍ରାଷ୍ଟକଚରକୁ ମଧ୍ୟ କ୍ଷତି କରିଛି। ଏହାପରେ ଅଧିକାରୀମାନେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି। ବଲୁଚ ଲିବରେସନ ଆର୍ମିର ପ୍ରବକ୍ତା ଜିଆନ୍ଦ ବଲୁଚ କହିଛନ୍ତି, ଆମେ କ୍ୱେଟା ରେଲୱେ ଷ୍ଟେସନରେ ହୋଇଥିବା ବିସ୍ଫୋରଣରେ ନିଜକୁ ଦାୟୀ କରୁଛୁ। ଆଜି ସକାଳେ କ୍ୱେଟା ରେଲୱେ ଷ୍ଟେସନରେ ପାକିସ୍ତାନୀ ସେନାର ଏକ ୟୁନିଟ୍କୁ ଟାର୍ଗେଟ୍ କରି ସେତେବେଳେ ସୁଇସାଇଡ୍ ଆଟାକ କରାଗଲା , ଯେତେବେଳେ ଯବାନ ଇନଫାଣ୍ଟ୍ରି ସ୍କୁଲରେ କୋର୍ସ ପୂରା କରିବା ପରେ ଜାଫର ଏକ୍ସପ୍ରେସରେ ଫେରୁଥିଲେ। ଏହି ହମଲା ବିଏଲଏର ଫିଦାୟୀ ୟୁନିଟ୍ ମାଜିଦ୍ ବ୍ରିଗେଡ୍ ଦ୍ୱାରା କରାଯାଇଛି।