ନୂଆଦିଲ୍ଲୀ,୦୩/୦୫; ପୂର୍ବ ଦିଲ୍ଲୀର ଶାହଦାରାର ଏକ ପ୍ରସିଦ୍ଧ ଅଞ୍ଚଳ ବିବେକ ବିହାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ୬ଟି ଫ୍ଲାଟରେ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏସି ବ୍ଲାଷ୍ଟରୁ ନିଆଁ ଲାଗିଥିବା କୁହାଯାଉଛି । ଘଟଣା ଜାଣିବାକୁ ପର ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି । ୯ ଜଣଙ୍କର ମୃତ୍ୟୁ ହୋଇଛି । ବିଲ୍ଡିଂରେ ମୋଟ୍ ୮ଟି ପରିବାର ରହୁଥିଲେ ।
ପୂରା ଘଟଣା କ’ଣ ? ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀର ବିବେକ ବିହାରରେ ଥିବା ୬ ଟି ଫ୍ଲାଟରେ ହଠାତ୍ ନିଆଁ ଲାଗିଗଲା । ଅଗ୍ନିଶମ ବିଭାଗକୁ ଭୋର ୩:୪୮ରେ ଅଗ୍ନିକାଣ୍ଡ ସମ୍ପର୍କରେ ଏକ ଫୋନ୍ ମିଳିଥିଲା, ଏହା ପରେ ଅଗ୍ନିଶମ ଗାଡ଼ି ପଠାଯାଇଥିଲା । ଘଟଣାସ୍ଥଳରେ ଅନେକ ଲୋକ ଫସି ରହିଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିଲେ । ପୁଲିସ ଏବଂ ଅଗ୍ନିଶମ ବାହିନୀର ସୂଚନା ଅନୁଯାୟୀ, ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଛି ।
ଏହା ବି ପଢନ୍ତୁ...'ବାପା ବଞ୍ଚିବା ମୁସ୍କିଲ ହୋଇପଡ଼ିଛି'...ଜଜ୍ ଅମନଙ୍କ ମୃତ୍ୟୁ ନେଇ ପତ୍ନୀଙ୍କ ନାଁରେ ଅଭିଯୋଗ, ପୁଅ ଫୋନ୍ ପାଇ ବାପା ଆସିଲେ ହେଲେ....
ପୁଲିସ କହିଛି ଯେ, ସକାଳ ପ୍ରାୟ ୩ଟା ୪୮ସମୟରେ ବିବେକ ବିହାର ପୁଲିସ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା । ଅଗ୍ନିକାଣ୍ଡ କମ୍ପ୍ଲେକ୍ସର ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ମହଲାରେ ଥିବା ଫ୍ଲାଟଗୁଡ଼ିକୁ ପୋଡ଼ି ଯାଇଛି । ଉଦ୍ଧାର ଏବଂ ଅଗ୍ନି ନିର୍ବାପନ କାର୍ଯ୍ୟ ସମୟରେ, କୋଠାରୁ ୧୦-୧୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସାମାନ୍ୟ ଆହତ ହୋଇଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଗୁରୁ ତେଗ ବାହାଦୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ DDMA କର୍ମଚାରୀ, ଟ୍ରାଫିକ୍ ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ସହିତ ୧୨ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲେ । ତଦନ୍ତ ଜାରି ରହିଛି ।
ନିକଟରେ ଗାଜିଆବାଦର ଇନ୍ଦିରାପୁରମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଗୌର ଗ୍ରୀନ୍ ଆଭେନ୍ୟୁର ୯ମ ରୁ ୧୩ମ ମହଲା ପର୍ଯ୍ୟନ୍ତ ନିଆଁ ବ୍ୟାପିଥିଲା। ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ପର୍ଯ୍ୟନ୍ତ ନିଆଁର ଧୂଆଁ ଦେଖାଯାଉଥିଲା । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବିଶେଷଜ୍ଞଙ୍କ ଅନୁସାରେ ଯଦି ଏସିରେ କୌଣସି ଅସ୍ୱଭାବିକ ଶବ୍ଦ, ଗନ୍ଧ କିମ୍ବା ସ୍ପାର୍କିଂ ଦେଖିବାକୁ ମିଳେ ତେବେ ତୁରନ୍ତ ଯାଞ୍ଚ କରନ୍ତୁ ।