ପ୍ରମୂଖ ଖବର
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

Pahalgam Attack: ସଂପୂର୍ଣ୍ଣ ବନ୍ଦ ହେଲା ଅଟାରୀ-ୱାଘା ବର୍ଡର; ୯୦୦ରୁ ଅଧିକ ପାକିସ୍ତାନୀ ଛାଡିଲେ ଭାରତ

Published By : Bijay Swain | May 1, 2025 7:39 PM

Image courtesy: mathrubhumi

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସୀମାରେ ଥିବା ଅଟାରୀ-ୱାଘା ବର୍ଡରକୁ ଗୁରୁବାର ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆ ଯାଇଛି। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନ ନାଗରିକ ମାନଙ୍କ ଭିସା ରଦ୍ଧ କରିଥିଲା। ଏହାପରେ ଭାରତରେ ରହୁଥିବା ଅବୈଧ ପାକିସ୍ତାନୀ ନାଗରକମାନଙ୍କୁ ଏହି ପଥରେ ପାକିସ୍ତାନ ପଠାଯାଉଥିଲା। 

ଗୁରୁବାର ଅଟାରୀ-ୱାଘା ବର୍ଡର ଦେଇ ଭାରତରୁ କୌଣସି ବ୍ୟକ୍ତିଙ୍କୁ ପାକିସ୍ତାନ ପଠାଯାଇ ନଥିଲା କି ପାକିସ୍ତାନ ପଟୁ କେହି ଭାରତକୁ ଆସି ନାହାନ୍ତି। ବୁଧବାର ପାକିସ୍ତାନର ମୋଟ ୧୨୫ ଜଣ ଅବୈଧ ନାଗରିକଙ୍କୁ ଭାରତ ନିଜଆଡୁ ପାକିସ୍ତାନକୁ ପଠାଇ ଥିଲା। ମାତ୍ର ସାତ ଦିନ ମଧ୍ୟରେ ଭାରତରେ ରହୁଥିବା ପାକିସ୍ତାନର ମୋଟ୍ ୯୧୧ ଜଣ ଅବୈଧ ନାଗରିକଙ୍କୁ ଭାରତ ପାକିସ୍ତାନ ପଠାଇ ଦେଇଛି। ସେହିଭଳି ଗତ ବୁଧବାର ମୋଟ ୧୫ ଜଣ ଭାରତୀୟ ବୈଧ ପାକିସ୍ତାନ ଭିସା ନେଇ ପାକିସ୍ତାନକୁ ପ୍ରବେଶ କରିଥିଲେ। ତେବେ ମୋଟ୍ ୨୩ ଜଣ ଭାରତୀୟ ଭିସା ରଦ୍ଧ ହେବା ପରେ ପାକିସ୍ତାନ ଯାଇଥିବା ଜଣାପଡିଛି। 

ସମାନ ସମୟରେ ସିଂହଭାଗ ଲୋକ ଭାରତକୁ ପ୍ରବେଶ କରିଛନ୍ତି। ଆଧିକାରିକ ସ୍ତରରେ ଜାରି ହୋଇଥିବା ରିପୋର୍ଟ ମୁତାବକଗତ ଏକ ସପ୍ତାହ ମଧ୍ୟରେ ୧୬୧୭ ଜଣ ଭାରତୀୟ ନାଗରିକ ଓ ୨୨୪ ଜଣ ଦୀର୍ଘ-କାଳିନ ଭିସା ଥିବା ପାକିସ୍ତାନୀ ନାଗରିକ ଭାରତରେ ପ୍ରବେଶ କରିଛନ୍ତି। ତେବେ ସମସ୍ତ ନାଗରିକଙ୍କୁ ପାକିସ୍ତାନ ପଠାଇବା ଓ ଭାରତକୁ ଆଣିବା ପାଇଁ ପଞ୍ଜାବର ଅମୃତଶରରେ ଥିବା ଅଟାରୀ-ୱାଘା ବର୍ଡରର ବ୍ୟାବହାର କରାଯାଇଥିଲା। 

ଜମ୍ମୁ ଓ କାଶ୍ମୀରର ପହଲଗାମରେ ଥିବା ବୈସରଣ ଭ୍ୟାଲିରେ ଆତଙ୍କୀ ଆକ୍ରମଣରେ ମୋଟ୍ ୨୬ ଜଣ ପର୍ଯ୍ୟଟକଙ୍କ ଦେହାନ୍ତ ହୋଇତିଲା। ଏହି ଆକ୍ରମଣକରେ ଲସ୍କର-ଏ-ତୋଇବା ଓ ଦି ରେସିଷ୍ଟାନ୍ସ ଫ୍ରଣ୍ଟ ଜଡ଼ିତ ଥିବାରୁ ଭାରତ ପାକିସ୍ତାନ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିଛି। ଯେଉଁଥିରେ ଇଣ୍ଡସ ଜଳ ଚୁକ୍ତି ସ୍ଥଗିତ ଓ ସୀମାନ୍ତ ବନ୍ଦ ଓ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଧ କରିବା ନିଷ୍ପତି ଗ୍ରହଣ କରାଯାଇଥିଲା। ଭାରତ ସରକାରଙ୍କ ଦ୍ୱାରା ଭାରତକୁ ଆସିଥିବା ସାର୍କ ଭିସା ଧାରକମାନଙ୍କ ପାଇଁ ୨୬ ତାରିଖ, ମେଡିକାଲ ଭିସାରେ ଆସିଥିବା ଲୋକମାନଙ୍କ ପାଇଁ ୨୯ ଏପ୍ରିଲ ଓ ଅନ୍ୟାନ୍ୟ ଭିସା ପାଇଁ ୨୭ ତାରିଖ ଯାଏ ଡେଡଲାଇନ ଧାର୍ଯ୍ୟ କରିଥିଲେ। 

ତେବେ ଏପ୍ରିଲ୍‌ ୨୪ରୁ ୩୦ ତାରିଖ ମଧ୍ୟରେ ଶତାଧିକ ପାକିସ୍ତାନୀ ନାଗରିକ ଅଟାରୀ-ୱାଘା ବର୍ଡର ଦେଇ ଭାରତ ଛାଡି ପାକିସ୍ତାନ ଯାଇଥିଲେ। ସେମାନଙ୍କ ସହ ଭାରତରେ ଥିବା ପାକିସ୍ତାନର ଅନେକ କୂଟନୀତିଜ୍ଞ ଓ ସେମାନଙ୍କ ପରିବାର ଲୋକ ମଧ୍ୟ ଭାରତ ଛାଡି ପାକିସ୍ତାନ ଯାଇଥିଲେ। ସମାନ ଢଙ୍ଗରେ ୨୯ ଏପ୍ରିଲରେ ୪୬୯ ଭାରତୀୟଙ୍କ ସହ ୧୧ ଜଣ ଭାରତୀୟ କୂଟନୀତିଜ୍ଞ ଭାରତକୁ ଫେରିଆସିଛନ୍ତି। 

ପହଲଗାମ ଆକ୍ରମଣ ପରେ ଉଭୟ ଦେଶର ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ଉଭୟ ଦେଶ ପରସ୍ପର ବିରୁଦ୍ଧରେ ଆକ୍ସନ ଗ୍ରହଣ କରିଛନ୍ତି। ତେବେ ଏବେଠୁ ଉଭୟ ପକ୍ଷ ନିଜ ନିଜ ବର୍ଡର ବନ୍ଦ କରିଛନ୍ତି। ଯଦି କୌଣସି ଅବୈଧ ପାକିସ୍ତାନ ନାଗରିକ ବର୍ତ୍ତମାନ ଭାରତରେ ଠାବ ହୁଅନ୍ତି ତେବେ ତାଙ୍କୁ ଜେଲ ଦଣ୍ଡାଦେଶ ହବ ସହ ୩ ଲକ୍ଷ ଟଙ୍କା ଯାଏ ଜୋରିମାନା କରାଯିବ ବୋଲି ସୂଚନା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.