ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପର୍ଥ ଟେଷ୍ଟର ପ୍ରଥମ ଦିନରେ ବୋଲରଙ୍କ ଦବଦବା, ଭାରତୀୟ ଟିମ୍‌ର ପଲ୍ଲା ଭାରୀ

Published By : Tapas Panda | November 22, 2024 5:35 PM

Image Courtesy: espncricinfo

ନୂଆଦିଲ୍ଲୀ: ପର୍ଥ ଟେଷ୍ଟର ପ୍ରଥମ ଦିନରେ ହିଁ ଜବରଦସ୍ତ କମବ୍ୟାକ୍‌ କରିଛି ଭାରତୀୟ ଦଳ ।  ଜସପ୍ରୀତ ବୁମରାଙ୍କ ଘାତକ ବୋଲିଂର ଶିକାର ହୋଇଛି ଘରୋଇ ଅଷ୍ଟ୍ରେଲିଆ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍‌ ୨୭ ଓଭରରେ ୭ ଓ୍ବିକେଟ ହରାଇ ୬୭ ରନ୍‌ କରିଛି । ଏହା ସହ ଦଳ ଭାରତୀୟ ଟିମ୍‌ର ସ୍କୋର ଠାରୁ ୮୩ ରନ୍‌ରେ ପଛରେ ରହିଛି । ଦଳ ପକ୍ଷରୁ ଆଲେକ୍ସ କେରି ଏବଂ ମିଚେଲ ଷ୍ଟାର୍କ ଯଥାକ୍ରମେ ୧୯ ଓ ୬ ରନ୍‌ କରି ଅପରାଜିତ ଅଛନ୍ତି । ସେପଟେ ଅଧିନାୟକ ଦାୟିତ୍ବ ସମ୍ଭାଳିଥିବା ଜସପ୍ରୀତ ବୁମରା  ୧୭ ରନ୍‌ ଦେଇ ସର୍ବାଧିକ ୪ ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ୍‌ ୨ ଏବଂ ହର୍ଷିତ ରାଣା ଗୋଟିଏ ଓ୍ବିକେଟ ନେଇଛନ୍ତି ।

ଏହା ପୂର୍ବରୁ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍‌ରେ ଅଲ୍ଆଉଟ୍ ହୋଇଥିଲା । ଭାରତୀୟ ଟିମ୍ ପାଖରେ ୮୩ ରନ୍ ଲିଡ୍ ରହିଛି । ପର୍ଥ ପିଚ୍ ବ୍ୟାଟରଙ୍କ ପାଇଁ କାଳ ହୋଇଥିବା ବେଳେ ବୋଲର୍‌ଙ୍କ ଆତଙ୍କ ଦେଖିବାକୁ ମିଳିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ଓହ୍ଲାଇଥିବା ଭାରତୀୟ ବ୍ୟାଟର ଫ୍ଲପ୍ ସୋ' କରିଥିଲେ । ଏହାପରେ କିନ୍ତୁ ବୁମରାଙ୍କ ନେତୃତ୍ୱରେ ବୋଲର ବହୁତ ଭଲ ପ୍ରଦର୍ଶନ କରିଥିବା ବେଳେ ଦଳ ଜୋରଦାର କମବ୍ୟାକ୍ କରିଛି । ପର୍ଥ ଟେଷ୍ଟର ପ୍ରଥମ ଦିନରେ ସବୁଠୁ ବଡ଼ ଖବର ହେଉଛି ସମସ୍ତ ୧୭ ୱିକେଟ୍ ଫାଷ୍ଟ ବୋଲରଙ୍କୁ ମିଳିଛି ।

ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ବିପର୍ଯ୍ୟୟ ପରେ ଟିମ୍ ଇଣ୍ଡିଆ ମାତ୍ର ୧୫୦ ରନ୍‌ରେ ନିଜର ସମସ୍ତ ୱିକେଟ୍ ହରାଇଥିଲା । ଡେବ୍ୟୁ ମ୍ୟାଚ୍ ଖେଳୁଥିବା ନୀତୀଶ ରେଡ୍ଡୀ ସବୁଠୁ ଅଧିକ ୪୧ ରନ୍, ଋଷଭ ପନ୍ତ ୩୭ ରନ୍ ଏବଂ କେଏଲ୍ ରାହୁଲ ୨୬ ରନ୍ କରି ଆଉଟ୍ ହୋଇଥିଲେ । ଭାରତର ଓପନର ଯଶସ୍ବୀ ଜୈସ୍ୱାଲ ଏବଂ ଦେବଦତ୍ତ ପାଡିକ୍କଲ ଖାତା ନଖୋଲି ଫାଭିଲିୟନ ଫେରିଥିଲେ । ବିରାଟ କୋହିଲ ୫ ରନ୍ ଏବଂ ଧ୍ରୁବ ଜୁରେଲ ୧୧ ରନ୍ କରି ଆଉଟ ହୋଇଥିଲେ । ଅଷ୍ଟ୍ରେଲିଆର ଜୋଶ୍ ହେଜଲଉଡ୍‌ଙ୍କୁ ସର୍ବାଧିକ ୪ ୱିକେଟ୍ ମିଳିଥିଲା । ଅନ୍ୟପଟେ ମିଚେଲ୍ ଷ୍ଟାର୍କ, ପାଟ୍ କମିନ୍ସ ଏବଂ ମାର୍ଶ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.