ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଷ୍ଟ୍ରେଲିଆରେ ପିଲାଙ୍କୁ ସୋସିଆଲ ମିଡିଆ ମନା: ଜାନୁଆରୀ ପହିଲାରୁ ଲାଗୁ ହେବ ଆଇନ୍, ଉଲ୍ଲଂଘନ କଲେ ୨୭୫ କୋଟି ଟଙ୍କା ଜରିମାନା

Published By : Prameya | November 29, 2024 8:38 AM

ସିଡ୍‌ନୀ,୨୯/୧୧: ଅଷ୍ଟ୍ରେଲିଆରେ ୧୬  ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ ସୋସିଆଲ  ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ କରାଯିବ ।  ଏଥିପାଇଁ ଅଷ୍ଟ୍ରେଲିଆ ସରକାର ଆଇନ ଆଣିଛନ୍ତି ।  ଏଭଳି ଏକ ଆଇନକୁ ନେଇ ଦେଶରେ ଅନେକ  ଦିନ ହେଲା ବିତର୍କ ଲାଗି ରହିଥିଲା । ଶେଷରେ ସଂସଦରେ ବିଲ୍‌ ଗୃହୀତ ହୋଇଛି । 

ଗୁରୁବାର ସିନେଟରେ  ବହୁମତ ୩୭-୧୯ରେ ବିଲ୍‌ ପାସ ହୋଇଛି । ପୂର୍ବରୁ  ପ୍ରତିନିଧି ସଭାରେ ୧୦୩-୧୩ ବହୁମତରେ ବିଲ୍‌ ପାସ୍‌ ହୋଇଥିଲା । ଆଇନରେ ରହିଥିବା ପ୍ରାବଧାନ ଅନୁସାରେ  ଦେଶରେ ୧୬ ବର୍ଷରୁ କମ୍‌ ବୟସର ପିଲାମାନେ ଆଉ  ଫେସବୁକ, ଏକ୍ସ (ଟୁଇଟର), ଇନଷ୍ଟାଗ୍ରାମ, ଟିକଟକ,  ସ୍ନାପଚାଟ, ରେଡିଟ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ  ବ୍ୟବହାର କରିପାରିବେ ନାହିଁ । ୧୬ ବର୍ଷରୁ କମ୍‌  ବୟସର ପିଲାମାନେ ସୋସିଆଲ ମିଡିଆ ଆକାଉଣ୍ଟ  ଖୋଲିବା ଉପରେ ପ୍ରତିବନ୍ଧକ ଲାଗୁ ହେବ । ଯଦି  ସୋସିଆଲ ମିଡିଆ କମ୍ପାନି ଏହି ଆଇନ୍‌ରେ ଖିଲାପ  କରେ ତେବେ ତା ଉପରେ ୫ କୋଟି ଅଷ୍ଟ୍ରେଲୀୟ  ଡଲାର ଅର୍ଥାତ ୨୭୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ । 

ଆସନ୍ତା ଜାନୁଆରୀ ପହିଲାରୁ ଏହା ଲାଗୁ ହେବ । ଏଭଳି ଆଇନ ଆଣିବାରେ ଅଷ୍ଟ୍ରେଲିଆ ବିଶ୍ୱରେ  ପ୍ରଥମ ଦେଶ । ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଦଣ୍ଡରୁ  ରିହାତି ଦେବା ସହ ପ୍ରାବଧାନ ଲାଗୁ କରିବାର ତରିକା  ଉପରେ ବିଚାର କରିବା ଏବଂ ତାକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ୧ ବର୍ଷର ଗ୍ରେସ୍‌ ପିରିୟଡ  ରହିବ । ସେହିଭଳି ବ୍ୟବହାରକାରୀଙ୍କ ଗୋପନୀୟତା  ଓ ବ୍ୟକ୍ତିଗତ ସୁରକ୍ଷାକୁ ନେଇ ମଧ୍ୟ ଆଇନରେ ବ୍ୟବସ୍ଥା  କରାଯାଇଛି । ସେଥିରେ କୁହାଯାଇଛି କି କୌଣସି  ବ୍ୟବହାରକାରୀଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନିମାନେ ନିଜର ଗୋପନୀୟ ଦସ୍ତାବିଜ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କୌଣସି ପ୍ରମାଣପତ୍ର ଦେବାକୁ  ବାଧ୍ୟ କରାଯାଇପାରିବ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.