ଦିଗପହଣ୍ଡି ,୦୩/୧୨: ବର୍ତ୍ତମାନର ଆଧୁନିକ ତଥା ଚାକଚକ୍ୟ ସମାଜରେ କେହି ମଧ୍ୟ ଟଙ୍କାଟିଏ ପଇସା ହାତଛଡ଼ା କରିନଥାନ୍ତି । କିନ୍ତୁ ଏଭଳି ସମୟରେ ଅନେକ ଲୋକେ ଅଛନ୍ତି ଯେଉଁମାନେ କି ଅନ୍ୟର ସମ୍ପତ୍ତି ଉପରେ ଲୋଭ ରଖନ୍ତି ନାହିଁ । ଏମିତି ମାନବିକତା ଦେଖାଇଛନ୍ତି ଅଟୋ ଚାଳକ । ପାଇଥିବା ବ୍ୟାଗ ଫେରାଇ ମାନବିକତାର ବଡ଼ ଉଦାହରଣକୁ ପ୍ରମାଣିତ କରିଛନ୍ତି । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରୁ ସାମ୍ନାକୁ ଆସିଛି ।  ଚିନ୍ତାଖାଲି ଗାଁର ଜଣେ ଵ୍ୟକ୍ତି ସତ୍ୟ ନାରାୟଣ ଦୋରାଙ୍କ ବ୍ୟଗ ହଜିଯାଇଥିଲା । ଯେଉଁଥିରେ ଷାଠିଏ ହଜାର ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ଵ୍ୟକ୍ତି ।

ବ୍ୟାଗ ହଜିବାର କେହି ଘଣ୍ଟା ପରେ ବ୍ୟାଗ ପାଇଥିବା ସାନଖେମୁଣ୍ଡି ବ୍ଲକ ପଳାସପୁରର ଜଣେ ଅଟୋ ଚାଳକ ଟୁକୁନା ସେଠି ଫୋନ କରି ବ୍ୟାଗଟିକୁ ଦିଗପହଣ୍ଡି ଥାନା ପରିସରରେ ପୁଲିସର ଉପସ୍ଥିତିରେ ଫେରାଇଛନ୍ତି । ନିଜ ହଜି ଯାଇଥିବା ବ୍ୟାଗ ଟଙ୍କା ପାଇ ଖୁସି ବ୍ୟକ୍ତ କରିଛନ୍ତି ଵ୍ୟକ୍ତି ଜଣଙ୍କ । ଯାହାକୁ ନେଇ ଅଞ୍ଚଳରେ ଅଟୋ ଚାଳକଙ୍କୁ ପ୍ରଶଂସା କରାଯାଇଛି ।