ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ହୃଦ୍‌ଘାତର ଆଶଙ୍କା କମାଏ ଆଭୋକାଡୋ, ଜାଣନ୍ତୁ ଏହାର ଅନ୍ୟ ଫାଇଦା

Published By : Prameya | April 15, 2025 10:22 AM

ଭୁବନେଶ୍ୱର ୧୫/୦୪: ସ୍ୱାସ୍ଥ୍ୟ ପାଇଁ ସନ୍ତୁଳିତ ଆହାର ଜରୁରି । ସେଥିପାଇଁ ଖାଦ୍ୟରେ ବିଭିନ୍ନ ପ୍ରକାରର  ଫଳ ଓ ପନିପରିବାକୁ ସାମିଲ୍‌ କରିବାକୁ କୁହାଯାଇଥାଏ । ପ୍ରତ୍ୟେକ ଫଳର   କିଛି ନା କିଛି ବିଶେଷତ୍ୱ ରହିଥାଏ, ଯଦ୍ୱାରା ଏହା ଲୋକଙ୍କର ପସନ୍ଦିଆ ଫଳ  ହୋଇଥାଏ । ସେମିତି ଏକ ଫଳ ହେଉଛି ଆଭୋକାଡୋ, ଯାହା ଶରୀର ପାଇଁ ଖୁବ୍‌   ଲାଭଦାୟକ । ଏହା ପୋଷକ ତତ୍ତ୍ୱରେ ଭରା । ଏହା ପାଚନ ତନ୍ତ୍ରଠାରୁ ଆରମ୍ଭ କରି  ମଧୁମେହ ଓ ହୃଦ୍‌ଘାତ ତଥା ମସ୍ତିଷ୍କ ପାଇଁ ମଧ୍ୟ ବେଶ ଉପକାରୀ । ଚାଲନ୍ତୁ ଜାଣିବା ଆଭୋକାଡୋରୁ ଶରୀରକୁ କି ଲାଭ ମିଳିଥାଏ । 

ହୃଦୟକୁ  ସୁସ୍ଥ ରଖେ :

ଆଭୋକାଡୋ ଲିପଡ୍‌ ପ୍ରୋଫାଇଲ୍‌ରେ ସୁଧାର ଆଣିବା ସହ ହୃଦୟକୁ ସୁରକ୍ଷାତ୍ମକ   ବଳୟ ଦେଇଥାଏ । ନିୟମିତ ୫ ସପ୍ତାହ ଆଭୋକାଡୋ ଖାଇବା ଦ୍ୱାରା ବଢିଥିବା ଲିପିଡ୍‌ ପ୍ରୋଫାଇଲ୍‌ ସ୍ତରକୁ କମ୍‌ କରାଯାଇପାରେ ।   ଟ୍ରାଇଗ୍ଲିସରାଇଡସ୍‌ ଏବଂ ଏଲ୍‌ଡିଏଲ୍‌କୁ କମ୍‌ କରି ଏଚ୍‌ଡିଏଲ୍‌କୁ ବଢାଇଥାଏ ।  

ଶର୍କରାସ୍ତରକୁ ନିୟନ୍ତ୍ରିତ ରଖେ : 

ଡାଏଟ୍‌ରେ ଆଭୋକାଡୋକୁ ସାମିଲ୍‌ କରିବା ଦ୍ୱାରା  ରକ୍ତରେ ଶର୍କରା ସ୍ତର ଅଧିକ ବଢି ନଥାଏ । ଦିନକୁ ଅଧା  ଆଭୋକାଡୋ ଖାଇବା ଦ୍ୱାରା ଶର୍କରାର ବୃଦ୍ଧିକୁ ରୋକା ଯାଇପାରିବ । ନିୟମିତ  ଖାଇବା ଦ୍ୱାରା ଏହା ପେଟର ଚର୍ବି ଓ ଅନ୍ତନଳୀରେ ଜମୁଥିବା ଚର୍ବିକୁ ମଧ୍ୟ କମ୍‌  କରିଥାଏ । ଅନ୍ତନଳୀରେ ଜମୁଥିବା ଚର୍ବି ମଧୁମେହର କାରଣ ସାଜିଥାଏ ।  

ଶରୀରରେ ପୋଷକ ତତ୍ତ୍ୱର ଅଭାବକୁ ଦୂରାଏ :

ଅନ୍ୟାନ୍ୟ ସମସ୍ତ ଖାଦ୍ୟ ଅପେକ୍ଷା ଆଭୋକାଡୋ ଅଧିକ ଆଣ୍ଟି ଅକ୍ସିଡାଣ୍ଟ ଅବଶୋଷଣ   କରିଥାଏ । ଆଭୋକାଡ୍‌ ସହ ଟମାଟୋ ସସ୍‌ ଓ ଗାଇଜର ମିଶାଇ ଖାଇବା ଦ୍ୱାରା  ଭିଟାମିନ୍‌ ଏ’ର ଅବଶୋଷଣ ବଢିଥାଏ, ଯାହା ଚର୍ମ, ଦୃଷ୍ଟିଶକ୍ତି ଓ ରୋଗ  ପ୍ରତିରୋଧକ ଶକ୍ତି ପାଇଁ ମହତ୍ତ୍ୱପୂର୍ଣ୍ଣ ।  

ସୁଧାର ଆଣେ ପାଚନ ତନ୍ତ୍ରରେ :

ଏହା ପାଚନ ତନ୍ତ୍ରରେ ସୁଧାର ଆଣିଥାଏ । ଏକ ସୁସ୍ଥ  ଅନ୍ତନଳୀ ମାଇକ୍ରୋବାୟୋମ୍‌ ପ୍ରତିରୋଧ କାର୍ଯ୍ୟକୁ ମଜଭୁତ୍‌   କରିଥାଏ । ପୁରୁଣା ରୋଗରୁ ମଧ୍ୟ ଆଶ୍ୱସ୍ତି ଦେଇଥାଏ । 

ମସ୍ତିଷ୍କର କ୍ରିୟାକଳାପ ବଢାଏ :

ବୟସ୍କ ଲୋକମାନେ ଡାଏଟ୍‌ରେ ଆଭୋକାଡୋ ସାମିଲ୍‌ କରିବା ଦ୍ୱାରା ସ୍ମରଣଶକ୍ତିରେ ସୁଧାର ଆସିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.