ନୂଆଦିଲ୍ଲୀ,୧୨/୦୫; ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲଙ୍କ ବିରୋଧରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଞ୍ଜାବ ଏବଂ ଦିଲ୍ଲୀ ମଧ୍ୟରେ ମ୍ୟାଚ୍ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ସହିତ, ଅକ୍ଷର ପଟେଲ ଏବେ ଚଳିତ ଆଇପିଏଲରେ ଅଧିନାୟକଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ଯେଉଁମାନଙ୍କୁ ପୂର୍ବରୁ BCCI ଦ୍ୱାରା ଜରିମାନା କରାଯାଇଛି । ଡିସି ଅଧିନାୟକ ଅକ୍ଷର ପଟେଲଙ୍କୁ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ସ୍ଲୋ ଓଭର ରେଟ୍ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଯାହା ପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଗଣିବାକୁ ପଡ଼ିବ ।
ଜରିମାନା ସହିତ, ଅକ୍ଷର ପଟେଲ ଏହି ଅଧିନାୟକଙ୍କ କ୍ଲବରେ ସାମିଲ- ଏହା ଚଳିତ ଆଇପିଏଲରେରେ ଡିସି ଅଧିନାୟକ ଅକ୍ଷର ପଟେଲଙ୍କ ସ୍ଲୋ ଓଭର-ରେଟ୍ ଉଲ୍ଲଂଘନର ପ୍ରଥମ ଘଟଣା । ଅକ୍ଷର ୧୨ ଲକ୍ଷ ଟଙ୍କାର ଜରିମାନା କରାଯାଇଛି । ଯାହା ଏହି ଅପରାଧ ପାଇଁ ଜଣେ ଅଧିନାୟକଙ୍କୁ ମିଳିଥିବା ସର୍ବନିମ୍ନ ଦଣ୍ଡ । ଅକ୍ଷର ପଟେଲଙ୍କ ପୂର୍ବରୁ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ ଏବଂ ଋତୁରାଜଙ୍କ ଭଳି ଅଧିନାୟକଙ୍କୁ ମଧ୍ୟ ଆଇପିଏଲରେ ସ୍ଲୋ ଓଭର-ରେଟ୍ ଉଲ୍ଲଂଘନ ପାଇଁ ଜରିମାନା କରାଯାଇଛି । ଶ୍ରେୟସ ଆୟରଙ୍କୁ ଦୁଇଥର ଜରିମାନା କରାଯାଇଛି ।
ଦିଲ୍ଲୀର ବିଜୟରେ ଅକ୍ଷର ପଟେଲଙ୍କ ଭୂମିକା କିପରି ଥିଲା ? ଅକ୍ଷର ପଟେଲ ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ରେ ତାଙ୍କ ଦଳର ସ୍ଲୋ ଓଭର ରେଟ୍ ଯୋଗୁଁ ଜରିମାନାରେ ଦଣ୍ଡିତ ହୋଇଛନ୍ତି । କିନ୍ତୁ ତାଙ୍କ ଦଳ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା । ଏହି ବିଜୟରେ ତାଙ୍କର ମଧ୍ୟ ପ୍ରମୁଖ ଭୂମିକା ଥିଲା । ଅକ୍ଷର ପଟେଲ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ୫୬ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯାହା ଆଇପିଏଲ୍ ୨୦୨୬ରେ ତାଙ୍କର ସର୍ବାଧିକ ଇନିଂସ ମଧ୍ୟ । ପୂର୍ବରୁ ଏହି ସିଜିନରେ, ସେ ୫୦ ରନ୍ ମଧ୍ୟ କରିନଥିଲେ ।
ଏହା ବି ପଢନ୍ତୁ...IPL 2026: ଆଜି ଗୁଜରାଟକୁ ଭେଟିବ ହାଇଦ୍ରାବାଦ, ରାବାଡା ଓ ଟ୍ରାଭିସେକଙ୍କ ମଧ୍ୟରେ ଲଢ଼େଇ
୩ ୱିକେଟରେ ପଞ୍ଜାବକୁ ପରାସ୍ତ କରିଥିଲା- ପ୍ରଥମ ୭ଟି ମ୍ୟାଚ ଅପରାଜେୟ ରହି ୧୩ ପଏଣ୍ଟ ଅର୍ଜନ କରିଥିବା ପଞ୍ଜାବ ଲୟ ହରାଇ କ୍ରମାଗତ ଚତୁର୍ଥ ପରାଜୟର ସାମ୍ନା କରିଛି । ଆଜି ନିଜ ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ୫୫ତମ ଲିଗ୍ ମ୍ୟାଚରେ ଦଳ ୩ ୱିକେଟ୍ରେ ଦିଲ୍ଲୀ ଠାରୁ ପରାଜିତ ହୋଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୫ ୱିକେଟ୍ ହରାଇ ୨୧୦ ରନ ସଂଗ୍ରହ କରିଥିଲା । ଜବାବରେ ଦିଲ୍ଲୀ ୧୯ ଓଭରରେ ୭ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମାଧବ ତିୱାରୀ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଗୋଟିଏ ଓଭର ବାକି ଥାଇ ୩ ୱିକେଟରେ ମ୍ୟାଚ୍ ଜିତିଥିଲା ।