ମୁମ୍ବାଇ,୦୭/୧୧: ରବୀନୀ ଟଣ୍ଡନଙ୍କ ଝିଅ ରାଶା ଥଡାନୀ ଓ ଅଜୟ ଦେବଗାନଙ୍କ ଭଣଜା ଅମନ ଦେବଗନ ଖୁବଶୀଘ୍ର ବଲିଉଡରେ କରିବାକୁ ଯାଉଛନ୍ତି ଡେବ୍ୟୁ । ଉଭୟ ଫିଲ୍ମ 'ଆଜାଦ' ସହ ପରଦାରେ ଧମାକା କରିବାକୁ ପ୍ରସ୍ତୁତ । ଦୁହିଁଙ୍କର ପ୍ରଥମ ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଛି । ଏହି ଟିଜରରେ ଉଭୟଙ୍କ ଝଲକ ଦେଖିବାକୁ ମିଳିଥିବା ବେଳେ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇଛି ।
ଟିଜର ପ୍ରଥମରେ ଅଶ୍ୱାରୋହୀଙ୍କ ପ୍ରବେଶରୁ ଆରମ୍ଭ ହୋଇଛି । ସେମାନେ ଶତ୍ରୁମାନଙ୍କ ସହ ଯୁଦ୍ଧ କରୁଛନ୍ତି । ପୃଷ୍ଠଭୂମିରେ ଜଣେ ବୃଦ୍ଧ ମହିଳାଙ୍କ ସ୍ୱର ଶୁଣିବାକୁ ମିଳେ । ସେ କୁହନ୍ତି- ସେହି ଦିନ ମହାରଣା ପ୍ରତାପଙ୍କର ହଲଦିଘାଟିରେ ୮-୯ ହଜାର ସୈନ୍ୟ ଥିଲେ । ଅନ୍ୟ ପାର୍ଶ୍ୱରେ ୪୦ ହଜାର ସୈନିକ ଥିଲେ । ଏହି ଜେଜେମା ମହାରଣା ପ୍ରତାପଙ୍କ ସାହସୀ ଏବଂ ନିର୍ଭୀକ ଘୋଡା ବିଷୟରେ କଥାବାର୍ତ୍ତା କରନ୍ତି । ସେ କୁହନ୍ତି- କିନ୍ତୁ ସବୁଠାରୁ ବିଶେଷ ଘୋଡା ନିଜେ ମହାରଣା ପ୍ରତାପଙ୍କ ସହିତ ଥିଲା । ହାତୀ ପରି ଉଚ୍ଚ, ବଜ୍ର ପରି ଗତି ସହ ଏବଂ ଯଦି ସେ ଡିଏଁ ତେବେ ସେ ସମଗ୍ର ଉପତ୍ୟକା ପାର କରିପାରେ । ଅମନ ଏକ ଛୋଟ ପୁଅ ଭାବରେ ଏବଂ ରାଶା ଜଣେ ଧନୀ ଝିଅ ଭାବରେ ଏଣ୍ଟ୍ରି କରନ୍ତି । ଭିଡିଓ ଶେଷରେ, ଅମନ ଉପରେ ଆକ୍ରମଣ ହୁଏ କିନ୍ତୁ ଆଜାଦ ତାଙ୍କୁ ସୁରକ୍ଷା ଦେବା ପାଇଁ ଠିଆ ହୋଇଥିଲେ ।
ଏନେଇ ଅଜୟ ଦେବଗନ ଇନଷ୍ଟାଗ୍ରାମରେ ଫିଲ୍ମର ଟିଜର ପୋଷ୍ଟ କରି ଲେଖିଛନ୍ତି, 'ପ୍ରତ୍ୟେକ ଯୁଦ୍ଧରେ, ପ୍ରତ୍ୟେକ ସାହସୀ ଯୋଦ୍ଧାଙ୍କ ସହ ନିଶ୍ଚିତ ଭାବରେ ଏକ ବିଶ୍ୱସ୍ତ ଘୋଡା ଅଛି । ଆଜାଦର ଟିଜର ବର୍ତ୍ତମାନ ରିଲିଜ ହୋଇଛି, ଫିଲ୍ମ ଜାନୁଆରୀ ୨୦୨୫ ରେ ରିଲିଜ ହେବ । ତେବେ ପ୍ରଥମଥର ପାଇଁ ଏହି ଡେବ୍ୟୁ ଫିଲ୍ମରେ ଅମନ ଏବଂ ରାଶାଙ୍କ ଅନସ୍କ୍ରିନ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ତେବେ ଏଥିରେ ଡାଏନା ପେଣ୍ଟି, ପୀୟୁଷ ମିଶ୍ର ଏବଂ ମୋହିତ ମଲିକଙ୍କ ଭଳି ତାରକା ମଧ୍ୟ ନଜର ଆସିବେ । ଅମନ ଦେବଗନଙ୍କ ବିଷୟରେ କହିବାକୁ ଗଲେ ସେ ଅଜୟ ଦେବଗନଙ୍କ ଭଉଣୀ ନୀଲମ ଦେବଗନଙ୍କ ପୁଅ ଅମନ । ଉଭୟ ଷ୍ଟାର ପିଲାମାନଙ୍କୁ ଏକାଠି ଦେଖିବାକୁ ଫ୍ୟାନ୍ସ ବେଶ ଉତ୍ସାହିତ ଥିବା ବେଳେ ଅମନ ଏବଂ ରାଶାଙ୍କ ଦର୍ଶକଙ୍କ ମନ ଜିତୁଛନ୍ତି କି ନାହିଁ ତାହା ଫିଲ୍ମ ରିଲିଜ ପରେ ହିଁ ଜଣାପଡିବ ।