ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସାମ୍ନାକୁ ଆସିଲା ବାବା ସିଦ୍ଦିକି ହତ୍ୟା ପଛର କାରଣ, ସୁଟର ଖୋଲିଲା ସିକ୍ରେଟ୍

Published By : Ankita S | January 28, 2025 9:17 AM

ମୁମ୍ବାଇ,୨୮/୦୧: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ୨୦୨୪ ଅକ୍ଟୋବର ୧୨ରେ ଗୁଳି କରି ହତ୍ୟା କରାଯାଇଥିଲା । ଏବେ ଘଟଣାର ତଦନ୍ତରେ ବଡ ଖୁଲସା ହୋଇଛି । କାହିଁକି ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିବା ବିଷ୍ଣୋଇ ଗ୍ୟାଙ୍ଗ ତାହା କହିଛି ସୁଟର ଶିବକୁମାର ଗୌତମ । ପୋଲିସକୁ କୁଖ୍ୟାତ ଅପରାଧୀ ଅନମୋଲ ବିଷ୍ଣୋଇ ନାମ କହିଛି ସୁଟକ । ମାମଲାରେ ୨୫ରୁ ଅଧିର ଅଭିଯୁକ୍ତଙ୍କୁ ଗିରଫ କରିଛି ।

କୁଖ୍ୟାତ ଅପରାଧି ଅନମୋଲ ବିଷ୍ଣୋଇ ଏହି ହତ୍ୟାକାଣ୍ଡ ରଚିଥିଲା । ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ଏବଂ ୧୯୯୩ ମୁମ୍ବାଇ ବାସ୍ଫୋରଣରେ ସମ୍ପୃକ୍ତି ପାଇଁ ବାବା ସିଦ୍ଦିକିଙ୍କ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲା । ସିଦ୍ଦିକିଙ୍କ ହତ୍ୟାକାଣ୍ଡରର ମୁଖ୍ୟ ଗୁଳିଚାଳକ ଶିବକୁମାର ଗୌତମ  ପୋଲିସକୁ ଦେଇଥିବା ବୟାନରେ ଏହା କହିଛି । ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ୧୫ଲକ୍ଷ ଟଙ୍କାର ଚୁକ୍ତାନାମା ହୋଇଥିଲା । ବାବା ସିଦ୍ଦିକି କିମ୍ବା ତାଙ୍କ ପୁଅକୁ ହତ୍ୟା କରିବା ବଦଳରେ ୧୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ମିଳିଥିଲା । ସୁଟର ପୁଣେରେ କବାଡିଆ କାମ ଅଳିଆ ଜିନିଷ ସବୁ ସଂଗ୍ରହ କରୁଥିବା କହିଥିଲା । ଏବଂ ତାହାକୁ ସହ ଅଭିଯୁକ୍ତ ହରିଷ କୁମାର କଶ୍ୟପକୁ ବିକ୍ରି କରୁଥିଲା ।

ଏହା ବି ପଢନ୍ତୁ...ବାବା ସିଦ୍ଦିକିଙ୍କୁ ଏଥିପାଇଁ ଗୁଳି କରିଥିଲା ବିଷ୍ଣୋଇ ଗ୍ୟାଙ୍ଗ, ୪୫୯୦ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ମାମଲାରେ ପୋଲିସ ଏବେ ସୁଦ୍ଧା ୨୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ସମସ୍ତ ଅଭିଯୁକ୍ତ ନ୍ୟାୟିକ ହେପାଜତରେ ଅଛନ୍ତି । ୪୫୯୦ ପୃଷ୍ଠାର ଚାର୍ଜସିଟରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ସମେତ ୨୫ଜଣଙ୍କ ନାମ ମାମଲାରେ ସାମିଲ କରିଥିଲା । ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ୬୬ବର୍ଷୀୟ ବାବା ସିଦ୍ଦିକିଙ୍କୁ ୨୦୨୪ ଅକ୍ଟୋବର ୧୨ ତାରିଖରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ପୁଅ ଜିସାନ ସିଦ୍ଦିକିଙ୍କ ଅଫିସ୍ ବାହାରେ ୩ ଆକ୍ରମଣକାରୀ ଗୁଳି କରି ହତ୍ୟା କରିଥିଲେ । ମୁଖ୍ୟ ସୁଟର  ଶିବକୁମାର ଗୌତମ ଘଟଣାସ୍ଥଳରୁ ଫେରାର ଥିଲା । ପରବର୍ତ୍ତୀ ସମୟରେ ତାକୁ କ୍ରାମଇବ୍ରାଞ୍ଚ ଗିରଫ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.