ପୁରୀ,୨୬/୦୭: ଗରମ ପେଜ ହାଣ୍ଡିରେ ପଡ଼ିଗଲା ଦେଢ଼ ବର୍ଷର ଶିଶୁକନ୍ୟା । ଶିଶୁକନ୍ୟାର ଦେହର ୪୫ ପ୍ରତିଶତ ପୋଡ଼ି ଯାଇଛି । ପୁରୀ ଜିଲ୍ଲାର ଘଟିଛି ଏହି ଅଘଟଣ । ମା' ପେଜ ଗାଳିବା ବେଳେ ସାବଧାନତାବସତଃ ଶିଶୁକନ୍ୟାଟି ଡ଼ହ ଡ଼ହ ହୋଇ ତାତିଥିବା ପେଜରେ ପଡିଯିବାକୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ବର୍ତ୍ତମାନ ଝିଅଟି ବଡ଼ ମେଡିକାଲରେ ଚିକିତ୍ସାଧୀନ ।  ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ SCB ମେଡିକାଲ ସ୍ଥାନାନ୍ତର କରାଯାଇଛି । 

ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥାକୁ ନେଇ ପରିବାର ଚିନ୍ତାରେ ରହିଛି । ଝିଅଟି କିପରି ଶୀଘ୍ର ସୁସ୍ଥ ହେବ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ବାପା ମା' । ରୋଷେଇ କରିବା ସମୟରେ ସର୍ତକତା ଅବଲମ୍ବନ କରିଥିଲେ ହୁଏତ ଅଘଟଣ ଟଳି ଯାଇଥାନ୍ତି । ଅନେକ ସମୟରେ ଅଙ୍ଗନବାଡି କେନ୍ଦ୍ରରେ ଏପରି ଅଘଟଣର ଖବର ଆସିଥାଏ । ଅଙ୍ଗନବାଡିରେ ଦାୟିତ୍ୱ ହୀନତା ପାଇଁ ଦୁର୍ଘଟଣା ଘଟିଥାଏ । ଏ ଦିଗରେ ସମସ୍ତଙ୍କୁ ଧ୍ୟାନ ଦେବାକୁ ପଡିବ ।

ଏହା ବି ପଢନ୍ତୁ...Bhubaneswar Hit and Run Case: ଦୁଇ ଭାଇଙ୍କୁ ଧକ୍କା ଦେଇ ତମାଣ୍ଡୋରୁ ବରମୁଣ୍ଡା ଘୋଷାଡି ଆଣିଲା ଅଜଣା ଗାଡ଼ି, ମିଳିଲା ମୁଣ୍ଡ ବିହୀନ ମୃତଦେହ