ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଘଟିଥିଲା ହିଂସା…
୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ…
ଜଣଙ୍କୁ ଫାଶୀ ଦଣ୍ଡ, ୯ ଜଣଙ୍କୁ ଆଜୀବନ…
ନୂଆଦିଲ୍ଲୀ : ବହରାଇଚରେ ଘଟିଥିବା ଚର୍ଚ୍ଚିତ ରାମଗୋପାଳ ମିଶ୍ରା ହତ୍ୟାକାଣ୍ଡ ମାମଲାରେ କୋର୍ଟ ଆଜି ତାଙ୍କର ରାୟ ଶୁଣାଇଛନ୍ତି। ଏହି ଜଘନ୍ୟ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅବଦୁଲ ହମିଦ ସମେତ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଦୋଷୀ ସାବ୍ୟସ୍ତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ ଏବଂ ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ମିଳିଛି। କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି।
କୋର୍ଟ ଯେଉଁ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି, ସେମାନଙ୍କ ମଧ୍ୟରେ ଅବଦୁଲ ହମିଦ ଏବଂ ତାଙ୍କ ତିନି ପୁଅଙ୍କ ସହିତ ଅନ୍ୟ ଛଅ ଜଣ ଅଛନ୍ତି। ଦୋଷୀ ମାନଙ୍କ ମଧ୍ୟରେ ଅବଦୁଲ ହମିଦ, ତାଙ୍କ ପୁଅ ଫହୀମ, ସରଫରାଜ, ତାଲିବ, ସୈଫ, ଜାଭେଦ ଖାନ, ଜିଶାନ, ନାନକାଉ, ସୋଏବ, ମାରୁଫ ଅଲ୍ଲୀ, ଖୁର୍ସିଦ, ଅଫଜଲ ଏବଂ ଶକିଲ ଅନ୍ତର୍ଭୁକ୍ତ। ଅନ୍ୟ ତିନି ଜଣ ଅଭିଯୁକ୍ତ ଶକିଲ ଅହମ୍ମଦ, ବବଲୁ ଅଫଜଲ ଓରଫ କଲ୍ଲୁ ଏବଂ ଖୁର୍ସିଦଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ସୂଚନାଥାଉକି, ଗତ ବର୍ଷ ଅକ୍ଟୋବର ୧୩ ତାରିଖରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମାରୋହ ସମୟରେ ରାମଗୋପାଳ ମିଶ୍ରାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ୧୩ ଜଣଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଥିଲା। ମାମଲାର ତଦନ୍ତ କରିବା ପରେ, ପୋଲିସ ଜାନୁଆରୀ ୧୧, ୨୦୨୫ରେ ଅତିରିକ୍ତ ସେସନ୍ସ ଜଜଙ୍କ କୋର୍ଟରେ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା। କୋର୍ଟରେ ୧୨ ଜଣ ସାକ୍ଷୀ ସାକ୍ଷ୍ୟ ଦେଇଥିଲେ। ନଭେମ୍ବର ୨୧ ତାରିଖରେ ବିଚାରପତି ରାୟ ସଂରକ୍ଷିତ ରଖିଥିଲେ ଏବଂ ମଙ୍ଗଳବାର ଡିସେମ୍ବର ୯ ଦିନ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତିନି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
ଏହା ସହ ପଢନ୍ତୁ : ଭାରତ ପ୍ରତି ଟ୍ରମ୍ପଙ୍କ ଟାରିଫ ନୀତିକୁ ନାପସନ୍ଦ କଲେ ଆମେରିକୀୟ ସାଂସଦ, କହିଲେ ଏହା ଦ୍ବାରା ହେଉଥିବା କ୍ଷତିକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ…