ନୂଆଦିଲ୍ଲୀ, ୧୦/୦୩ : ଇରାନ୍ ର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ଦେଖି ଖୁସିରେ ସେଲିବ୍ରେସନ୍ କରୁଥିଲେ ପାକିସ୍ତାନୀ ଓ ବାଂଲାଦେଶୀ। ୬ ଜଣଙ୍କୁ ଗିରଫ କଲା ବାହାରିନ୍ ଆଣ୍ଟି ସାଇବର୍ କ୍ରାଇମ୍ ନିର୍ଦ୍ଦେଶାଳୟ। ଗିରଫଙ୍କ ମଧ୍ୟରେ ୫ ଜଣ ପାକିସ୍ତାନୀ ଏବଂ ଜଣେ ବାଂଲାଦେଶୀ ନାଗରିକ ଅଛନ୍ତି। ଏହି ଲୋକମାନେ ବାହାରିନ ଉପରେ ହୋଇଥିବା ଇରାନୀ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଖୁସି ହେଉଥିଲେ। ଇରାନକୁ ପ୍ରଶଂସା କରୁଥିଲେ।
ଆନ୍ତରିକ ମନ୍ତ୍ରାଳୟ ଅନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତମାନେ ସୋସିଆଲ ମିଡିଆରେ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିଲେ। ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଥିଲେ। ଇରାନ ଆକ୍ରମଣ ବେଳର ଭିଡିଓ ରେକର୍ଡ କରି ତାହାକୁ ବାରମ୍ଵାର ପୋଷ୍ଟ କରୁଥିଲେ। ଯାହାକି ସମାଜରେ ଅସୁରିକ୍ଷତ ଭାବନା ସୃଷ୍ଟି କରୁଛି। ରାଷ୍ଟ୍ର ସୁରକ୍ଷା ଏବଂ ଶାନ୍ତିକୁ ଭଙ୍ଗ କରୁଛି।
ଏହି ଘଟଣା ପରେ ବାହାରିନ ସରକାର ସମସ୍ତ ନାଗରିକଙ୍କୁ ସତର୍କ ରହିବା ପାଇଁ ଅପିଲ୍ କରିଛନ୍ତି। କେବଳ ସରକାରୀ ତଥ୍ୟ ଉପରେ ବିଶ୍ଵାସ କରିବା ପାଇଁ କହିଛନ୍ତି। ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଏବଂ ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ଯାଞ୍ଚ ନ ହୋଇଥିବା ଭିଡିଓ କିମ୍ବା ଖବର ପ୍ରସାରଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ଏବଂ ସାର୍ବଜନୀନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିବାର ଯେକୌଣସି ପ୍ରୟାସ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- 'ଆତଙ୍କବାଦକୁ ପୋଷୁଥିବା'...ଜାତିସଂଘରେ ପାକିସ୍ତାନକୁ ଧୋଇଲା ଭାରତ, ରମଜାନରେ ଆଫଗାନ ଉପରେ ଆକ୍ରମଣକୁ ନେଇ ଘେରିଲା