ବଲାଙ୍ଗିର, ୧୦।୬ : ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କୱାଲ ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନର ନିରୀକ୍ଷଣ କରିଛନ୍ତି। ବଲାଙ୍ଗିର ରେ ଚାଲିଥିବା ଅମୃତ ରେଳ ଷ୍ଟେସନ ନିର୍ମାଣ କାମ ନିରୀକ୍ଷଣ କରିଥିଲେ । ଏହା ପରେ ବଲାଙ୍ଗିରରୁ ବୌଦ୍ଧ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା ରେଳପଥ ନିରୀକ୍ଷଣ କରିବାକୁ ଯାଇଥିଲେ ।
ପ୍ରକାଶ ଯେ ବଲାଙ୍ଗିର - ଖୋର୍ଦ୍ଧା ରେଳପଥ କାମ ବଲାଙ୍ଗିର ପଟୁ ବୌଦ୍ଧ ପର୍ଯ୍ୟନ୍ତ କାମ ସରିଛି । ଖୁବ୍ ଶୀଘ୍ର ବଲାଙ୍ଗିର ରୁ ବୌଦ୍ଧ ରେଳ ଗଡିବା ନେଇ ପ୍ରସ୍ତୁତି କରାଯାଉଛି । ଜେନେରାଲ ମ୍ୟାନେଜର ଆଜି କାମର ନିରୀକ୍ଷଣ କରିବା ପରେ ଖୁବ୍ ଶୀଘ୍ର ବଲାଙ୍ଗିରରୁ ବୌଦ୍ଧକୁ ରେଳ ଗଡ଼ିବା ନେଇ ଆଶା ପ୍ରକାଶ ପାଇଛି ।