ଭୁବନେଶ୍ୱର,୦୨/୦୬:  ବାଲିଅନ୍ତାରେ  ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ।  ମୋଟ ଗିରଫ ସଂଖ୍ୟା ୧୮ ପହଞ୍ଚିଛି । ଗିରଫ ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜ ଓରଫ ଦିପୁ ।  ଢେଙ୍କାନାଳ ଜିଲ୍ଲାରୁ ଦୀପୁକୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିଛି ।  ପ୍ରଦୀପ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ । 

ଆହୁରି ପଢନ୍ତୁ- ‘ଉତ୍କର୍ଷ-୨୦୨୬’ : ବାଲେଶ୍ୱରରୁ ଶ୍ରେଷ୍ଠ ମଣିଷ ଖୋଜିବା ପ୍ରୟାସ, ୨୧ ପ୍ରତିଭା ସମ୍ମାନିତ, ୭ ଜଣଙ୍କୁ ବିଜିନେସ୍‌ ଆଇକନ୍‌ ଆୱାର୍ଡ

ତେବେ ପ୍ରଦୀପର ଘର ବାଲିଅନ୍ତା ବେଣୁପୁର ଅଞ୍ଚଳରେ ହୋଇଥିବା ବେଳେ ହତ୍ୟାକାଣ୍ଡ ଘଟଣା ଦିନଠାରୁ ସେ ଫେରାର ଥିଲା । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । ଏହି ମାମଲାରେ ଜାତୀୟ ମାନବାଧିକାର ଆୟୋଗ - NHRC ର ତଦନ୍ତକାରୀ ଟିମ୍ ଜୋରଦାର୍ ତଦନ୍ତ  କରୁଛି। ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କଠାରୁ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ନେଇଛନ୍ତି। ସୌମ୍ୟଙ୍କ ପରିବାରକୁ ଭେଟିଛନ୍ତି NHRC ତଦନ୍ତକାରୀ ଟିମ୍।  ତତ୍କାଳୀନ ବାଲିଅନ୍ତା ଥାନା ଆଇଆଇସି ଅନିଲ ପରିଡ଼ାଙ୍କୁ ଜେରା କରାଯାଇଛି ।  ଆଗକୁ ପୁଲିସ କମିଶନର, ଭୁବନେଶ୍ୱର ୟୁପିଡି ଡିସିପି, ଅପରାଧସ୍ଥଳରେ ଉପସ୍ଥିତ ଥିବା ପୁଲିସ ଅଧିକାରୀମାନେ ଜେରା ହେବେ। ଆସନ୍ତା ୫ ତାରିଖ ଯାଏ ଓଡ଼ିଶାରେ ରହି ସୌମ୍ୟ ହତ୍ୟାର ତଦନ୍ତ କରିବ NHRC ଟିମ୍ ।