ବାଲେଶ୍ୱର, ୦୨/୦୬ : ଉତ୍କର୍ଷର ଅର୍ଥ ସବୁଥିରେ ଶ୍ରେଷ୍ଠତ୍ୱ ହାସଲ କରିବା । ଏହା ସହଜ ନୁହେଁ । ତଥାପି ଯେଉଁମାନେ ଏଥିରେ ସଫଳ ହୋଇଛନ୍ତି ସେମାନେ ଉତ୍କର୍ଷ ଲାଭ କରିଛନ୍ତି । ଉତ୍କର୍ଷ ମାଧ୍ୟମରେ ଶ୍ରେଷ୍ଠ ମଣିଷ ଖୋଜିବାର ପ୍ରୟାସ ବାଲେଶ୍ୱରରୁ ଆରମ୍ଭ ହେବା ‘ପ୍ରମେୟ’ ଓ ‘ନ୍ୟୁଜ-୭’ର ସ୍ୱାଗତଯୋଗ୍ୟ ପଦକ୍ଷେପ । ଶୃଙ୍ଖଳିତ ବ୍ୟକ୍ତି ସବୁକ୍ଷେତ୍ରରେ ଉତ୍କର୍ଷ ହାସଲ କରିଥାଏ । ମଣିଷର ଉତ୍କର୍ଷ କେବଳ ଶାରୀରିକ, ମାନସିକ, ଆକସ୍ମିକ ପ୍ରତିଭାରେ ସୀମିତ ନ ରହୁ । ଚରିତ୍ରବାନ ବ୍ୟକ୍ତି ହିଁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥାଏ । ଚରିତ୍ର ହିଁ ଉତ୍କର୍ଷର ମାପକାଠି । ଚାରିତ୍ରିକ ମାନଦଣ୍ଡ ଉତ୍କର୍ଷର ଆହ୍ୱାନ ହେଉ ବୋଲି ‘ଉତ୍କର୍ଷ-୨୦୨୬’ରେ ମୁଖ୍ୟ ଅତିଥି ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଥିଲେ।
‘ପ୍ରମେୟ’ ଓ ‘ନ୍ୟୁଜ-୭’ ପକ୍ଷରୁ ସ୍ଥାନୀୟ ଗାନ୍ଧିସ୍ମୃତି ଭବନରେ ରବିବାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ‘ପ୍ରମେୟ’ ଓ ‘ନ୍ୟୁଜ୭’ ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର କଳା, ସଂସ୍କୃତିର ମାଟି ବାଲେଶ୍ୱରକୁ ପ୍ରଶଂସା କରିଥିଲେ । ‘ପ୍ରମେୟ’ ଓ ‘ନ୍ୟୁଜ୍-୭’କୁ ଭଲ ପାଉଥିବା ପାଠକପାଠିକା ଓ ଦର୍ଶକଙ୍କ ଆଶୀର୍ବାଦ କାମନା କରିଥିଲେ । ଆଗାମୀ ଦିନରେ ଏଭଳି ନିଆରା କାର୍ଯ୍ୟକ୍ରମକୁ ସମର୍ଥନ କରିବା ସହ ଅନାଲୋଚିତ ପ୍ରତିଭା ଖୋଜିବାରେ ସମସ୍ତଙ୍କ ସହଯୋଗ ଆଶା କରିଥିଲେ । ଗ୍ରୁପ୍ ଡାଇରେକ୍ଟର୍ (ସେଲ୍ସ ଆଣ୍ଡ୍ ମାର୍କେଟିଂ) ହିମାଂଶୁ ହୋତା କହିଥିଲେ, ପାଠକପାଠିକାଙ୍କ ଭଲ ପାଇବା ଯୋଗୁଁ ‘ପ୍ରମେୟ’ ନିଜର ଜୟଯାତ୍ରା ଜାରି ରଖିଛି । ରାଜ୍ୟରେ ଏକ ନମ୍ବର ଓ ସର୍ବାଧିକ ପ୍ରସାରଣ ଖବରକାଗଜର ମାନ୍ୟତା ପାଇଛି । ଆଗାମୀ ଦିନରେ ମଧ୍ୟ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ପ୍ରତି ଏଭଳି ଭଲପାଇବା କାମନା କରିଥିଲେ । ବାଲେଶ୍ୱର ଉତ୍କର୍ଷର ମାଟି । ଏହି ମାଟିର ଅନାଲୋଚିତ ପ୍ରତିଭାଙ୍କୁ ସମ୍ମାନିତ କରି ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ପରିବାର ଖୁସି ଅନୁଭବ କରୁଥିବା ସେ କହିଥିଲେ ।
ଆହୁରି ପଢନ୍ତୁ- ଆଜିଠୁ ମୋହନ ସରକାରଙ୍କ ବିଭାଗୀୟ ସମୀକ୍ଷା, ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଏବଂ ଦକ୍ଷତାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଅନ୍ୟତମ ଅତିଥି ତଥା ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବସ୍ତା ବିଧାୟିକା ସୁବାସିନୀ ଜେନା ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଉତ୍କର୍ଷ ଭଳି ନିଆରା କାର୍ଯ୍ୟକ୍ରମ ଆୟୋଜନ କରି ଅନ୍ୟ ଗଣମାଧ୍ୟମ ସଂସ୍ଥାଠାରୁ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ଅଗ୍ରଣୀ ଓ ଭିନ୍ନ ବୋଲି ପ୍ରମାଣିତ କରିଛି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ସିଇଓ ସୁନିଲ ଦାସ, ‘ନ୍ୟୁଜ-୭’ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରସାର ବିଭାଗର ଡିଜିଏମ୍ ଗଜେନ୍ଦ୍ର ଦାସ, ଏଜିଏମ୍ ରମାକାନ୍ତ ମଲ୍ଲିକ, ୟୁନିଟ୍ ସେଲ୍ସ ଆଣ୍ଡ ମାର୍କେଟିଂର ଡିଜିଏମ୍ ବିଶ୍ୱରୂପ ପରିଡ଼ା, କବି ପ୍ରଶାନ୍ତ ଦାଶ, ବାଲେଶ୍ୱର ମ୍ୟୁନିସିପାଲିଟି ଅଧ୍ୟକ୍ଷା ସବିତା ସାହୁ, ଯୁବ ସମାଜସେବୀ ବିକ୍ରମ ପଣ୍ଡା ପ୍ରମୁଖ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ଯୋଗ ଦେଇଥିଲେ । ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଉତ୍ତରୋତ୍ତର ଉନ୍ନତି କାମନା ସହ ଯାତ୍ରା ସଂଳାପ କହି ସମସ୍ତଙ୍କ ମନ ମୋହିଥିଲେ ।
ଜିଲ୍ଲା ପ୍ରତିନିଧି ଆଲୋକ କୁମାର ବାରିକ୍ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହି ଅବସରରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୨୧ ପ୍ରତିଭାଙ୍କୁ ‘ଉତ୍କର୍ଷ-୨୦୨୬’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ୭ ଜଣଙ୍କୁ ବିଜିନେସ୍ ଆଇକନ୍ ଆୱାର୍ଡ, ୨୮ଜଣଙ୍କୁ ସ୍ପନସରଶିପ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା । ନୃତ୍ୟାୟନର କଳାକାରମାନେ ସ୍ୱାଗତ ନୃତ୍ୟ ପ୍ରଦର୍ଶନ କରିଥିଲେ । ‘ନ୍ୟୁଜ୭’ ବ୍ୟୁରୋ ମୁଖ୍ୟ ସର୍ବେଶ୍ୱର ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଭଦ୍ରକ ଜିଲ୍ଲା ପ୍ରତିନିଧି ପ୍ରଭାତ କୁମାର ଦାଶଙ୍କ ସମେତ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ସହଯୋଗ କରିଥିଲେ ।
କେନ୍ଦ୍ର କୋଇଲା ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କ ସହ ମୁଖ୍ୟମନ୍ତ୍ରୀ,ରାଜ୍ୟରେ କାର୍ଯ୍ୟକାରୀ ହେବ ସିଏମ୍ ସମ୍ପଦ ଯୋଜନା