ଭୁବନେଶ୍ବର, ୧୪|୦୫: ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ମର୍ଡର କେସରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଚିନୁ ଓରଫ ରଞ୍ଜିତ ପାତ୍ରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୁହଁକୁ ଗୋଇଠା ମାରିବା ସହିତ ଶରୀରରେ ଖୁବ୍ ଜୋରରେ ଆଘାତ କରିଥିଲା ରଞ୍ଜିତ୍ । ଏହାକୁ ମିଶାଇ ମୋଟ୍ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ପୂର୍ବରୁ ୧୧ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୨ଜଣଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ବାନ୍ଧିଛି । । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସରିଲିଜରେ ସୂଚନା ଦିଆଯାଇଛି ।
ମେ’ ୭ ତାରିଖରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ ବର୍ବରକାଣ୍ଡ ଘଟିଥିଲେ । ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କ ବାଇକ୍ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲେ । ପରେ ଉଭୟ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା । ଅଭିଯୋଗକାରିଣୀ ଝିଅଙ୍କ କହିବା କଥା ସୌମ୍ୟ ରଞ୍ଜନ ତାଙ୍କ ସହିତ ଅସଦାଚରଣ କରିଥିଲେ । ଏମିତି କି ତାଙ୍କ ଡ୍ରେସକୁ ଚିରିଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଏହା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ପରେ ପୁଲିସ ଉପସ୍ଥିତିରେ ସୌମ୍ୟରଞ୍ଜନଙ୍କୁ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ । ଏଥିରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ପରେ ଏହି ଘଟଣାକୁ ପ୍ରଥମେ କମିଶନରେଟ୍ ପୁଲିସ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ମାମଲାରେ ପୂର୍ବରୁ ୧୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ରକୁ କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି ।
ଅଧିକ ଫଢନ୍ତୁ- ଓଡ଼ଗାଁ ହତ୍ୟା ମାମଲାରେ ଧରା ପଡ଼ିଲା ମିଛ : ନିର୍ଦ୍ଦୋଷର ମୁହଁ ଘୋଡାଇ ଅଭିଯୁକ୍ତ ଦର୍ଶାଇଥିଲା ପୁଲିସ, ତ୍ରୁଟି ଜାଣିପାରି ରାତି ଅଧିଆ ଛାଡ଼ିଦେଲା