ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବେଲୁଚିସ୍ତାନରେ ୭ ଜଣ ବସ୍ ଯାତ୍ରୀଙ୍କୁ ଗୁଳି କରି ହତ୍ୟାକଲେ ଅଜଣା ବନ୍ଧୁକଧାରୀ

Published By : Ladu Kishor | February 19, 2025 8:14 PM

ନୂଆଦିଲ୍ଲୀ: ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରେ କିଛି ଅଜଣା ବନ୍ଧୁକଧାରୀ ଏକ ବସ୍‌ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ଥିବା ୭ ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଅଧିକାରୀ ମାନେ କହିଛନ୍ତି ଯେ ବନ୍ଧୁକଧାରୀ ମାନେ ପ୍ରାନ୍ତୀୟ ରାଜଧାନୀ କ୍ୱେଟାରୁ ପଞ୍ଜାବ ପ୍ରଦେଶକୁ ଯାଉଥିବା ଏହି ଯାତ୍ରୀବାହୀ ବସ୍‌ ଉପରେ ବାରଖାନ ଠାରେ ଆକ୍ରମଣ କରିଥିଲେ । ପୋଲିସର ସୂଚନା ଅନୁଯାୟୀ, ବନ୍ଧୁକଧାରୀ ମାନେ ଜାତୀୟ ରାଜପଥରେ ବ୍ୟାରିକେଡ୍ ଲଗାଇ ବସ୍‌କୁ ଅଟକାଇଥିଲେ, ଯାତ୍ରୀଙ୍କ ପରିଚୟପତ୍ର ଯାଞ୍ଚ କରିଥିଲେ ଏବଂ ୭ ଜଣଙ୍କୁ ବଳପୂର୍ବକ ନିକଟସ୍ଥ ଏକ ପାହାଡ଼କୁ ନେଇଯାଇଥିଲେ, ଯାହା ପରେ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା।

ଏହି ଖବରକୁ ବାରଖାନ ଡେପୁଟି ପୋଲିସ କମିଶନର ୱାକାର ଖୁର୍ସିଦ ଆଲମ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ବସ୍‌ରେ ଯାତ୍ରା କରୁଥିବା ସାତ ଜଣ ଲୋକ ସମସ୍ତେ ପଞ୍ଜାବ ପ୍ରଦେଶର ବାସିନ୍ଦା ଥିଲେ ଏବଂ ଲାହୋର ଯାଉଥିଲେ।" ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସୁରକ୍ଷା ବାହିନୀ ଅଞ୍ଚଳରେ ପହଞ୍ଚି ହତ୍ୟାକାରୀ ମାନଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଆରମ୍ଭ କରିଛି । ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି । କିନ୍ତୁ ଜାତୀୟ ବାଲୁଚ୍ ଆତଙ୍କବାଦୀ ଗୋଷ୍ଠୀ ଗୁଡ଼ିକ ନିୟମିତ ଭାବରେ ପଡ଼ୋଶୀ ପଞ୍ଜାବର ଲୋକଙ୍କ ଉପରେ ଆକ୍ରମଣ କରନ୍ତି।

ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଅପରାଧୀଙ୍କୁ କଠୋର ଦଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଜରଦାରୀ କହିଛନ୍ତି ଯେ, ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବା ଏକ କାପୁରୁଷ ଏବଂ ଘୃଣ୍ୟ କାର୍ଯ୍ୟ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.