ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ବାନେର, ଲଡ଼ୁଗାଁ ପିଡବ୍ଲୁଡ଼ି ରାସ୍ତା ନିର୍ମାଣ ଦାବିରେ ଆମରଣ ଅନଶନ ; ଦ୍ଵିତୀୟ ଦିନରେ କାର୍ଯ୍ୟ ଆରମ୍ଭ ନେଇ ଲିଖିତ ପ୍ରତିଶ୍ରୁତି ପରେ ସ୍ଥଗିତ

Published By : Gurupada Nath | July 24, 2025 4:58 PM

କୋକସରା/ଜୟପାଟଣା,୨୪/୭ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାନେରଠାରୁ କୋକସରା ବ୍ଲକ ଲଡ଼ୁଗାଁକୁ ସଂଯୋଗ କରୁଥିବା ପିଡବ୍ଲୁଡ଼ି ରାସ୍ତାର ମରାମତି ପାଇଁ ବିଗତ କିଛି ବର୍ଷ ହେବ ଦାବି ହୋଇ ଆସୁଛି । ବୁଧବାରଠାରୁ ରାସ୍ତା ନିର୍ମାଣ ଦାବିରେ ଯୁବ ସମାଜସେବୀ ବିଘ୍ନରାଜ ପଣ୍ଡା, ଅନନ୍ତ କୁମାର ପଟ୍ଟନାୟକ, ଚିନ୍ତାମଣି କୁମ୍ଭାର ବାନେର ଛକଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ଆରମ୍ଭ କରିଥିଲେ ।

ସୂଚନା ଅନୁସାରେ ଜୟପାଟଣା ବ୍ଲକ ବାନେର ଛକରୁ କୋକସରା ବ୍ଲକ ଲଡୁଗାଁକୁ ସଂଯୋଗ କରୁଥିବା ୧୪କିମି ରାସ୍ତାର ଅବସ୍ଥା ଦୀର୍ଘ ବର୍ଷ ଧରି ଶୋଚନୀୟ ହୋଇ ପଡିଛି । ଅଞ୍ଚଳବାସୀ ବହୁବାର ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି ଓ ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନର ପ୍ରତିଶ୍ରୁତି ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ଅଧୁରା ହୋଇପଡ଼ିଛି । ଅନ୍ୟପକ୍ଷରେ କୋକସରା ବ୍ଲକର ଏକ ବ୍ୟବସାୟିକ ପେଣ୍ଠସ୍ଥଳି ହେଉଛି ଲଡୁଗାଁ ସହର ଏହି ସହର ଉପରେ ଦୈନିକ କୋକସରାର ୨୨ପଞ୍ଚାୟତ ସମେତ ଜୟପାଟଣା ବ୍ଲକର ବାନେର, ଭଇଁରି ପାଲି, ରେଙ୍ଗାଲପାଲି ଉଛୁଲା, ବଡ଼ ପୁଝାରିଗୁଡା, ଅଁଳାଭଟା, କୁଚାଗାଁ  ଆଦି ପଞ୍ଚାୟତବାସୀ ନିର୍ଭରଶୀଳ। 

ପୂର୍ବରୁ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବାବେଳେ ଏହା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଛି । ରାସ୍ତା ନିର୍ମାଣ ପାଇଁ ନିର୍ବାଚନ ପୂର୍ବରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ସାହା ଭୁବନେଶ୍ୱରର ଏକ ବୈଠକରେ ଅଟକଳର ପରିମାଣ ମଧ୍ୟ ଘୋଷଣା କରିଥିଲେ । ଲୋକେ ଆଶା କରିଥିଲେ ରାସ୍ତା ପ୍ରଶସ୍ତିକରଣ ହେବା ସହ ଯାତାୟତରେ ସୁବିଧା ହେବ, ହେଲେ ମୋଟେରଠାରୁ ଲଡୁଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଲଡୁଗାଁରୁ ବାନେର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଅସନ୍ତୋଷ ପ୍ରତିବାଦରେ ବାନେର ଛକ ଠାରେ ତିନି ଜଣ ଯୁବକ ଆମରଣ ଅନଶନରେ ଓଲ୍ଲାଇ ସରକାରକୁ ଚେତାବନୀ ଦେଇଛନ୍ତି। 

ଏହି ଘଟଣାରେ ଗୁରୁବାର ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ପ୍ରଶାସନିକ ଅଧିକାରୀଙ୍କ ସହ ଫୋନ ଯୋଗେ ଆଲୋଚନା କରି ଘଟଣାସ୍ଥଳକୁ ଡକାଇ ସମାଧାନ ପାଇଁ ହସ୍ତକ୍ଷେପ କରିଥିଲେ। ଜୟପାଟଣା ବିଡିଓ ଧର୍ମରାଜ ମାଝୀ, ତହସିଲଦାର ରଘୁନାଥ ମୁଣ୍ଡାରୀ, ବ୍ଲକ ଅଧ୍ୟକ୍ଷ ଥବିର ବାଗ ସମେତ ପୂର୍ତ୍ତି ବିଭାଗର ସହକାରୀ ଯନ୍ତ୍ରୀ ଡି. ସି ଟୁଡୁ ପହଞ୍ଚି ଅନଶନରେ ବସିଥିବା ଯୁବକଙ୍କ ସହ ଆଲୋଚନା କରି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇ ସାରିଛି । ଦୁଇଟି ପର୍ଯ୍ୟାୟରେ ରାସ୍ତା ନିର୍ମାଣ କାର୍ଯ୍ୟ ହେବ ବୋଲି ସୂଚନା ଦେବା ସହ ରାସ୍ତା ନିର୍ମାଣ ନ ହେବା ପର୍ଯ୍ୟନ୍ତ ସାମୟିକ ଭାବେ ରାସ୍ତା ମରାମତି କରିବା ପାଇଁ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.