ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ବାଂଲାଦେଶରେ ସେନାମୁଖ୍ୟଙ୍କୁ ଗାଦିଚ୍ୟୁତ ଉଦ୍ୟମ, ଷଡଯନ୍ତ୍ର ରଚିଥିବା ଅଧିକାରୀଙ୍କ ଉପରେ ତୀକ୍ଷ୍ଣ ନଜର

Published By : Prameya | March 12, 2025 2:09 PM

ଢାକା, ୧୨/୦୩: ବାଂଲାଦେଶର ସେନାମୁଖ୍ୟ ୱାକର-ଉଜ୍‌-ଜମାନଙ୍କୁ  ଗାଦିଚ୍ୟୁତ କରି ତାଙ୍କ ସ୍ଥାନରେ କ୍ଷମତା ଦଖଲ କରିବାକୁ ଉଦ୍ୟମ ହୋଇଛି । ଏଭଳି ଉଦ୍ୟମ କରିଛନ୍ତି ସେନାର ଜଣେ  ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ  ଫୈଜୁର ରହମନ । ହେଲେ ତାଙ୍କର ଏହି ଉଦ୍ୟମ ସଫଳ ହୋଇନାହିଁ । ରହମନ ପାକିସ୍ତାନ ତଥା ଆତଙ୍କୀ ସଙ୍ଗଠନ ଜମାତ ଏ-ଇସ୍‌ଲାମୀର ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା ।

ସୂଚନା ଅନୁସାରେ  ବାଂଲାଦେଶରେ ଏବେ ରାଜନୈତିକ  ଅସ୍ଥିରତା ଲାଗି ରହିଥିବା ବେଳେ  ରହମନ ନିଜର ଶକ୍ତି ଦେଖାଇବାକୁ  ଚେଷ୍ଟା କରିଥିଲେ । ସେଥିପାଇଁ ସେ  ସେନା ମୁଖ୍ୟାଳୟରେ ଡିଭିଜନାଲ  କମାଣ୍ଡରଙ୍କ ଏକ ବୈଠକ ଡାକିଥିଲେ ।  କିନ୍ତୁ ଏକଥା ସେନାମୁଖ୍ୟ ୱାକର ଜାଣି  ନଥିଲେ । ବୈଠକରେ ସେନାମୁଖ୍ୟଙ୍କୁ  ବିରୋଧ ସହ ତାଙ୍କ ପ୍ରତି ସମର୍ଥନ ହାସଲ  କରିବା ଥିଲା ରହମନଙ୍କ ଉଦ୍ଦେଶ୍ୟ ।  ହେଲେ ବୈଠକକୁ ଅଧିକାଂଶ କମାଣ୍ଡର  ଆସିନଥିଲେ । ତେଣୁ ତାଙ୍କର ଏହି  ଉଦ୍ୟମ ସଫଳ ହୋଇନଥିଲା । ତଥାପି  ପ୍ରାୟ ୧୦ ଜଣ କମାଣ୍ଡର ରହମନଙ୍କୁ  ସମର୍ଥନ କରିଥିବା ସୂଚନା ମିଳିଛି ।  ଏହି ଘଟଣା ସାମ୍ନାକୁ ଆସିବା ପରେ  ଏବେ ରମହନ ଓ ତାଙ୍କ ସମର୍ଥିତ ୧୦  ଜଣ କମାଣ୍ଡରଙ୍କ ଉପରେ ତୀକ୍ଷ୍ଣ ନଜର  ରଖାଯାଇଛି । ତାଙ୍କର ସମସ୍ତ କାର୍ଯ୍ୟକଳାପ  ଓ ଗତିବିଧି ଉପରେ ସାମରିକ  ଗୁଇନ୍ଦା ଡିଜିଏଫଆଇ ନଜର ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.