ନୂଆଦିଲ୍ଲୀ,୧୩।୫: ପାକିସ୍ତାନ ପରେ ଏବେ ଭାରତ ଉପରେ ବାଂଲାଦେଶର ଆଖି। ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ବିଷାକ୍ତ ଓ ମନ୍ଦ ଉଦେଶ୍ୟ ଧରାପଡିଛି। ଭାରତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକୁ ଅଲଗା କରିବାକୁ ଚାହୁଁଛନ୍ତି। ୟୁନୁସ୍ ଏଥର ପରାମର୍ଶ ଦେଇଛନ୍ତି ଭାରତର ପୂର୍ବାଞ୍ଚଳ ୭ ରାଜ୍ୟ ସ୍ବତନ୍ତ୍ର ଦେଶ ଭଳି, ଯାହାର ଆଞ୍ଚଳିକ ଓ ଏକୀକୃତ ଆର୍ଥିକ ବିକାଶର ରଣନୀତି ତିଆରି କରିହେବ। ସୋମବାର ୟୁନୁସ ନେପାଳ ସଂସଦର ପ୍ରତିନିଧି ସଭାର ଉପାଧ୍ୟକ୍ଷ ଇନ୍ଦିରା ରାଣାଙ୍କ ସହ ବୈଠକ କରିଥିଲେ। ଏହି ବୈଠକ ବିଷୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ସେ କହିଥିଲେ, ବାଂଲାଦେଶ, ନେପାଳ, ଭୁଟାନ ଓ ଭାରତର ୭ ପୂର୍ବାଞ୍ଚଳ ରାଜ୍ୟ ଭିତରେ ଏକୀକୃତ ଆର୍ଥୀକ ରଣନୀତି ତିଆରି କରାଯିବା ଦରକାର।
ଉଲ୍ଲେଖନୀୟ ଯେ, କିଛି ମାସ ପୂର୍ବେ ମହମ୍ମଦ ୟୁନୁସ ପୂର୍ବାଞ୍ଚଳ ରାଜ୍ୟକୁ ‘ଭୂମିରେ ଘେରି ହୋଇଥିବା’ ବା ଲ୍ୟାଣ୍ଡଲକଡ୍ କହିଥିଲେ। ଆଉ ବାଂଲାଦେଶ ଏହି ଅଞ୍ଚଳର ଅବିଭାବକ ବୋଲି କହିଥିଲେ। ଏଥର ୟୁନୁସ ବାଂଲାଦେଶ, ନେପାଳ, ଭୁଟାନ ଓ ଭାରତର ୭ ରାଜ୍ୟ ପାଇଁ ଏକୀକୃତ ଆର୍ଥିକ ଯୋଜନାର ଆହ୍ବାନ କରିଛନ୍ତି। ସେ କହିଛନ୍ତି, ଏହି ଦେଶ ଓ ଭାରତର ପୂର୍ବାଞ୍ଚଳ ରାଜ୍ୟକୁ ଅଲଗା ରହିବା ଅପେକ୍ଷା ଏକାଠି ରହିଲେ ଅଧିକ ଲାଭ ହେବ।
ଗତ ମାସ ବେଜିଂରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମିଟିଂ ବେଳେ ମହମ୍ମଦ ୟୁନୁସ୍ ପୂର୍ବାଞ୍ଚଳ ରାଜ୍ୟ ‘ଭୂମିରେ ଘେରା ହୋଇଛି’ କହି ବିବାଦ ସୃଷ୍ଟି କରିଥିଲେ। ସେ କହିଥିଲେ ୭ ରାଜ୍ୟର ପାଇଁ ସମୁଦ୍ର ପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ କୌଣସି ରାସ୍ତା ନାହିଁ। ଭାରତର ୭ ରାଜ୍ୟ ଭାରତର ପୂର୍ବଭାଗ, ଯାହାଙ୍କୁ ୭ ଭଉଣୀ ବୋଲି ମଧ୍ୟ କୁହାଯାଏ। ସେମାନେ ସ୍ଥଳଭାଗରେ ଭାରତ ଦ୍ବାରା ଘେରି ହୋଇଥିବା ଦେଶ। ତାଙ୍କ ପାଖରେ ସମୁଦ୍ର ମାଧ୍ୟମରେ ପହଁଞ୍ଚିବାର କୌଣସି ରାସ୍ତା ନାହିଁ। ଆମେ ପୁରା ଅଞ୍ଚଳ ପାଇଁ ମହାସାଗରର ଏକମାତ୍ର ସଂରକ୍ଷକ। ତେଣୁ ଏହା ଏକ ବଡ଼ ସମ୍ଭାବନା ଖୋଲୁଛି। ଏଠାରେ ଚୀନ୍ ଅର୍ଥବ୍ୟବସ୍ଥା ବିସ୍ତାର ହୋଇପାରେ।