ନୂଆଦିଲ୍ଲୀ,୧୩/୦୨; କିଏ ସମ୍ଭାଳିବ ବାଂଲାଦେଶ ଗାଦି ? କିଏ ଜିତିବ ବାଂଲାଦେଶ ନିର୍ବାଚନ ? ଚାଲିଛି ଭୋଟ ଗଣତି । ବାଂଲାଦେଶରେ ଶେଖ୍ ହସିନାଙ୍କ ସରକାର ପତନ ପରେ ପ୍ରଥମ ଥର ସାଧାରଣ ନିର୍ବାଚନ ହୋଇଛି । ଭୋଟ ଗଣତି ଜାରି ରହିଛି । ପ୍ରାରମ୍ଭିକ ଗଣତିରେ ନିର୍ବାଚନରେ ବିଏନପି ଝଡ଼ ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟିଏ ଆସନ ଦଖଲ କରି ଚାଲିଛି ବିଏନପି । ବଡ଼ ବିଜୟମୁହାଁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି । ମୋଟ୍ ୨୯୯ ନିର୍ବାଚନ କ୍ଷେତ୍ରରେ ଭୋଟ ହୋଇଥିଲା । ମତଦାନ ଗଣନା ଟ୍ରେଣ୍ଟରେ ବିଏନପି ତାର ପ୍ରତିନ୍ଦ୍ବନ୍ଦୀ ଜମାତ-ଏ-ଇସଲାମି ନେତୃତ୍ୱାଧୀନ ମେଣ୍ଟ ଉପରେ ସ୍ପଷ୍ଟ ଏବଂ ପ୍ରଚଣ୍ଡ ବହୁମତ ହାସଲ କରିଛି । ମିଳିଥିବା ସୂଚନା ଅନୁଯାୟୀ, ବିଏନପି ୧୬୫ ଆସନ ଜିତିଛି । ଅନେକ ଆସନରେ ଆଗୁଆ ରହିଛି । ଭାରତ ବିରୋଧୀ ଜମାତ ସମର୍ଥିତ ମେଣ୍ଟ ୪୫ ଆସନରେ ଆଗୁଆ ଅଛି ।
ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା ବିଏନପି ତାର ପୂର୍ବତନ ସହଯୋଗୀ ଜମାତ-ଏ-ଇସଲାମି ଉପରେ ଅଗ୍ରଣୀକୁ ଆହୁରି ମଜବୁତ କରିଛି । ଅଗଷ୍ଟ ୨୦୨୪ ରେ ଆୱାମୀ ଲିଗ୍ ସରକାରର ପତନ ପରେ କ୍ଷମତା ଗ୍ରହଣ କରିଥିବା ମଧ୍ୟବର୍ତ୍ତୀକାଳୀନ ସରକାରକୁ ବଦଳାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ଭୋଟ ଗଣତି ଜାରି ରହିଛି । ଦିବଂଗତ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦଳ ପ୍ରାୟ ୨୦ ବର୍ଷ ପରେ ଦେଶରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି । ନିର୍ବାଚନରେ ବିଏନପିର ଜବରଦସ୍ତ କମବ୍ୟାକ୍ ଦେଖି ମନେ ହେଉଛି ରେହମାନ ତାରିକ ବାଂଲାଦେଶ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ୧୭ ବର୍ଷ ନିର୍ବାସନ ପରେ ଫେରିଥିବା ତାରିକ ରହମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ରାସ୍ତା ସ୍ପଷ୍ଟ ମନେ ହେଉଛି । ଏ ପର୍ଯ୍ୟନ୍ତ ବିଏପି ୧୬୫ ଆସନ ଦଖଲ କରିଛି । ବିଏନପି ପୂର୍ବରୁ ଘୋଷଣା କରିଥିଲା ଯେ, ଯଦି ସେ କ୍ଷମତାକୁ ଆସେ, ତେବେ ରହମାନ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଯାହା ଦ୍ଵାରା ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ୧୮ ମାସ ଶାସନର ଅନ୍ତ ଘଟିବ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଏନପି ଅଧ୍ୟକ୍ଷା ବେଗମ୍ ଖାଲେଦା ଜିଆଙ୍କ ପୁଅ ରହମାନ ତାରିକ । ଖାଲେଦାଙ୍କ ମୃତ୍ୟୁର କିଛି ସମୟ ପରେ ଜାନୁଆରୀ ୯ ତାରିଖରେ ଆନୁଷ୍ଠାନିକ ଭାବରେ ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ ରହମାନ । ୧୭ ବର୍ଷ ନିର୍ବାନସ ପରେ ସ୍ୱଦେଶ ଫେରିଥିବା ରହମାନ ତାରିକ ନିର୍ବାଚନୀ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ପ୍ରଦର୍ଶନ କରିଛନ୍ତି । କିଛି ରିପୋର୍ଟ ଅନୁସାରେ ସେ ଗୁରୁତ୍ୱପୂର୍ଣ୍ଣ ଢାକା-୧୭ ଏବଂ ବୋଗ୍ରା-୬ ଆସରେ ବିଜୟୀ ହୋଇଛନ୍ତି । ତାଙ୍କ ବିଜୟ ଖବର ବିଏନପି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି । ମିର୍ଜା ଫଖରୁଲ, ଇସଲାମ ଆଲମଗିର, ମହମ୍ମଦ ଅସାଦଉଜ୍ଜମାନ ଏବଂ ରୁମିନ ଫରହାନା ସମେତ ଅ୍ୟ ପ୍ରମୁଖ ପ୍ରାର୍ଥୀମାନେ ମଧ୍ୟ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି । ଦଶନ୍ଧିରୁ ଅଧିକ ସମୟ ପରେ ବାଂଲାଦେଶ ରାଜନୀତିରେ ବାଂଲାଦେଶ ଜାତୀୟତାବାଦୀ ଦଳ ଜବରଦସ୍ତ କମବ୍ୟାକ୍ କରିବାକୁ ଯାଉଛି । ବିଏନପି ନେତୃତ୍ୱାଧୀନ ମେଣ୍ଟ ସରକାର ଗଠନ ପାଇଁ ଆବଶ୍ୟକ ୧୫୧ ସଂଖ୍ୟା ଅତିକ୍ରମ କରି ସଂଖ୍ୟାଗରିଷ୍ଠତା ଆଡ଼କୁ ବଢୁଛି ।
ଏହା ବି ପଢନ୍ତୁ...ଇରାନର ହାଇପରସୋନିକ୍ ମିସାଇଲକୁ ମାତ୍ ଦେବାକୁ ଇସ୍ରାଏଲର ପ୍ରସ୍ତୁତି ... ପୁଣି ଥରେ ଚମତ୍କାରିତା ଦେଖାଇବ ଡେଭିଡ୍ସ ସ୍ଲିଙ୍ଗ୍
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୨୪ରେ ଶେଖ୍ ହସିନାଙ୍କ ସରକାର ପତନ ପରେ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ବହୁ ସଂଖ୍ୟାରେ ମତଦାନ ହୋଇଥିଲା । ପ୍ରଥମ ଥର ପାଇଁ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ନିର୍ବାଚନ ମୈଦାନରେ ଅନୁପସ୍ଥିତ ଥିଲା । ଜମାତ-ଏ-ଇସଲାମୀ ନେତୃତ୍ୱାଧୀନ ୧୧-ଦଳୀୟ ମେଣ୍ଟର ସ୍ଥିତି ଖରାପ । ମାତ୍ର ୩୦ ଆସନରେ ଆଗୁଆ ଥିଲା । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ୨୯୯ ଆସନରେ ଭୋଟ୍ ଗ୍ରହଣ ହୋଇଥିବାବେଳେ ପ୍ରାୟ ୫୫ ପ୍ରତିଶତ ଭୋଟର ମତଦାନ କରିଥିଲେ ।