ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବାଂଲାଦେଶରେ ଇସ୍କନ୍‌କୁ ବଡ଼ ଆଶ୍ବସ୍ତି; ପ୍ରତିବନ୍ଧକ ଲଗାଇବାକୁ ଅଗ୍ରାହ୍ୟ କଲେ ହାଇକୋର୍ଟ

Published By : Soubhagya Ranjan | November 28, 2024 9:25 PM

Image source: TV9

ନୂଆଦିଲ୍ଲୀ,୨୮/୧୧: ବାଂଲାଦେଶରେ ଇସ୍କନ୍‌କୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ଇସ୍କନ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ହାଇକୋର୍ଟ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଅନ୍ତରିଣ ସରକାର ଗ୍ରହଣ କରୁଥିବା କାର୍ଯ୍ୟରେ ଆମେ ସନ୍ତୁଷ୍ଟ। ତେଣୁ, ବର୍ତ୍ତମାନ ଏହି ପ୍ରସଙ୍ଗରେ କୌଣସି ପରାମର୍ଶ ନେବାର ଆବଶ୍ୟକତା ନାହିଁ। ସୂଚନାଥାଉକି, ବାଂଲାଦେଶରେ ବୁଧବାର ସୁପ୍ରିମକୋର୍ଟର ଓକିଲ ମୋନିରୁଜାମାନ ଜଷ୍ଟିସ ଫରାହ ମେହବୁବ ଏବଂ ଜଷ୍ଟିସ ଦେବଶିଶ ରୟ ଚୌଧୁରୀଙ୍କ ଖଣ୍ଡପୀଠ ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନ କରିଥିଲେ। ସେ ଚଟଗାଁଓ ଏବଂ ରଙ୍ଗପୁରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ମଧ୍ୟ ନିବେଦନ କରିଥିଲେ।

ଶୁଣାଣି ଆରମ୍ଭରେ ଆଟର୍ଣ୍ଣି ଜେନେରାଲଙ୍କ ପକ୍ଷରୁ ଡେପୁଟି ଆଟର୍ଣ୍ଣି ଜେନେରାଲ ଆସଦୁଦ୍ଦିନ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ କୋର୍ଟଙ୍କୁ ସୂଚନା ଦେଇଥିଲେ। ଏହି ଘଟଣାରେ ସରକାରଙ୍କ ଆଭିମୁଖ୍ୟ କଠୋର ବୋଲି ସେ କୋର୍ଟଙ୍କୁ କହିଛନ୍ତି। ଏପର୍ଯ୍ୟନ୍ତ ତିନୋଟି ମାମଲା ସାମ୍ନାକୁ ଆସିଛି, ଗୋଟିଏ ମାମଲାରେ ୧୩ ଜଣ, ଆଉ ଗୋଟିଏରେ ୧୪ ଜଣ ଏବଂ ଅନ୍ୟ ୪୯ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ୩୩ ଜଣଙ୍କୁ ଗିରଫ କରାଯାଇଛି। ସିସିଟିଭି ମାଧ୍ୟମରେ ଆଉ ୬ ଜଣଙ୍କୁ ଚିହ୍ନଟ କରାଯାଇଛି। ସରକାର କୋର୍ଟରେ କହିଛନ୍ତି ଯେ ପୋଲିସ ସକ୍ରିୟ ଅଛି, ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ସୂଚନା ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡେପୁଟି ଆଟର୍ଣ୍ଣି ଜେନେରାଲ ଆସଦୁଦ୍ଦିନ କହିଛନ୍ତି ଯେ କେବଳ ଚଟଗାଁଓ ନୁହେଁ ଅନ୍ୟ ସ୍ଥାନରେ ମଧ୍ୟ ସୁରକ୍ଷା ବାହିନୀ ଗୁରୁତର ସହିତ ତମାମ ପ୍ରସଙ୍ଗରେ କାର୍ଯ୍ୟ କରୁଛନ୍ତି। ଶୁଣାଣି ସମୟରେ ଜଣେ ବିଚାରପତି କହିଛନ୍ତି ଯେ ଲୋକଙ୍କ ଜୀବନରେ ଆଉ କୌଣସି କ୍ଷତି ହେବା ଉଚିତ ନୁହେଁ।

ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବାକୁ ହୋଇଥିବା ଦାବି ଉପରେ ବିଚାରପତିମାନେ କହିଛନ୍ତି ଯେ ସରକାର ସର୍ବୋଚ୍ଚ ପ୍ରାଥମିକତା ସହ କାର୍ଯ୍ୟ କରୁଛନ୍ତି। ଏହାରି ଭିତରେ କୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ 'ଆମ ଦେଶର ସମସ୍ତ ଧର୍ମର ଲୋକମାନେ ଅତ୍ୟନ୍ତ ଆନ୍ତରିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ, ପାରସ୍ପରିକ ସମ୍ମାନ ଏବଂ ପ୍ରେମ କଦାପି ହଜିଯିବ ନାହିଁ। ତେଣୁ ଆବେଦନକାରୀ ଚିନ୍ତା କରିବା ଉଚିତ୍ ନୁହେଁ।' 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.