ନୂଆଦିଲ୍ଲୀ,୨୯/୧୧:  ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଜାରି ରହିଛି ଅତ୍ୟାଚାର । ସେଠାରେ ସୁରକ୍ଷିତ ନୁହଁନ୍ତି ହିନ୍ଦୁ ସମ୍ପ୍ରଦାୟ   । ସେମାନଙ୍କ ଉପରକୁ ହେଉଛି ବାରମ୍ବାର  ଆକ୍ରମଣ। ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା।  ବାଂଲାଦେଶର ଏକ ମନ୍ଦିର ସମ୍ମୁଖରେ ଜଣେ ହିନ୍ଦୁ ଯୁବକଙ୍କୁ କିଛି ବ୍ୟକ୍ତି ଘେରି ଜୋର ଜବରଦସ୍ତି ବିଚ୍‌ ରାସ୍ତା କାନ ଧରି ଉଠବସ୍‌ କରୁଛନ୍ତି । ଯାହାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।  ତେବେ ଯୁବକ ଜଣକ ମନ୍ଦିର ଯାଉଥିବାରୁ ତାଙ୍କୁ ଏଭଳି ଦଣ୍ଡ ମିଳିଥିବା ଜଣାପଡିଛି । 

ସୂଚନା ମୁତାବକ, ମନ୍ଦିରର ଯାଉଥିବା ୟୁବକଙ୍କୁ କାନ ଧରି ଉଠବସ୍‌ ହେବାକୁ ବାଧ୍ୟ କରାଯାଉଥିବା ବେଳେ ସମସ୍ତଙ୍କୁ ଭୁଲ୍‌ ମାଗିବାକୁ ବି କୁହାଯାଇଛି। କେବଳ ସେତିକି ନୁହେଁ, ଅଧିକ ଥର ଉଠବସ୍‌ ହେବାକୁ ବି ଧମକ ଦେଉଥିଲେ ।  ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଏଭଳି  ରାଜନୈତିକ ହିଂସା ଲାଗି ରହିଛି।  ସଂଖ୍ୟାଲଘୁ ଅଧିକାରକୁ ନେଇ ତେଜିଛି  ଅସ‌ନ୍ତୋଷ।  ମନ୍ଦିର ଓ ଭଗବାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଭଙ୍ଗାଯିବା ସହ ବିକୃତ କରାଯାଇଛି। ଏପରିକି ସେମାନେ ଘରୁ ବାହାରିଲେ, ମନ୍ଦିର ଗଲେ ତାହାକୁ  କରାଯାଉଛି ବିରୋଧ। ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ବେଳେ ବିଭିନ୍ନ ଲୋକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବାଂଲାଦେଶ ଏବେ ହିନ୍ଦୁଙ୍କ ପାଇଁ ଅସୁରକ୍ଷିତ ଥିବା ବେଳେ ସେମାନେ ଘରେ ରହିବାକୁ ବି  ମଣୁ ନାହାନ୍ତି ସୁରକ୍ଷିତ ।