ଢାକା,୧୨।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ବାଂଲାଦେଶ ଫେରିବା ଘୋଷଣା କରିଛନ୍ତି। ହସିନାଙ୍କ ଏହି ଘୋଷଣା ପରେ କୌଣସି ପ୍ରକାରେ ନିର୍ବାଚନରେ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ହୋଇଥିବା ତାରିକ ରହମାନ ଆତଙ୍କିତ ହୋଇ ପଡିଛନ୍ତି। ଗାଦିଚ୍ୟୁତ ହେବା ଭୟରେ, ତାରିକ ରହମାନଙ୍କ ସରକାର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରିଛନ୍ତି। ବାଂଲାଦେଶ ସରକାର ବାଂଲାଦେଶ ମିଡିଆକୁ ଶେଖ୍ ହସିନାଙ୍କ ଘୋଷଣା ବିଷୟରେ ଖବର ପ୍ରକାଶ ନକରିବାକୁ ନିର୍ଦେଶ ଦେଇଛନ୍ତି। । ଏ ସମ୍ପର୍କରେ ଏକ ସେନ୍ସରସିପ୍ ଆଦେଶ ଜାରି ମଧ୍ୟ କରାଯାଇଛି। ନ୍ୟୁଜ ଏଜୋନ୍ସି 'ରଏଟର୍ସ'କୁ ଦିଆଯାଇଥିବା ଏକ ସାକ୍ଷାତକାରରେ, ଶେଖ୍ ହସିନା ବଢି ଯାଇଛି।
ବାଂଲାଦେଶର ତାରିକ ରେହମାନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ କୌଣସି ବୟାନ, ଭାଷଣ କିମ୍ବା ଇଣ୍ଟରଭ୍ୟୁ ପ୍ରସାରଣ ଓ ପ୍ରକାଶନ ଉପରେ କୋର୍ଟ ଦ୍ବାରା ଲଗାଯାଇଥିବା କଟକଣାକୁ ପାଳନ କରିବାର ନିର୍ଦେଶ ଜାରି କରିଛନ୍ତି। ସରକାର ସବୁ ପ୍ରିଣ୍ଟ, ଇଲୋକ୍ଟେ୍ରାନିକ୍ସ, ଅନଲାଇନ୍ ଓ ସୋସିଆଲ ମିଡିଆ ପ୍ଳାଟଫର୍ମକୁ କହିଛନ୍ତି, ସେ କୋର୍ଟର ନିର୍ଦେଶକୁ ଉଲଂଘନ ନକରନ୍ତୁ। ସରକାର ଶୁକ୍ରବାର ବିଳମ୍ବିତ ରାତିରେ ଜାରି ବୟାନରେ କହିଛନ୍ତି, ୨୦୨୪ ରେ ଇଣ୍ଟରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ (ଆଇସିଟି) ଶେଖ ହସିନାଙ୍କ ବୟାନର ପ୍ରସାରଣ ଉପରେ ରୋକ ଲଗାଇଥିଲେ। ଏହାଛଡା ବାଂଲାଦେଶରେ ଏଭଳି ବ୍ୟକ୍ତି, ଯାହାକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ଓ ଯିଏ ପଳାତକ ଘୋଷିତ ହୋଇଛନ୍ତି, ତାଙ୍କ ବୟାନ, ଇଣ୍ଟରଭ୍ୟୁ କିମ୍ବା ଅଡିଓ-ଭିଡିଓ ପ୍ରସାରଣ ଉପରେ ମଧ୍ୟ ଆଇନଗତ କଟକଣା ଲାଗୁ କରାଯାଉ। ସରକାର ମିଡିଆ ସଂସ୍ଥାକୁ ଏହି ସବୁ ନିର୍ଦେଶ କଡା ଭଡି ଭାବରେ ପାଳନ କରିବାକୁ କହିଛନ୍ତି।
ବାଂଲାଦେଶର ଅନେକ ଗଣମାଧ୍ୟମ ଖବର ଏଜେନ୍ସି ରଏଟର୍ସ ସହିତ ଶେଖ୍ ହାସିନାଙ୍କ ସାକ୍ଷାତକାର ପ୍ରକାଶ ଏବଂ ପ୍ରସାରଣ ପରେ ଏହି ପଦକ୍ଷେପ ନିଆଯାଇଛି। ଏହା ପରେ, ସରକାର ଗଣମାଧ୍ୟମକୁ ଏକ ନୂତନ ଚେତାବନୀ ଜାରି କରିଛନ୍ତି, ସେମାନଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ମନେ ପକାଇ ଦେଇଛନ୍ତି। ଏହି ସମୟରେ, ଲଣ୍ଡନରେ ବାସ କରୁଥିବା ବରିଷ୍ଠ ବାଂଲାଦେଶୀ ସାମ୍ବାଦିକ ସୟଦ ବଦରୁଲ ଆହସାନ, ଶେଖ୍ ହାସିନାଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବାଂଲାଦେଶ ଫେରିବା ପାଇଁ ତାଙ୍କର ଦୃଢ଼ ନିଷ୍ପତ୍ତି ସୂଚାଉଛି ଯେ ସେ ଦେଶର ସବୁଠାରୁ ପ୍ରଭାବଶାଳୀ ରାଜନୈତିକ ନେତା। ହସିନା ବାଂଲାଦେଶ ଯଦି ଫେରନ୍ତି ତେବେ ତାଙ୍କର ସୁରକ୍ଷାର ପୁରା ଦାୟିତ୍ବ ତାଙ୍କ ଦେଶ ନେବା ଦରକାର। କାରଣ ତାଙ୍କ ଉପରେ ଅତୀତରେ ବି ବହୁବାର ପ୍ରାଣଘାତୀ ଆକ୍ରମଣ ହୋଇସାରିଛି। ୧୯୮୮ ରେ ଚଟଗାଓଁରେ ଆକ୍ରମଣ ହୋଇଥିଲା। ୨୦୦୨୪ ରେ ଢାକାରେ ଗ୍ରେନେଡ୍ ହମଲା କରି ତାଙ୍କୁ ଟାର୍ଗେଣ କରାଯାଇଥିଲା। ଏଭଳି ସ୍ଥିତିରେ ତାଙ୍କର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ବ।