ନୂଆଦିଲ୍ଲୀ: ପ୍ରୟାଗରାଜ କୁମ୍ଭମେଳାରେ ଭାଇରାଲ ହୋଇଥିବା ମୋନାଲିସା ଏବଂ ତାଙ୍କ ସ୍ବାମୀ ଫରମାନଙ୍କ ଆଗୁଆ ଜାମିନ୍ ମାମଲାରେ ଶୁଣାଣି କରିଛନ୍ତି କେରଳ ହାଇକୋର୍ଟ । ମଙ୍ଗଳବାର ହାଇକୋର୍ଟ ଏହି ମାମଲାର ଶୁଣାଣି ସମୟରେ ସେମାନଙ୍କୁ ଭାଗ୍ୟବାନ ବୋଲି କହିଥିଲେ । ତୁମେ କେରଳରେ ଥିବାରୁ ଭାଗ୍ୟବାନ । ହାଇକୋର୍ଟ ତାଙ୍କ ମାମଲାର ଶୁଣାଣି କରି ନ୍ୟାୟ ସଂରକ୍ଷିତ ରଖିଛନ୍ତି ।
ଫରମାନ ଏବଂ ମୋନାଲିସାଙ୍କୁ ନେଇ କୋର୍ଟରେ ମାମଲା ପହଞ୍ଚିଥିଲା । ଅଲଗା ଧର୍ମ, ବୟସ ହୋଇନଥିବା ଏବଂ ଅପହରଣ ମାମଲାକୁ ନେଇ ବିଚାର କରାଯାଉଥିଲା । ତେବେ ଏହି ମାମଲାର ଶୁଣାଣି ବେଳେ ବିଚାରପତି କହିଥିଲେ କି, ତୁମେ ମଧ୍ୟପ୍ରଦେଶରେ ବିବାହ କରିଥିବାବେଳେ କେରଳରେ ଆଶ୍ରୟ ନେଇଛ । ତୁମେ ଭାଗ୍ୟବାନ, ଏଠାରେ ରହିଛି । ସେମାନେ ମଧ୍ୟ ପ୍ରକାଶ କରିଥିଲେ କି, ଆମେ ଏଠାରେ ନଥିଲେ କେବେଠାରୁ ମୃତ୍ୟୁମୁଖରେ ପଡ଼ିଥାନ୍ତୁ, ଆଉ ଏଠାରେ ଥିବାରୁ ବଞ୍ଚିଛୁ ।
୨୦୨୫ ପ୍ରୟାଗରାଜର କୁମ୍ଭମେଳା ସମୟରେ ମାଳା ବିକି ଚର୍ଚ୍ଚାକୁ ଆସିଥିଲେ ମୋନାଲିସା । ଭାଇରାଲ ହେବାପରେ ଅଭିନୟ ଜଗତରେ ପାଦ ଥାପିଥିଲେ । ଆଉ ସେ ଯେତେବେଳେ ଫରମାନଙ୍କୁ ବିବାହ କରିଥିଲେ । ସେତେବେଳେ ବିବାଦ ଘେରରେ ରହିଥିଲେ । ଅଲଗା ଧର୍ମ ସାଙ୍ଗକୁ ତାଙ୍କ ବୟସ ୧୮ରୁ କମ୍ ହୋଇଥିଲା । ଯାହାକୁ ନେଇ ପରିବାର ଲୋକଙ୍କ ସହ ବିଭିନ୍ନ ସଂଗଠନ ମଧ୍ୟ ଏହାକୁ ବିରୋଧ କରିଥିଲା । ଆଉ ମାମଲା ଯାଇ କୋର୍ଟରେ ପହଞ୍ଚିଥିଲା ।
କେରଳ ଏବଂ ମଧ୍ୟପ୍ରଦେଶ ଉଭୟରେ ସମାନ୍ତରାଳ ଭାବରେ ଆଇନଗତ ପ୍ରକ୍ରିୟା ଚାଲିଥିବାରୁ ଏହି ମାମଲାଟି ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛି । ଏହି ସମୟରେ, ତିରୁବନନ୍ତପୁରମର ଏକ POCSO କୋର୍ଟରେ ଦାୟର ଏକ ବ୍ୟକ୍ତିଗତ ଅଭିଯୋଗରେ ଫରମାନ ଖାନଙ୍କ ସମେତ ଏମ.ଭି. ଗୋବିନ୍ଦନ, ଭି. ଶିବଙ୍କୁଟ୍ଟି ଏବଂ ଏ.ଏ. ରହିମଙ୍କ ସମେତ ଅନେକ ବାମପନ୍ଥୀ ନେତାଙ୍କୁ ବିବାହ ଆୟୋଜନରେ ଭୂମିକା ଗ୍ରହଣ କରିବାର ଅଭିଯୋଗ କରାଯାଇଛି।
ଏହାସହ ପଢ଼ନ୍ତୁ : Virat Kohli Vaibhav Sooryavanshi Viral Video: ବୈଭବଙ୍କୁ କ’ଣ କହିଲେ ବିରାଟ, କାହିଁକି ହେଉଛି ଏମିତି ଚର୍ଚ୍ଚ ?