ନୂଆଦିଲ୍ଲୀ; ୪/୧ : ସବୁଠି ଚର୍ଚ୍ଚା, ବଢ଼ୁଛି ବିବାଦ । ବାଲାଂଦେଶୀ ଖେଳାଳିଙ୍କୁ ରିଲିଜ ପରେ ବଢ଼ିଛି ବିବାଦ । ୨୦୨୬ ଟି-୨୦ ବିଶ୍ବକପ ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଭାରତରେ ଖେଳିବାକୁ ମନା କରି ଦେଇଛି ବାଲାଂଦେଶ । BCB ଅଧିକାରୀ ନଜରୁଲ୍ କହିଛନ୍ତି ଭାରତରେ ବାଂଲାଦେଶ କୌଣସି ମ୍ୟାଚ ଖେଳିବ ନାହିଁ । ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଆମ ବୋର୍ଡ ଏହି ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି । ତେବେ ଏହା ଉପରେ ଆଇସିସି କଣ ନିଷ୍ପତ୍ତି ନେଉଛି ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ।
ଆସିଫ୍ ନଜରୁଲ୍ ରବିବାର ନିଜର ଫେସବୁକରେ ଏଭଳି ଏକ ପୋଷ୍ଟ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ତାଙ୍କ ବୋର୍ଡ ଏଭଳି ନିଷ୍ପତ୍ତି ନେଇଥିବା ସେ ପୋଷ୍ଟ୍ କରିଛନ୍ତି । ସେପଟେ ବାଲାଂଦେଶ ନିଜର ମ୍ୟାଚ୍ ସବୁ ଭାରତ ବଦଳରେ ଶ୍ରୀଲଙ୍କାରେ ଖେଳିବା ପାଇଁ ଚାହୁଁଥିବା ଜଣାଇଛି । ସୂଚୀ ଅନୁଯାୟୀ କୋଲକାତା ଏବଂ ମୁମ୍ବାଇରେ ବାଂଲାଦେଶ ମ୍ୟାଚ୍ ଗୁଡ଼ିକ ରହିଥିଲା । ଓ୍ବେଷ୍ଟଇଣ୍ଡିଜ୍, ଇଟାଲୀ ଏବଂ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ କୋଲକାତାର ଇଡେନ ଗାଡେନରେ ରହିଥିଲା । ପରେ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ମୁମ୍ବାଇରେ ରହିଥିଲା। ମାତ୍ର ଏବେ ସୂଚୀ ବଦଳାଇ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିଛି ବାଲାଂଦେଶ । ମାତ୍ର ଆଇସିସି ଏଯାବତ କୌଣସି ସୂଚନା ଦେଇନାହିଁ ।
ବିବାଦ କ'ଣ : ଗତ କିଛି ଦିନ ଧରି, କେକେଆର ଏବଂ ଏହାର ସହ-ମାଲିକ ଶାହରୁଖ ଖାନଙ୍କୁ ଅନେକ ରାଜନେତା ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀ ଟାର୍ଗେଟ୍ କରିଥିଲେ । ଏହାପରେ ବିବାଦରେ ଫସିଥିଲେ କେକେଆର । ଜାତୀୟ ଭାବନା ସତ୍ତ୍ୱେ ଫ୍ରାଞ୍ଚାଇଜ୍ ଜଣେ ବାଂଲାଦେଶୀ ଖେଳାଳିଙ୍କୁ କିଣିବାକୁ ନେଇ ଭାରତର ଅନେକ ଲୋକସମର୍ଥନ କରୁନାହାନ୍ତି ବୋଲି କୁହାଯାଇଥିଲା । ବିଜେପି ନେତା ସଂଙ୍ଗୀତ ସୋମ୍ ଶାହରୁଖଙ୍କ ଉପରେ ଦେଶଦ୍ରୋହୀ ଟିପ୍ପଣୀ ଦେଇଥିଲେ।
କହି ରଖୁଛୁ କି, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି । ବାଂଲାରେ ହିନ୍ଦୁଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଉଛି । ୪ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବାଂଲାଦେଶରେ ହିନ୍ଦୁ ସୁରକ୍ଷିତ ନଥିବା ବେଳେ ଉକ୍ତ ଦେଶର ଖେଳାଳଙ୍କୁ କାହିଁକି ଆଇପିଏଲରେ ଖେଳାଯିବାକୁ ନେଇ ବିବାଦ ଦେଇଖିବାକୁ ମିଳିଥିଲା । ଏହାକୁ ନେଇ ବିସିସିଆଇ କେକେଆର ଫ୍ରାଞ୍ଚାଇଜକୁ ମୁସ୍ତାଫିଜୁର ରେହମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲା । ଏହାର ମାତ୍ର ୨ ଘଣ୍ଟା ଭିତରେ ରେହମାନଙ୍କୁ ରିଲିଜ କରିଛି କୋଲକାତା । ତେବେ ଭାରତ-ବାଂଲାଦେଶ ମଧ୍ୟରେ ବିଗୁଡୁଥିବା ସମ୍ପର୍କ ମଧ୍ୟରେ କ୍ରିକେଟର ବଳି ପଡିଛନ୍ତି ।