ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କିଏ ବାନୁ ମୁସ୍ତାକ ? ଯାହାଙ୍କ 'ହାର୍ଟ ଲ୍ୟାମ୍ପ' ଜିତିଲା ଅନ୍ତର୍ଜାତୀୟ ବୁକର୍ ପ୍ରାଇଜ୍

Published By : Ankita S | May 21, 2025 2:04 PM

ନୂଆଦିଲ୍ଲୀ,୨୧/୦୫: କର୍ଣ୍ଣାଟକର କନ୍ନଡ଼ ଲେଖିକା ବାନୁ ମୁସ୍ତାକଙ୍କ ଷ୍ଟର୍ଟ ଷ୍ଟୋରୀ ହାର୍ଟ ଲ୍ୟାମ୍ପ ଅନ୍ତର୍ଜାତୀୟ ବୁକର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହା ସହିତ ଏହି ପୁସ୍ତକର ଇଂରାଜୀ ଅନୁବାଦ କରିଥିବା ଦୀପା ଭସ୍ତାଙ୍କୁ ମଧ୍ୟ ସଯୁକ୍ତ ରୂପରେ ପୁରସ୍କାର ପ୍ରଦାନ କରାଯାଇଛି । ବାନୁ ମୁସ୍ତାକଙ୍କ ହାର୍ଟ ଲ୍ୟାମ୍ପ ଏବେ ଲଣ୍ଡନର ପ୍ରସିଦ୍ଧ ଜିବିପି ୫୦ ହଜାରରେ ଅନ୍ତର୍ଜାତୀୟ ପୁରସ୍କାର ଜିତିଥିବା ପ୍ରଥମ କନ୍ନଡ଼ ପୁସ୍ତକ ହୋଇଛି ।

ବୁକର ପୁରସ୍କାରରେ ସମ୍ମାନିତ ବାନୁ ଖୁସି ବ୍ୟକ୍ତି କରିଛନ୍ତି, ସେ କହିଛନ୍ତି, ଏହା ଆକାଶକୁ ଆଲୋକ ଦେଉଥିବା ତାରା ପରି ଲାଗୁଛି... କର୍ଣ୍ଣାଟକର ପ୍ରସିଦ୍ଧ ଲେଖିକା ତଥା ସମାଜସେବୀ ୭୭ ବର୍ଷୀୟ ବାନୁ ମୁସ୍ତାକ ତାଙ୍କ ଲେଖାରେ ମହିଳାଙ୍କୁ ଗୁରୁତ୍ୱ ଦେଉଥିଲେ । ତାଙ୍କ ଲେଖା ଗୁଡ଼ିକ ମହିଳା କେନ୍ଦ୍ରୀକ ଥିଲା । ହାର୍ଟ ଲ୍ୟାମ୍ପ  ପୂର୍ବରୁ ବି ତାଙ୍କର ଅନେକ ରଚନା ପାଠକଙ୍କ ଆଦୃତ ହୋଇଛି ।

ଖାଲି ସେତିକି ନୁହେଁ ଏକାଧିକ ଥର କର୍ଣ୍ଣାଟକ ସାହିତ୍ୟ ଏକାଡ଼େମୀ ପୁରସ୍କାର ଜିତିଛନ୍ତି ବାନୁ ମୁସ୍ତାକ । ଲେଖା ବ୍ୟତୀତ ମହିଳାଙ୍କ ଅଧିକାର ପାଇଁ ସେ ସ୍ୱର ଉଠାଇଛନ୍ତି । ଭେଦଭାବ ଉପରେ ପ୍ରଶ୍ନ ଉଠାଇବା ସହ ତାଙ୍କର ଆଇନଗତ ପଦକ୍ଷେପ ତାଙ୍କୁ ପରିଚୟ ଦେଇଛି । ତାଙ୍କ କାହାଣୀ ଦର୍ଶାଏ ଯେ  କୌଣସି ଧର୍ମ, ସମାଜ ଏବଂ ରାଜନୀତି ମହିଳାଙ୍କୁ ବିନା ପ୍ରଶ୍ନରେ ଆଜ୍ଞାକାରିତା ଦାବି କରେ । ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ମଧ୍ୟ ତାଙ୍କ ଲେଖା ମାଧ୍ୟମରେ ଦର୍ଶାଇଥାନ୍ତି ।

ବାନୁ ମୁସ୍ତାକ ତାଙ୍କର ପ୍ରଥମ କ୍ଷୁତ୍ର ଗଳ୍ପ ମିଡିଆ ସ୍କୁଲରେ ପଢୁଥିବା ସମୟରେ ଲେଖିଥିଲେ । ସେବେଠୁ ଲେଖିବାର ଯାତ୍ରା ଆରମ୍ଭ ହୋଇଥିଲା । ୨୬ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ପ୍ରସିଦ୍ଧ କାହାଣୀ ଲେଖିଥିଲେ । ଏହାପରେ ତାଙ୍କର ଲେଖା ଲୋକଙ୍କ ଧ୍ୟାନ ଆକର୍ଷିତ କରିଥିଲା । ଗୋଟିଏ ପରେ ଗୋଟିଏ ସାହିତ୍ୟିକ ରଚନା କରିଥିଲେ ବାନୁ ମୁସ୍ତାକ । ହାର୍ଟ ଲ୍ୟାମ୍ପ ବ୍ୟତୀତ ବାନୁ ୬ଟି କ୍ଷୁଦ୍ର ଗଳ୍ପ, ଗୋଟିଏ ଇପନ୍ୟାସ, ଗୋଟିଏ ନିବନ୍ଧ ଓ ଗୋଟିଏ କବିତା ସଂଗ୍ରହ ଲେଖିଛନ୍ତି  ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.