ଭୁବନେଶ୍ୱର ୩୦/୦୪: ପେଟର ଚର୍ବି କେବଳ ସୌନ୍ଦର୍ଯ୍ୟ ହ୍ରାସ କରି ନଥାଏ, ବରଂ ଅନେକ ରୋଗକୁ ମଧ୍ୟ ନିମନ୍ତ୍ରଣ ଦେଇଥାଏ । ତେଣୁ ପ୍ରାୟ ମହିଳା ଏହାକୁ କମ୍ କରିବା ପାଇଁ ପ୍ରାକୃତିକ ଓ ସହଜ ଉପାୟ ଖୋଜି ବସନ୍ତି । ଏହାକୁ ଦୃଷ୍ଟିରେ ରଖି ନ୍ୟୁଟ୍ରିନିଷ୍ଟ ରାଜମଣୀ ପଟେଲ ପେଟର ଚର୍ବି କମ୍ କରିବା ଓ ହଜମ ପ୍ରକ୍ରିୟାକୁ ସୁଧାରିବା ପାଇଁ ବାସିଲ୍ ସିଡ୍ସ ପାନୀୟର ବିଭିନ୍ନ ବ୍ୟବହାର ବିଷୟରେ କହୁଛନ୍ତି । ବାସିଲ୍ ସିଡ୍ସକୁ ‘ନଣ୍ଡାବାଗୁଲି’କୁ ମଧ୍ୟ କୁହାଯାଏ । ଏହା ପ୍ରାକୃତିକ ଉପାୟରେ ଶରୀରକୁ ସୁସ୍ଥ ରଖିବା ସହ ଚର୍ବିକୁ କମ୍ କରିଥାଏ ।
ପେଟ ଚର୍ବିକୁ କମ୍ କରିବା ପାଇଁ ସାମଗ୍ରୀ :
ଏକ ଚାମଚ ବା ୫ ଗ୍ରାମ୍ର ବାସିଲ୍ ସିଡ୍ସ, ଏକ ଗ୍ଲାସ୍ ପାଣି, ଏକ ଚାମଚ ଲେମ୍ବୁ ରସ, ଅଧା ଚାମଚ ମହୁ(ବାଧ୍ୟତାମୂଳକ ନୁହେଁ) ।
ପ୍ରଣାଳୀ :
ବାସିଲ୍ ସିଡ୍ସକୁ ୧୦ରୁ ୧୫ ମିନିଟ୍ ଯାଏ ପାଣିରେ ଭିଜାନ୍ତୁ । ଏହା ଫୁଲିଯିବା ପରେ ଏଥିରେ ଲେମ୍ବୁ ରସ, ମହୁ ପକାନ୍ତୁ । ଏହାକୁ ଭଲ ଭାବେ ମିଶାଇ ତୁରନ୍ତ ପିଅନ୍ତୁ । ଏହାକୁ ଅଧିକ ସମୟ ଯାଇ ରଖନ୍ତୁନାହିଁ । ଦିନକୁ ୧-୨ ଚାମଚରୁ ଅଧିକ ବାସିଲ୍ ସିଡ୍ସ ମଞ୍ଜି ଖାଆନ୍ତୁନି ।
ପିଇବାର ସମୟ :
ଯଦି ପେଟର ଚର୍ବି କମ୍ କରିବାକୁ ଚାହାନ୍ତି, ତେବେ ସକାଳେ ଖାଲି ପେଟରେ ଏହି ମିଶ୍ରଣକୁ ପିଅନ୍ତୁ । ଯଦି ଅତ୍ୟଧିକ ଖାଦ୍ୟରୁ ବଞ୍ଚିବାକୁ ଚାହାନ୍ତି, ତେବେ ଖାଇବାର ଅଧା ଘଣ୍ଟା ଆଗରୁ ନିଅନ୍ତୁ ।
ଚର୍ବି କେମିତି କମିବ?
୧. ହାଇ ଫାଇବର: ବାସିଲ୍ ସିଡ୍ସ ଫୁଲିବା ପରେ ଏହା ପେଟକୁ ଭରା ଭରା ରଖିଥାଏ ।
୨. ଧୀମା ହଜମ ପ୍ରକ୍ରିୟା: ଶୀଘ୍ର ଭୋକ ନ ଲାଗିବା ସହ ଭୋକ କମ୍ ହୋଇଥାଏ ।
୩. ଶର୍କରାକୁ ନିୟନ୍ତ୍ରିତ କରେ: ଏହାକୁ ପିଇବା ଦ୍ୱାରା ରକ୍ତରେ ଶର୍କରା ଅଚାନକ ବଢି ନଥାଏ । ଶରୀରରେ ଚର୍ବି ଷ୍ଟୋର ହୋଇ ରହେନା ।
୪. ଥଣ୍ଡାର ପ୍ରଭାବ: ଶରୀରରେ ଗରମ ଓ ପ୍ରଦାହ କମ୍ ରହିଥାଏ ।
୫. ମେଟାବଲିଜିମ୍ ବଢେ: କ୍ୟାଲୋରୀ ଇନ୍ଟାକ୍ କମ୍ ହେବା ସହ ମେଟାବଲିଜିମ୍ ବଢିଥାଏ ।
ଆହୁରି ପଢ଼ନ୍ତୁ...ପ୍ରତି କଥାରେ ‘ହଁ’ କହୁଥିବା ମହିଳାଙ୍କ ତାଲିକାରେ ଆପଣ ଅଛନ୍ତି କି? ଜାଣନ୍ତୁ ନା’ କହିବାର ୫ଟି ଟିପ୍ସ
ପାନୀୟର ଫାଇଦା :
ପେଟର ଚର୍ବି କମାଏ । ଭୋକ ଓ ଇମୋସନାଲ୍ ଇଟିଂକୁ ନିୟନ୍ତ୍ରିତ କରେ । ପାଚନ ତନ୍ତ୍ରକୁ ଠିକ୍ ରଖିବା ସହ ଶରୀରକୁ ଜଳ ଶୁଷ୍କତାଠାରୁ ଦୂରେଇ ରଖେ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ।
ଯଦି କୌଣସି ବ୍ୟକ୍ତିର ରକ୍ତଚାପ କମ୍ ରହୁଥାଏ କିମ୍ବା ହଜମ ପ୍ରକ୍ରିୟାରେ ସମସ୍ୟା ରହୁଥାଏ । ତେବେ ଡାକ୍ତରଙ୍କ ପରାମର୍ଶ ପରେ ଏହାକୁ ପିଇବା ଆବଶ୍ୟକ ।