ଭୁବନେଶ୍ୱର ୩୦/୦୪: ଯଦି ଆପଣ ସେହି ଶ୍ରେଣୀର ମହିଳା ହୋଇଥାନ୍ତି, ଯେଉଁମାନଙ୍କର ସବୁବେଳେ ହଁ କରିବା ଗୁଣ ରହିଥାଏ । ତେଣିକି ସେ ଘରେ ହେଉ ଅବା ଅଫିସ୍ରେ । ତେବେ ଏହି ଲେଖାଟି ଖାସ୍ ଆପଣଙ୍କ କାମରେ ଆସିପାରେ । ଏମିତି ଅନେକ ସମୟ ନିଶ୍ଚୟ ଆସିଥିବ, ଯେତେବେଳେ ଆପଣଙ୍କୁ କୌଣସି କାମ କରିବାକୁ ଇଚ୍ଛା ନଥାଇ ମଧ୍ୟ କାମ କରିବାକୁ ପଡିଥିବ । ଏଭଳି ସମସ୍ୟା କେତେକ ମହିଳାଙ୍କ ପାଇଁ ଖୁବ୍ ସାଧାରଣ । କାରଣ ସେମାନେ କେବେବି ନା’ କହିବା ଶିଖି ନଥାନ୍ତି । ସେ ମାନେ ଲୋକଙ୍କୁ ଖୁସି କରିବା ପାଇଁ ନିଜ ଇଚ୍ଛାକୁ ଚାପିବା ସହ ଖୁସିକୁ ମଧ୍ୟ ଅଣଦେଖା କରିଥାନ୍ତି । ଏଭଳି ଲୋକଙ୍କ ବ୍ୟବହାରକୁ ପିପୁଲ୍ ପ୍ଲିଜିଂ ବିହେବିୟର୍ କୁହାଯାଏ, ଯାହା ଅନେକ ସମୟରେ ସମସ୍ୟା ସୃଷ୍ଟି କରିଥାଏ ।
ଏହି କାରଣରୁ ସେମାନେ ଖୁବ୍ ଚିନ୍ତାରେ ରହିଥାନ୍ତି । ନିଜ ପାଇଁ କିଛି କରିପାରି ନଥାନ୍ତି । ପ୍ରଥମେ ଆପଣଙ୍କୁ ବୁଝିବାକୁ ହେବ ଯେ କାହାରିକୁ ଖୁସି କରିବା ଆଦୌ ସମ୍ଭବ ନୁହେଁ । ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍ । ତଥାପି କିଛି ଲୋକଙ୍କ ସମସ୍ୟା ସେ କିଛି କହିପାରି ନଥାନ୍ତି । ତେବେ ଏହି ପିପୁଲ୍ ପ୍ଲିଜିଂ ବିହେବିୟର୍କୁ କେମିତି ଦୂର କରିପାରିବେ ।
ମନା କରିବା ଅଭ୍ୟାସ କରନ୍ତୁ :
ପ୍ରଥମେ ପ୍ରତ୍ୟେକ କଥାରେ ନା’ କହିବା ଶିଖନ୍ତୁ । ସବୁବେଳେ ହଁ କରିବା ଆପଣଙ୍କ ପାଇଁ ସହଜ ଥିଲା । ତେଣୁ ପ୍ରଥମେ ନା’ କରିବା ଖୁବ୍ କଷ୍ଟ ହେବ । ହଁ କରିବା ବନ୍ଦ କରି ନା’ କରିବା ଅଭ୍ୟାସ ପରିବର୍ତ୍ତନ ପାଇଁ ପ୍ରୟାସ କରନ୍ତୁ । ଏହା ଧୀରେ ଧୀରେ ଅଭ୍ୟାସରେ ପଡିଯିବ । ଥରେ ଥରେ ନା' କରିବା ପରେ ଆପଣ ପରିବର୍ତ୍ତନକୁ ଅନୁଭବ କରିପାରିବେ । କାହାକୁ ମନା କରିବାକୁ ବହୁତ କଷ୍ଟ କରିବାକୁ ପଡି ନଥାଏ । ଏଥିପାଇଁ ରୁକ୍ଷ ହେବା ମଧ୍ୟ ଜରୁରି ନୁହେଁ । କିଛି ବିଶେଷ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ । ନା’ କରିବା ପାଇଁ ବାହାନାର ଦ୍ୱାହି ଦିଅନ୍ତୁ ନାହିଁ । ଏକଥା କହିପାରିବେ ଯେ ମୁଁ ଏହି କାମ କରିପାରିବି ନାହିଁ ।
କହିବା ପୂର୍ବରୁ ଚିନ୍ତା କରନ୍ତୁ :
ଯଦି ସିଧା ମନା କରିପାରୁ ନାହାନ୍ତି, ତେବେ କେମିତି କହିବେ ତାହା ପୂର୍ବରୁ ଚିନ୍ତା କରିନିଅନ୍ତୁ । ନା’ କରିବା ଜରୁରି, କିନ୍ତୁ ଏଥିପାଇଁ କଡା ଭାଷା ପ୍ରୟୋଗ କରିବା ଅନାବଶ୍ୟକ । ମନରେ ଯେତେ ରାଗ ଥିଲେ ମଧ୍ୟ କହିବା ପୂର୍ବରୁ ଥରେ ନିଶ୍ଚୟ ଭାବନ୍ତୁ । ପ୍ରତ୍ୟେକ କଥାରେ ତୁରନ୍ତ ପ୍ରତିକ୍ରିୟା ଦେବା ଠିକ୍ ନୁହେଁ । କହିବା ପୂର୍ବରୁ ଥରେ ଭାବିଚିନ୍ତି ଉତ୍ତର ଦିଅନ୍ତୁ । ଏପରି କରିବା ଦ୍ୱାରା ସମ୍ପର୍କ ଖରାପ ହେବାରୁ ରକ୍ଷା ପାଇଯିବ ।
ନିଜର ସୀମା ନିଜେ ସ୍ଥିର କରନ୍ତୁ :
ନିଜ ପାଇଁ ନିଜେ ସୀମା ସ୍ଥିର କରନ୍ତୁ । ଅନେକ ସମୟରେ ପିପୁଲ୍ ପ୍ଲିଜିଂ ବିହେବିୟର ଯୋଗୁ ଆପଣଙ୍କ ବ୍ୟକ୍ତିଗତ ସ୍ପେସ୍ ଭିତରକୁ ମଧ୍ୟ ଲୋକମାନେ ଚାଲିଆସିଥାନ୍ତି, ଯାହା ଆଦୌ ଠିକ୍ ନୁହେଁ । ଯଦି ଆପଣ ନିଜର ସୀମା ସ୍ଥିର କରି ନିଅନ୍ତି, ତେବେ ଲୋକମାନେ ତାକୁ ଉଲ୍ଲଙ୍ଘନ କରିବା ପୂର୍ବରୁ ଥରେ ନିଶ୍ଚୟ ଭାବିବେ ।
ବିବେକର କଥା ଶୁଣନ୍ତୁ :
ଯଦି ଆପଣ ସବୁବେଳେ ଅନ୍ୟମାନଙ୍କ ବିଷୟରେ ଭାବୁଥାନ୍ତି, ତେବେ ସେମାନଙ୍କ କଥାର ପ୍ରଭାବ ଆପଣଙ୍କ ଉପରେ ରହିବ । କିନ୍ତୁ ଆପଣଙ୍କୁ ନିଜ ଭାବନାକୁ ବୁଝିବା ଜରୁରି । ବିବେକ କଣ ଚାହୁଁଛି, ତାହା ଜାଣିବାକୁ ଚେଷ୍ଟା କରନ୍ତୁ । ଆଉ ବିବେକର କଥା ମଧ୍ୟ ଶୁଣନ୍ତୁ । ଅନେକ ସମୟରେ ଲୋକମାନେ ଅନ୍ୟର ଖୁସି ପାଇଁ ମନ କଥାକୁ ଅବହେଳା କରିଥାନ୍ତି, ଯାହା ଆଦୌ ଠିକ୍ ନୁହେଁ ।
ନିଜର ଯତ୍ନ ନିଅନ୍ତୁ :
ସବୁବେଳେ ନିଜର ଯତ୍ନ ନିଅନ୍ତୁ । ଆପଣଙ୍କ ବ୍ୟତୀତ କେହି ଆପଣଙ୍କ ଯତ୍ନ ନେବେ ନାହିଁ । ଯାହା ଆପଣଙ୍କୁ ଭଲ ଲାଗୁଛି, ତାହା ନିଶ୍ଚୟ କରନ୍ତୁ ।
ଆହୁରି ପଢ଼ନ୍ତୁ...ଏସିରେ ଶୋଇବା ଆରାମ ନୁହେଁ ଆଣିପାରେ ବିପଦ, ଜାଣନ୍ତୁ କେମିତି ଆପଣଙ୍କ ହାଡ଼କୁ ଦୁର୍ବଳ କରୁଛି AC…
ନିଜ ଖୁସିରେ ଅବହେଳା କରନ୍ତୁନି :
ସବୁବେଳେ କୌଣସି ନିର୍ଦ୍ଦିଷ୍ଟ ଜିନିଷ ବିଷୟରେ ଭାବନ୍ତୁ ନାହିଁ । ନିଜକୁ ସମୟ ଦିଅନ୍ତୁ । ନା’ କରିବା ଅଭ୍ୟାସକୁ ବଢାନ୍ତୁ । ଏହା ପରେ ଯଦି କୌଣସି ସମସ୍ୟା ଦେଖା ଦେଖାଦିଏ । ତେବେ ବିଶେଷଜ୍ଞ ପରାମର୍ଶ ନିଅନ୍ତୁ । ଏହା ଖୁବ୍ ଜରୁରି । ଆପଣଙ୍କ ଖୁସି ରହିବା ଦ୍ୱାରା ପାରିପାଶ୍ୱିର୍କ ପରିବେଶ ମଧ୍ୟ ଖୁସି ରହିବ । ନିଜେ ଖୁସିରେ ରହିବା ଦ୍ୱାରା ଜୀବନରୁ ବହୁ ସମସ୍ୟା ଆପେ ଆପେ ଦୂର ହୋଇଚାଲେ ।