ମୁମ୍ୱାଇ : ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ ବ୍ୟାଟେଲ୍ ଅଫ୍ ଗଲୱାନ’ ଘୋଷଣା ସମୟରେ ହିଁ ଚର୍ଚ୍ଚାରେ ରହିଛି। ଫିଲ୍ମର ଟିଜର ରିଲିଜ୍ ହେବା ପୂର୍ବ ଯାଏ ଏହାକୁ ନେଇ ଖୁବ୍ ପଜିଟିଭ୍ ମାହୋଲ ରହି ଥିଲା। କିନ୍ତୁ ଟିଜରରେ ସଲମାନ ଖାନଙ୍କ ଲୁକ୍ ଖୁବ୍ ଟ୍ରୋଲ୍ ହୋଇ ଥିଲା ଏବଂ ସେବେଠାରୁ ଫିଲ୍ମ ବିଷୟରେ ଏମିତି ଅନୁମାନ ଲଗାଯାଉଛି ଯେ, ବୋଧହୁଏ ଏହାର ମଧ୍ୟ ବକ୍ସ ଅଫିସରେ ‘ସିକନ୍ଦର’ ଭଳି ହିଁ ହେବ। କିନ୍ତୁ ବିଶେଷଜ୍ଞଙ୍କ ମତରେ, ଏହି ଫିଲ୍ମର ତୁଳନା ‘ସିକନ୍ଦର’ ଓ ‘କିସି କା ଭାଇ କିସି କି ଜାନ୍’ ଭଳି ଫିଲ୍ମ ସହ କରିବା ଭୁଲ ହେବ। କେବଳ ଏତିକି ନୁହେଁ,ଟ୍ରେଡ୍ ଏକ୍ସପର୍ଟ ସୁମିତ କାଦେଲଙ୍କ କହିବାନୁସାରେ , ଏହି ଫିଲ୍ମ ୩୦୦ କୋଟି ଟଙ୍କା ଯାଏ ଆୟ ସହଜରେ କରିପାରିବ।

ଏହାସହ ମଧ୍ୟ ପଢନ୍ତୁ : ୨୪ ବର୍ଷ ପରେ ପୁଣି ରିଲିଜ ହେଉଛି ଏହି ରୋମାଣ୍ଟିକ ଫିଲ୍ମ, ଭାଲେଣ୍ଟାଇନରେ ଦେବ ଭରପୂର ମନୋରଞ୍ଜନ

ଗଲୱାନକୁ ସାଧାରଣ ଭାବେ ନେବା ଉଚିତ ନୁହେଁ –

ସୁମିତ କାଦେଲ ନିଜର ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖି ଥିଲେ – ‘ଗଲୱାନ’ର ଲଢେଇ ହାଲକାରେ ନେବା ଉଚିତ୍ ନୁହେଁ। ପ୍ରଥମ ଓ ସବୁଠୁ ଆବଶ୍ୟକୀୟ କାରଣ ଏହା ଯେ, ଆମର ସଶସ୍ତ୍ର ସେନା ଓ ବାସ୍ତବ ଜୀବନର ହିରୋଙ୍କ ଉପରେ ନିର୍ମିତ ଫିଲ୍ମ ଆଜିକାଲି ଖୁବ୍ ଚାଲୁଛି। ଧୁରନ୍ଧର ଓ ବର୍ଡର-୨ ର ସଫଳତା ଏହାର ସଦ୍ୟ ଉଦାହରଣ । ଦ୍ୱିତୀୟ କାରଣ ଏହା ଯେ, ଅନ୍ୟ ଫିଲ୍ମ ଗୁଡ଼ିକ ପରି ଏହି ଫିଲ୍ମ ଅତୀତର ଇତିହାସ ଉପରେ ପର୍ଯ୍ୟବେଶିତ ନୁହେଁ। ଏହା ଗଲୱାନ ଘାଟୀରେ ସଦ୍ୟ ଭାରତ-ଚୀନ ବିବାଦ ଦ୍ୱାରା ଅନୁପ୍ରାଣୀତ। ଯେଉଁଠାରେ ଭାରତୀୟ ସୈନିକମାନେ ସାମ୍ନା ସାମ୍ନି ଲଢେଇରେ ଅନେକ ଚାଇନା ସୈନିକଙ୍କୁ ନିପାତ କରିଥିଲେ।

ଟ୍ରେଡ୍ ଏକ୍ସପର୍ଟ ସୁମିତ ଲେଖିଛନ୍ତି ଯେ, ଏହା ଏକ ନିଆରା କାହାଣୀ, ଯାହା ବିଷୟରେ ଅଧିକାଂଶ ଲୋକଙ୍କୁ ଡିଟେଲରେ ଜଣାନାହିଁ। ୩ୟ କାରଣ ନିଜେ ସଲମାନ ଖାନ। ଏହା ସିକନ୍ଦର କିମ୍ୱା କିସି କା ଭାଇ କିସି କି ଜାନ୍ ଭଳି କୌଣସି ସାଧାରଣ କମର୍ସିଆଲ ମସଲାଦାର ସିନେମା ନୁହେଁ। ଏହା ଏକ ଦେଶୀ , ଇନଟେନ୍ସ , ଜୋଶ୍‌ରେ ଭରା ୱାର ସିନେମା। ଏହା କିଛି ଏମିତି ଯାହାକି ସଲମାନ ଖାନ୍ ପୂର୍ବରୁ କେବେ କରି ନାହାନ୍ତି। ସୁମିତ କାଦେଲ ଫିଲ୍ମର ଆକ୍ସନ ଓ କ୍ଲାଇମ୍ୟାକ୍ସକକୁ ଏହାର ସବୁଠୁ ବଡ଼ ଶକ୍ତି ହେବାର ସଙ୍କେତ ଦେଇ କହିଛନ୍ତି ଯେ, ତାଙ୍କ ହିସାବରେ ଏହି ଫିଲ୍ମ ବଡ଼ ସହଜରେ ୩୦୦ କୋଟି ଟଙ୍କା ଯାଏ ଆୟ କରି ପାରିବ।