ମୁମ୍ବାଇ,୨୯/୦୩: ଗୌତମ ଗମ୍ଭୀର ଭାରତୀୟ  ଦଳର ମୁଖ୍ୟ କୋଚ୍‌ ରହିଥିବାବେଳେ ତାଙ୍କ ଅଧିନରେ  ଏକାଧିକ ସହକାରୀ କୋଚଙ୍କୁ ନିଯୁକ୍ତି ଦିଆଯାଇଛି । ବିସିସିଆଇ ଖୁବ୍‌ ଶୀଘ୍ର ଗମ୍ଭୀରଙ୍କ ଏହି କୋଚିଂ ଟିମ୍‌କୁ ଛୋଟ କରିବାକୁ ଯୋଜନା କରୁଛି । ଆଗମୀ ଇଂଲଣ୍ଡ ଗସ୍ତ ପୂର୍ବରୁ କିଛି କୋଚିଂ ସଦସ୍ୟଙ୍କୁ ଦିଆଯାଇପାରେ । ସହକାରୀ  କୋଚ୍‌ ଅଭିଷେକ ନାୟାର ଓ ଫିଲ୍ଡିଂ କୋଚ୍‌ ଟି ଦିଲ୍ଲୀପଙ୍କୁ ବାଦ  ଦେବାକୁ ଯୋଜନା କରାଯାଉଛି । 

ଗମ୍ଭୀରଙ୍କ କୋଚିଂ ଟିମ୍‌ରେ ନାୟାର ଓ ଦିଲ୍ଲୀପଙ୍କ  ବ୍ୟତୀତ ସହକାରୀ କୋଚ୍‌ ଭାବେ ର‌୍ୟାନ୍‌ ଟେନ ଡୋସେଟ୍‌,  ବୋଲିଂ କୋଚ୍‌ ଭାବେ ମର୍ଣ୍ଣ ମୋର୍କେଲ, ବ୍ୟାଟିଂ କୋଚ୍‌  ଭାବେ ସିତାଂଶୁ କୋଟକ, ୩ଜଣ ଥ୍ରୋ ଡାଉନ ସ୍ପେଶାଲିଷ୍ଟ,  ୨ଜଣ ମସାଜ ଥେରାପିଷ୍ଟ, ୨ଜଣ ଫିଜିଓ, ଜଣେ ଡାକ୍ତର,  ଜଣେ ସିକ୍ୟୁରିଟି ଓ ଅପରେସନ ମ୍ୟାନେଜର, ଜଣେ  ଭିଡ଼ିଓ ଆନାଲିଷ୍ଟ ଓ ଏକାଧିକ ଲଜିଷ୍ଟିକ/ମିଡ଼ିଆ ମ୍ୟାନେଜର  ରହିଛନ୍ତି । ଆଗକୁ ଏତେ ବିଶାଳ କୋଚିଂ ଟିମ୍‌ ରଖିବାକୁ  ବିସିସିଆଇ ଚାହୁଁନାହିଁ । ତେଣୁ ନାୟାର ଓ ଦିଲ୍ଲୀପଙ୍କୁ  ବାଦ ଦେବାକୁ ଚିନ୍ତା କରୁଛି । ନାୟାର ଓ ଦିଲ୍ଲୀପଙ୍କ  ସ୍ଥାନରେ ର‌୍ୟାନ୍‌ ଟେନ ଉଭୟ କାର୍ଯ୍ୟ କରିପାରିବେ ।