ଭୁବନେଶ୍ୱର ୧/୦୯: ରାଜଧାନୀର ଉପକଣ୍ଠର ନକ୍ସା ବଦଳିବ। ଭିତ୍ତିଭୂମିର ବିକାଶ ସହିତ ନୂଆ ସହର ନିର୍ମାଣ ହେବ । ସହରୀ ସଭ୍ୟତାରେ ସାମିଲ ହେବ ଗାଁ । ବିଡିଏ କାୟା କଟକ ସୀମା ପର୍ଯ୍ୟନ୍ତ ଲମ୍ବିବ। ପ୍ରାୟ ୮୦୦ ଏକକ ଜମିରେ ନିର୍ମାଣ ହେବ ନୂଆ ଭୁବନେଶ୍ୱର। ନୂଆ ସହରର ଡ୍ରଇଙ୍ଗ ଓ ଡିଜାଇନ୍ ପ୍ରସ୍ତୁତ ଦାୟିତ୍ବ ନେଇଛନ୍ତି ସିଙ୍ଗାପୁର ସରକାର। ଏଥିରେ ଆଇଟି ପାର୍କ, ମେଡିକାଲ ସୁବିଧା, ଲୋକଙ୍କ ରହିବା ପାଇଁ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଓପନ ସ୍ପେସ, ଅର୍ଥନୀତିକ ଆକ୍ଟିଭିଟି ସହ  ନନ ପୋଲ୍ଲୁଟିଂ ହବ୍ ରହିବା। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ମଳିପଡ଼ା, ଦାସପୁର, ଅନ୍ଧାରୁଆ ଓ ଗୋଠପାଟଣାକୁ ନେଇ ହେବ ନୂଆ ସହର। ୮ ଶହ ଏକର ନୂଆ ସିଟି ପ୍ରୋଜେକ୍ଟ୍ ରେ ୭୦ ପ୍ରତିଶତ ସରକାରୀ ଜାଗା ରହିଛି । ୨୦୦ଶହ ଏକକ ଫରେଷ୍ଟ ଜାଗା ରହିଛି । ବେସରକାରୀ ୨୬ ଏକର ଅଧିଗ୍ରହଣ କରାଯିବ।ଏଥିପାଇଁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି । ମାଷ୍ଟର ପ୍ଲାନ୍ ସରିଲେ କାମ ଆରମ୍ଭ ହେବ।  ନୂଆ ସହର  ନିର୍ମାଣ ପାଇଁ ସିଙ୍ଗାପୁର ସରକାର ଏହାର ଡ୍ରଇଙ୍ଗ ଏବଂ ଡିଜାଇନ  ପ୍ରସ୍ତୁତ  ଦାୟିତ୍ୱ ନେଇଛନ୍ତି । ଧୋଲେରା ଗିଫ୍ଟ ସିଟି ଢାଞ୍ଚାରେ ଏହାର ନିର୍ମାଣ ହେବା ନେଇ ଚିନ୍ତା କରାଯାଉଛି । 

ଟିପି ସ୍କିମ୍‌ ଗାଁ ଗୁଡ଼ିକୁ ସାମିଲ କରାଯିବ । ଲୋକମାନଙ୍କ ଠାରୁ ଅଧିକରୁ ଅଧିକ ଜାଗାକୁ ନେଇ ବିକାଶ କରାଯିବ। ସେଠାରେ ସ୍ବରେଜ, ପାନୀୟଜଳ ବ୍ୟବସ୍ଥା ସହ ରାସ୍ତା ନିର୍ମାଣ କରାଯିବ। କଟକ ସୀମା ପର୍ଯ୍ୟନ୍ତ ବିଡ଼ିଏ ପରିଧି ବୃଦ୍ଧି ହେଇଛି l ଟିମ୍ ସ୍କିମର କାମ ଦ୍ରୁତ ଗତିରେ ଚାଲିଛି ଆମ ସରକାର ଏହାକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଲୋକମାନେ କିପରି ଅଧିକ ଲାଭ ପାଇଁ ପାରିବେ ସେନେଇ ସରକାର ନଜର ଦେଇଛନ୍ତି । ନୀତି ଆୟୋଗ ସହ ମିଶି କାମ କରୁଛି ବିଡିଏ ବୋଲି ମନ୍ତ୍ରୀ କହିଛନ୍ତି।