ନୀଳଗିରି,୨୯/୧୧: ଭାଲୁ ଆକ୍ରମଣରେ ମହିଳା ଗୁରୁତର। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ,ଦିନ ଦ୍ୱିପ୍ରହରରେ ନୀଳଗିରି କୁଳଡିହା ଅଭୟାରଣ୍ୟ ସୀମାନ୍ତ ମିରିଗିଣୀ ଅଞ୍ଚଳରେରେ ଥିବା ଖଣ୍ଡିଆ ହୁଡିକୁ ପଥୁରିଆ ଗ୍ରାମର ଜୟରାମ ଦେହୁରୀଙ୍କ ସ୍ତ୍ରୀ ମିନତୀ ପାହାଡ଼କୁ ଯାଇଥିଲେ। ଲତା ମୂଳରେ ଥିବା ଏକ ଭାଲୁ ତାଙ୍କୁ ଆତର୍କିତ ଆକ୍ରମଣ କରିଥିଲା।ଫଳରେ ସେ ପଥର ଉପରେ କଚାଡି ପଡିଯାଇଥିଲେ। ଭାଲୁଟି ମୁଣ୍ଡ ଓ ଶରୀରରେ ଗଭୀର କ୍ଷତ ସୃଷ୍ଟି କରିଥିବା ବେଳେ ଗୋଡ଼ଟି ଭାଙ୍ଗି ଯାଇଛି।ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ବାଲେଶ୍ଵର ସ୍ଥାନାନ୍ତର କରିଛନ୍ତି।ଏନଏସି ଚେୟାରମ୍ୟାନ ମହେନ୍ଦ୍ରନାଥ ବେହେରା ଯାଇ ତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି।