ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

କେଉଁ ଧାତୁର କ୍ରିଷ୍ଟାଲ୍ ଲୋଟସ୍‌ କିଣିବା ଭଲ, ଏହା ଆର୍ଥିକ ଉନ୍ନତିରେ ସାହାଯ୍ୟ କରେ…

Published By : Prameya | February 1, 2024 3:21 PM

ଭୁବନେଶ୍ୱର, ୧।୦୨: ପଦ୍ମଫୁଲକୁ ସୌଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ ବୋଲି ବିବେଚନା କରାଯାଏ । ଘରେ ପଦ୍ମଫୁଲ ରଖିଲେ ନକାରତ୍ମକ ଶକ୍ତି ଦୂର ହୋଇଥାଏ । ପେଙ୍ଗସୁଇରେ ମଧ୍ୟ କ୍ରିଷ୍ଟାଲ୍ ଲୋଟସ୍‌ର ଅନେକ ଲାଭ ବିଷୟରେ ଉଲ୍ଲେଖ କରାଯାଇଛି । ଏହା ଆର୍ଥିକ ସଙ୍କଟରୁ ଦୂର କରିବା ସହ ଘରେ ସୁଖ ଓ ସମୃଦ୍ଧି ଆଣିଥାଏ । ଘରର ବାସ୍ତୁ ଦୋଷ ମଧ୍ୟ କ୍ରିଷ୍ଟାଲ୍ ଲୋଚସ୍ ଦ୍ୱାରା ଦୂର ହୋଇଥାଏ । ତେବେ କ୍ରିଷ୍ଟାଲ୍ ଲୋଟସ୍ ଦ୍ୱାରା ଆଉ କ’ଣ ସବୁ ଲାଭ ହୋଇଥାଏ, ଆସନ୍ତୁ ଜାଣିବା… 

  • ଏହା ଘରେ ବାସ୍ତୁ ଦୋଷ ଦୂର ହେବା ସହିତ ଆର୍ଥିକ ଉନ୍ନତି ଆଣିଥାଏ ବୋଲି କୁହାଯାଏ ।
  • ଏହାକୁ ଦେଖିଲେ ମନରେ ସକାରତ୍ମକ ଭାବନା ଆସୁଥିବାରୁ କୌଣସି କାମରେ ବାଧାବିଘ୍ନ ଆସିନଥାଏ । 
  • କ୍ରିଷ୍ଟାଲ୍ ଲୋଟସ୍‌କୁ ଘରର ଝରକା ପାଖରେ ରଖିବା ଉଚିତ୍ । ଏହାଦ୍ୱାରା ଘରକୁ ସକାରତ୍ମକ ଶକ୍ତିର ଆଗମନ ହୋଇଥାଏ । 
  • ଘରର ଦକ୍ଷିଣ-ପଶ୍ଚିମ କୋଣରେ କ୍ରିଷ୍ଟାଲ୍ ଲୋଟସ୍ ରଖିଲେ ଦୁର୍ଭାଗ୍ୟ ଦୂର ହୋଇଥାଏ । 
  • ଅଫିସ୍ କିମ୍ୱା କାର୍ଯ୍ୟାଳୟର ମଧ୍ୟଭାଗରେ କ୍ରିଷ୍ଟାଲ୍ ଲୋଟସ୍ ରଖିବା ଦ୍ୱାରା ଧନ ବୃଦ୍ଧି ହୁଏ । 
  • କ୍ରିଷ୍ଟାଲ୍ ଲୋଟସ୍ କିଣିବା ପୂର୍ବରୁ କିଛି ବିଷୟ ପ୍ରତି ଧ୍ୟାନ ରଖିବା ଆବଶ୍ୟକ । ଏହାର ସବୁ ପାଖୁଡ଼ା ଖୋଲା ଥିବା ପ୍ରତି ଧ୍ୟାନ ଦିଅନ୍ତୁ । 
  • କ୍ରିଷ୍ଟାଲ୍ ଲୋଟସ୍ କେବଳ କାଚରେ ତିଆରି ହୋଇଥିବା ଉଚିତ୍ । ଅନ୍ୟ କୌଣସି ଧାତୁରେ ତିଆରି ହୋଇଥିବା କ୍ରିଷ୍ୟାଲ୍ ଲୋଟସ୍ ଆଦୌ ଭଲ ହୋଇନଥାଏ ।  
  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.