ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗାଜର ଜୁସ୍ ପିଇଲେ ହୋଇଥାଏ ଏହି ସବୁ ଫାଇଦା, ଓଜନ ହ୍ରାସଠୁ ହୃଦରୋଗ ଯାଏ ମିଳିଥାଏ ଲାଭ

Published By : Anindita Ratha | December 5, 2024 3:17 PM

ଶୀତ ଋତୁରେ ମିଳିଥାଏ ଅନେକ ପନିପରିବା।  ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ତେବେ ସେଥିମଧ୍ୟରୁ ଗାଜର ଅନ୍ୟତମ । ଗାଜର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୁର ।  ଗାଜରରେ ଭିଟାମିନ-ଏ, ଭିଟାମିନ-ସି, କେ, ପୋଟାସିୟମ, ଆଇରନ, କ୍ୟାଲେସିୟମ ଭଳି ଜରୁରୀ ପୋଷକ ତତ୍ତ୍ବ ରହିଥାଏ । ଏହା ବ୍ଲଡପ୍ରେସର ନିୟନ୍ତ୍ରଣଠାରୁ ଇମ୍ୟୁନିଟି ବଢାଇବା ଯାଏଁ କାମ କରେ ।  ଓଜନ ହ୍ରାସରେ ସହାୟକ ହୋଇଥାଏ ଗାଜର । ତେବେ ଆସନ୍ତୁ ଜାଣିବା ଗାଜର ଖାଇଲେ କଣ ସବୁ ଫାଇଦା ମିଳିଥାଏ । 

ବ୍ଲଡପ୍ରେସର ନିୟନ୍ତ୍ରଣ: କଞ୍ଚା ଗାଜରରେ ଥାଏ ପ୍ରଚୁର ପରିମାଣର ପୋଟାସିୟମ । ଯାହା ଶରୀରରେ ସୋଡିୟମ ସ୍ତର ସନ୍ତୁଳିତ କରିବାରେ ସାହାଯ୍ୟ କରେ । ଏଥିସହ ସୋଡିୟମ ବ୍ଲଡପ୍ରେସର କମ୍ କରିବାରେ କାମ କରେ । ଏହାବ୍ୟତୀତ କଞ୍ଚା ଗାଜରରେ ଅଧିକ ଫାଇବର ଥାଏ । ଏହା ପାଚନରେ ସୁଧାର ଆଣେ ଓ ଶରୀରରେ କୋଲେଷ୍ଟ୍ରଲ କମ୍ କରେ । 

ଦୃଷ୍ଟିଶକ୍ତି ବଢାଏ: ଗାଜର ଭିଟାମିନ-ଏର ଏକ ଭଲ ଉତ୍ସ । ଏହା ଆଖିର ରେଟିନା ମଜଭୁତ କରିବାରେ ସାହାଯ୍ୟ କରେ ଓ ଦୃଷ୍ଟିଶକ୍ତି ବଢାଏ।

ଓଜନ ହ୍ରାସ: ଓଜନ କମାଇବାକୁ ଚାହୁଁଥିବା ଲୋକେ ଗାଜର ଜୁସ୍ ପିଇବା ଲାଭଦାୟକ । ଏହା କେବଳ ଓଜନ ହ୍ରାସରେ ସହାୟକ ହୁଏନି ସ୍ବାସ୍ଥ୍ୟ ମଧ୍ୟ ଭଲ ରଖେ । ଏଥିରେ ଫାଇବର ଥିବାରୁ ଭୋକ ନିୟନ୍ତ୍ରଣ କରେ । ଫଳରେ ବାରମ୍ବାର ଖାଇବାକୁ ଇଚ୍ଛା ହୋଇନଥାଏ । 

ରୋଗ ପ୍ରତିରୋଧକ ଶକ୍ତି ବଢାଏ: କଞ୍ଚା ଗାଜର ରସ ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରେ । ପ୍ରତିଦିନ ଗୋଟିଏ ଗାଜର ଖାଇବା ଦ୍ବାରା ଶରୀରକୁ ଜରୁରୀ ପୋଷକ ତତ୍ତ୍ବ ମିଳେ, ଯାହା ରୋଗ ସହ ଲଢିବାର କ୍ଷମତା ବଢାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.