ନୂଆଦିଲ୍ଲୀ,୪/୫ : ୪ ମଇରେ ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଟିଏମସିର ୧୫ବର୍ଷର ଶାସନର ଅନ୍ତ ଘଟାଇଛି। ସେଠାରେ ବିଜେପି ବର୍ତ୍ତମାନ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ଏହାର ଅର୍ଥ ହେଉଛି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ଆଉ କ୍ଷମତାରେ ରହିବ ନାହିଁ। ବିଜେପି ରାଜ୍ୟରେ କ୍ଷମତା ଗ୍ରହଣ କରିବ। ତୃଣମୂଳ କଂଗ୍ରେସ ନେତା ଏବଂ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ ଏବେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ନିର୍ବାଚନ ଫଳାଫଳ ଉପରେ ଏହା ତାଙ୍କର ପ୍ରଥମ ନ ପ୍ରତିକ୍ରିୟା।
ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ଏକ ସଭ୍ୟ ସମାଜରେ, ସମସ୍ତେ ଲୋକଙ୍କ ରାୟକୁ ଗ୍ରହଣ କରିବା ଉଚିତ। ଭୋଟ ଗଣନା ପ୍ରକ୍ରିୟା ଅସାଧାରଣ ଧୀର ଗତିରେ ଚାଲିଛି। ପୂର୍ବରୁ ୨୦୨୧ରେ, ପ୍ରାୟ ୯୦% ଗଣନା ସାଢ଼େ ଆଠ ଘଣ୍ଟା ମଧ୍ୟରେ ସମାପ୍ତ ହୋଇଥିଲା। ଏବେ ସମାନ ସମୟରେ କେବଳ ୬-୮ରାଉଣ୍ଡ ଶେଷ ହୋଇଛି।
ଅଭିଷେକ ବାନାର୍ଜୀ କହିଛନ୍ତି, "ମୁଁ ସମସ୍ତଙ୍କୁ ଧର୍ଯ୍ୟ ରଖିବାକୁ ଅନୁରୋଧ କରୁଛି। ମୁଁ ସମସ୍ତ ତୃଣମୂଳ କଂଗ୍ରେସ କାଉଣ୍ଟିଂ ଏଜେଣ୍ଟମାନଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ ସେମାନେ କୌଣସି ପରିସ୍ଥିତିରେ କାଉଣ୍ଟିଂ କେନ୍ଦ୍ର ଛାଡି ନ ଯାଆନ୍ତୁ। ଅନେକ ସ୍ଥାନରେ ଫଳାଫଳ ଗଣମାଧ୍ୟମକୁ ମଧ୍ୟ ଜଣାଯାଉ ନାହିଁ। ବର୍ଦ୍ଧମାନ ଦକ୍ଷିଣରେ, ତୃଣମୂଳ କଂଗ୍ରେସ ପୂର୍ବରୁ ଜିତିସାରିଛି। ତଥାପି, ଭୋଟ ପୁନଃଗଣନା କରାଯାଉଛି।" ଅଭିଷେକ ବାନାର୍ଜୀ କହିଛନ୍ତି ଯେ, କଲ୍ୟାଣୀରେ ଅତି କମରେ ଆଠଟି ଏପରି ଇଭିଏମ୍ ଅଛି, ଯେଉଁଠାରେ ନିୟନ୍ତ୍ରଣ ୟୁନିଟର ତଥ୍ୟ ଫର୍ମ ୧୭C ସହିତ ମେଳ ଖାଉ ନାହିଁ। ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ହେଷ୍ଟିଙ୍ଗ୍ସ ଗଣନା କେନ୍ଦ୍ର ପରିଦର୍ଶନ କରିଥିଲେ, ଯେଉଁଠାକୁ ନିର୍ବାଚନ କମିଶନ ତାଙ୍କୁ ପ୍ରାର୍ଥୀ ନ ଥିବାରୁ ସେଠାରୁ ଚାଲିଯିବାକୁ କହିଥିଲେ। ସୂଚନା ରହିଛି ଯେ, ମମତା ବାନାର୍ଜୀ ଖୁବ୍ ଶୀଘ୍ର ରାଜ୍ୟପାଳଙ୍କୁ ଭେଟିପାରନ୍ତି। ସେ ଏବେ ବି ଗଣନା କେନ୍ଦ୍ରରେ ଉପସ୍ଥିତ ଅଛନ୍ତି। ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବିଜେପି ଆମର ଗଣନା କେନ୍ଦ୍ରକୁ ଲୁଟ୍ କରୁଛି।