ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବାର ନଜର ଆସୁଛି। ବଙ୍ଗଳା ବିଧାନସଭାର ଭୋଟ୍ ଗଣତିର ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ବହୁମତର ସଂଖ୍ୟା ଅତିକ୍ରମ କରିସାରିଛି। ତୃଣମୂଳ କଂଗ୍ରେସ ଖୁବ୍ ଅଧିକ ପଛରେ ଚାଲିଛି। ଏହି ମଧ୍ୟରେ ଡ. କୁମାର ବିଶ୍ୱାସ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରିଛନ୍ତି। ସେ ବଙ୍ଗଳାକୁ ସମ୍ୱୋଧିତ କରି କହିଛନ୍ତି ,ମୁଁ ତୁମକୁ ବହୁତ ଭଲ ପାଉଛି।
ନିର୍ବାଚନ ଆୟୋଗର ଅଫିସିଆଲି ସଂଖ୍ୟା ମୁତାବିକ ବିଜେପି ସକାଳ ୧୨ଟା ସୁଦ୍ଧା ୧୭୦ ସିଟ ଆଗୁଆ ରହିଥିଲା। ପ୍ରାରମ୍ଭିକ ଟ୍ରେଣ୍ଡ ପରେ କୁମାର ବିଶ୍ୱାସ ବାଂଲା ଭାଷାର କିଛି ଲାଇନ୍ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି , ସେ ଲେଖିଥିଲେ –
‘ଆମାର ଶୋନାର ବାଂଲା,
ଆମି ତୋମାର ଭାଲୋବାଶି।
ଚିରୋଦିନ ତୋମାର ଆକାଶ,
ତୋମାର ବତାଶ,
ଅମାର ପ୍ରାନେ ବଜାଏ ବାଶୀ’
ବିଜେପି ଟ୍ରେଣ୍ଡରେ ଅତିକ୍ରମ କଲା ବହୁମତର ଫିଗର –
ନିର୍ବାଚନ ଆୟୋଗର ସଂଖ୍ୟା ମୁତାବିକ ବିଜେପି ୧୨.୧୦ ଟା ସୁଦ୍ଧା ୧୭୦ ସିଟରେ ଆଗୁଆ ଚାଲିଛି। ତୃଣମୂଳ କଂଗ୍ରେସ ୯୧ ସିଟ୍ରେ ଆଗୁଆ ଚାଲିଛି। ଅନ୍ୟ ଦଳ ଗୁଡ଼ିକ ଚାରୋଟି ସିଟ୍ରେ ଆଗୁଆ ଚାଲିଛନ୍ତି। ବିଜେପି ମେଖଲିଗଞ୍ଜ,ମାଥାଭାଙ୍ଗା , କୁଚବିହାର ଦକ୍ଷିଁଣ ସିତାଲକୁଚୀ , ଦିନହାଟା , ନତାବାଡି, ତୁଫାନଗଞ୍ଜ , କୁମାରଗ୍ରାମ, କାଳଚିନି , ଫାଲାକାଟା ଓ ମାଦାରିହାଟ ସିଟରେ ଆଗୁଆ ଚାଲିଛି।
ସିଙ୍ଗୁର ସିଟରେ ବିଜେପି ଆଗୁଆ , ଟିଏମ୍ସି ପଛରେ –
ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଆଲୋଚନାରେ ଥିବା ସିଙ୍ଗୁର ସିଟ୍ରେ ଭାରତୀୟ ଜନତା ପାର୍ଟି(ବିଜେପି) ମତଗଣନାର ପ୍ରାରମ୍ଭିକ ଟ୍ରେଣ୍ଡରେ ତୃଣମୂଳ କଂଗ୍ରେସ ଠାରୁ ପ୍ରାୟ ୩ହଜାର ଭୋଟରେ ଆଗୁଆ ରହିଛି। ସିଙ୍ଗୁରରେ ପରିତ୍ୟକ୍ତ ଟାଟା ନାନୋ କାର ଫ୍ୟାକ୍ଟ୍ରିର ପ୍ରସଙ୍ଗ ନିର୍ବାଚନ ପ୍ରଚାର ବେଳେ ପ୍ରମୁଖ ଭାବେ ଉଠିଥିଲା। ସିଙ୍ଗୁର ବିଧାନସଭା ସିଟ୍ରେ ବିଜେପିର ଅରୁପ କୁମାର ଦାସ ନିଜର ଟିକଟତମ ପ୍ରତିଦ୍ୱନ୍ଦ୍ୱୀ ତୃଣମୂଳ କଂଗ୍ରେସର ବେଚାରାମ ମନ୍ନାଙ୍କ ଠାରୁ ୨,୯୬୫ଟି ଭୋଟରେ ଆଗୁଆ ଅଛି। ଅରୁଆ କୁମାରା ଦାସଙ୍କୁ ୧୫,୫୧୬ ଭୋଟ ମିଳିଥିବା ବେଳେ ମନ୍ନାଙ୍କୁ ୧୨,୬୫୧ ଭୋଟ ପ୍ରାପ୍ତ ହୋଇଛି।
आमार शोनार बांग्ला,
— Dr Kumar Vishvas (@DrKumarVishwas) May 4, 2026
आमि तोमाए भालोबाशी.
चिरोदिन तोमार आकाश,
तोमार बताश,
अमार प्राने बजाए बाशी….❤️🇮🇳🙏 pic.twitter.com/qbqQ9KeYUN
ଆହୁରି ମଧ୍ୟ ପଢନ୍ତୁ : ମମତା ଗଲେ, ଗୋଗୋଇ ଗଲେ, ତା ସହ ବି ଗଲା ଷ୍ଟାଲିନବାଦ ,ଭାରତରେ କେବଳ ଚାଲିବ ରାଷ୍ଟ୍ରବାଦ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର