ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ବାହାରିବା ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ହିଂସା । ବୁଧବାର ଜଣାଶୁଣା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଚନ୍ଦ୍ରନାଥ ରଥଙ୍କ ହତ୍ୟା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଶୁଭେନ୍ଦୁ ଅଧିକାରୀ । ତାଙ୍କ ନାମ ଆଗରେ ରହିଥିବାବେଳେ ପିଏଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଶୁଭେନ୍ଦୁ ଅଧିକାରୀ ।

ଶୁଭେନ୍ଦୁ ନିଜର ପ୍ରତିକ୍ରିୟାରେ କହିଛନ୍ତି କି, ଚନ୍ଦ୍ରନାଥ ମୋର ନିକଟତର ହୋଇଥିବାରୁ ତାଙ୍କୁ ଜାଣିଶୁଣି ହତ୍ୟା କରାଯାଇଛି । ଭବାନୀପୁରରେ ମମତାଙ୍କୁ ପରାସ୍ତ କରିଥିବାବେଳେ ଏହି ରାଗରେ ସେ ହତ୍ୟା କରାଯାଇଥିବା ସେ କହିଛନ୍ତି । ଯିଏ ହତ୍ୟା କରିଛି ସେ ଜଣେ ଆତଙ୍କବାଦୀ ।

କହି ରଖୁଛୁ କି, ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ଏହି ଘଟଣାଟି ଉତ୍ତର 24 ପରଗନା ଜିଲ୍ଲାର ମଧ୍ୟମଗ୍ରାମର ଦୋହାରିଆ ମୋଡ଼ରେ ଘଟିଥିଲା । ଚନ୍ଦ୍ରନାଥ ରଥ ସେହି ସମୟରେ ତାଙ୍କ ଘର ପାଖରେ ତାଙ୍କ କାରରେ ଥିଲେ ।

 

ଆକ୍ରମଣକାରୀମାନେ ଏକ ମୋଟରସାଇକେଲରେ ଆସିଥିଲେ । ସେମାନେ ତାଙ୍କ ଗାଡ଼ିକୁ ଅଟକାଇଲେ ଏବଂ ତା’ପରେ ତିନି ରାଉଣ୍ଡ ଗୁଳି ଚଳାଇଲେ । ଗୁଳିଗୁଡ଼ିକ ସିଧାସଳଖ ତାଙ୍କ ଛାତିରେ ବାଜିଥିଲା, ଯାହା ଫଳରେ ତାଙ୍କର ତୁରନ୍ତ ମୃତ୍ୟୁ ଘଟିଥିଲା । ଗାଡ଼ିରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିଲେ ।

 

ପୋଲିସ ଏହି ମାମଲାର ତଦନ୍ତ କରୁଛି । ତଦନ୍ତର କେନ୍ଦ୍ରବିନ୍ଦୁ ହେଉଛି ଏକ ରୂପା ରଙ୍ଗର ଗାଡ଼ି ଯାହା ଚନ୍ଦ୍ରନାଥ ରଥଙ୍କ ଗାଡ଼ିକୁ ଅଟକାଇଥିଲା । ରାତି ପ୍ରାୟ ୧୦:୨୦ ସମୟରେ, ଚନ୍ଦ୍ରନାଥଙ୍କ ଗାଡ଼ି ତାଙ୍କ ଘର ଆଡ଼କୁ ଯାଉଥିବା ରାସ୍ତାରେ ମୋଡ଼ି ଯାଇଥିଲା । ତାଙ୍କ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ, ଆକ୍ରମଣକାରୀମାନେ ଚନ୍ଦ୍ରନାଥ ରଥଙ୍କ ଗାଡ଼ି ସମ୍ମୁଖରେ ଏହି ରୂପା ରଙ୍ଗର ଗାଡ଼ି (WB 74 AK 2270) ରଖି ଏହାକୁ ଅଟକାଇଥିଲେ ।

​​​​​​​ଏହାସହ ପଢ଼ନ୍ତୁ : ଅକ୍ଷୟ-ଏକତାଙ୍କ ନାଁରେ ଅଭିଯୋଗ, ଦେଇନାହାନ୍ତି ପେମେଣ୍ଟ...