ବେଙ୍ଗାଲୁରୁ, ୨୬/୦୩ : ୫୦ ହଜାର ଟଙ୍କାର ସିକ୍ୟୁରିଟି ଡିପୋଜିଟ୍ ଏବଂ ମୋଟା ବ୍ରୋକରେଜ୍ ଦେବା ସତ୍ତ୍ଵେବି ୧୫ ଦିନରେ ତଡ଼ା ଖାଇଲେ ଭଡ଼ାଟିଆ। ପଡୋଶୀଙ୍କ ଛାତରେ ଲୁଗା ଶୁଖାଇଲେ ବୋଲି ଅଲ୍ଟିମେଟମ ଦେଲେ ଘର ମାଲିକ। କାନ ମୁଣ୍ଡା ଆଉଁସି ଘର ଛାଡ଼ିଲେ ଭଡ଼ାଟିଆ। ବେଙ୍ଗାଲୁରୁରେ ଏଭଳି ଏକ ଅଜବ ଘଟଣା ଘଟିଛି।

ସୂଚନାନୁଯାୟୀ, ବେଙ୍ଗାଲୁରୁର ଜଣେ ଭଡ଼ାଟିଆ ମାର୍ଚ୍ଚ ୪ ତାରିଖରେ ୮୦ ହଜାର ଟଙ୍କା ଡିପୋଜିଟ୍ କରି ଏକ ଘର ଭଡ଼ାରେ ନେଇଥିଲେ। ହେଲେ ଫ୍ଲାଟରେ ବାଲକୋନୀ ସୁବିଧା ନଥିବାରୁ ସେ ତାଙ୍କ ନବଜାତ ଶିଶୁର କପଡ଼ା ପଡୋଶୀଙ୍କ ବାଲକୋନୀରେ ନେଇ ଶୁଖାଇଥିଲେ। ଏନେଇ ପଡୋଶୀ ମଧ୍ୟ ଅନୁମତି ଦେଇଥିଲେ। ହେଲେ ଘର ମାଲିକଙ୍କୁ ଏକଥା ହଜମ ହେଲାନି। ୧୫ ଦିନ ଭିତରେ ଘର ଖାଲି କରିବାକୁ ସେ ଉକ୍ତ ଭଡ଼ାଟିଆଙ୍କୁ ଅଲ୍ଟିମେଟମ ଦେଇଦେଲେ। ଏନେଇ ରେଡଇଟ୍ ରେ ଭଡ଼ାଟିଆ ଜଣଙ୍କ ତାଙ୍କ ସମସ୍ୟା ବିଷୟରେ ଲେଖିଛନ୍ତି।

ଭଡ଼ାଟିଆ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଘର ସିଫ୍ଟ କରିବା ବେଳେ ସେ ତାଙ୍କ କପଡ଼ା ଶୁଖାଇବା ପାଇଁ ଛାତରେ ଗ୍ରିଲର ବ୍ୟବହାର କରିବାକୁ ଅନୁମତି ମାଗିଥିଲେ। ହେଲେ ଘର ମାଲିକ ମନା କରିଦେଲେ। କୌଣସି ଉପାୟ ନପାଇ ଶେଷରେ ସେ ଲୁଗା ଶୁଖାଇବା ପାଇଁ ଜଣେ ପଡୋଶୀଙ୍କୁ ଅନୁରୋଧ କଲେ। ସେ ମାନିଯିବାରୁ ତାଙ୍କ ବାଲକୋନୀରେ ନେଇ ଲୁଗା ଶୁଖାଇଥିଲେ। ହେଲେ ଘର ମାଲିକ ଏବିଷୟରେ ଜାଣିବା ପରେ ଏହା ଅନୁଚିତ କହି ଏଗ୍ରିମେଣ୍ଟ ଭାଙ୍ଗି ୧୫ ଦିନ ଭିତରେ ଘର ଖାଲି କରିବାକୁ ଅଲ୍ଟିମେଟମ ଦେଇଥିଲେ।

ଏହି ଖବରଟିକୁ ପଢନ୍ତୁ- ପଶ୍ଚିମବଙ୍ଗର ଗୋଟିଏ ବୁଥ୍ରୁ ୩୪୦ ମୁସଲିମ ଭୋଟରଙ୍କ ନାମ ଗାଏବ, ଲିଷ୍ଟରେ ନାହିଁ BLOଙ୍କ ନାଁ