ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଇସ୍ରାଏଲରେ ୟୁପି ଭଳି ଫର୍ମୁଲା,ଜାଣନ୍ତୁ କାହା ଘର ଭାଙ୍ଗିବାକୁ ଯାଉଛନ୍ତି ନେତନ୍ୟାହୁ

Published By : Harapriya Biswal | November 17, 2024 6:37 PM

ନୂଆଦିଲ୍ଲୀ,୧୭।୧୧: ଗତ ବର୍ଷ ୭ ଅକ୍ଟୋବରରେ ହମାସର ଭୀଷଣ ନରସଂହାର ପରେ ଇସ୍ରାଏଲ ଭିତରେ ବହୁ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣର ଅଭିଯୁକ୍ତଙ୍କ ସହ ମୁକାବିଲା କରିବା ପାଇଁ ଇସ୍ରାଏଲ ଏବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଫର୍ମୁଲା ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ୨୦୨୩ ରେ ଇସ୍ରାଏଲୀ ସୈନିକଙ୍କ ହତ୍ୟା କରୁଥିବା ଗନମ୍ୟାନ୍‌ଙ୍କ ଘର ଧ୍ବଂସ କରିବାର ନିର୍ଦେଶ ଦେଇଛି। ଏହାକୁ ନେଇ ଇସ୍ରାଏଲରେ ବିବାଦ ଜାରି ରହିଛି। ନିୟମ କଥା ଦର୍ଶାଇ ମାନବାଧିକାର ଗୋଷ୍ଠୀ ଏହାର ସମାଲୋଚନା କରୁଛନ୍ତି। ଏହି ଅଭିଯୋଗର ମୁକାବିଲା ପାଇଁ ନେତନ୍ୟାହୁ ସରକାରୀ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି।

ମାମଲା ଗତ ବର୍ଷ ଜେରୁଜେଲମ୍‌ର ନିକଟବର୍ତ୍ତୀ ଏକ ଆଇଡିଏଫ୍ ପୋଷ୍ଟରେ ପାଲେଷ୍ଟାଇନ୍ ବନ୍ଧୁକଧାରୀଙ୍କ ଦ୍ବାରା କରାଯାଇଥିବା ଆକ୍ରମଣ ସହ ଜଡିତ। ଏହି ଆକ୍ରମଣରେ ତିନି ବନ୍ଧୁକଧାରୀ ଓ୍ବେଷ୍ଟ ବ୍ୟାଙ୍କର ରୁଟ୍‌ ୬୦ ରେ ସୁଡଙ୍ଗ ଚୌକିରେ ଆକ୍ରମଣ କରିଥିଲା ଓ ଆଇଡିଏଫ୍ ସୈନିକ କର୍ପୋରଲ ଅବରାମ ଫେଟେନାର ହତ୍ୟା କରିଦେଇଥିଲେ। 

ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ଅନସାରେ, ଏକ ବଡ଼ ପଦକ୍ଷେପ ଅନୁସାରେ, ସେନା କହିଛି ସେ ସେହି ପାଲେଷ୍ଟାଇନ୍ ବନ୍ଧୁକଧାରୀର ଘରକୁ ନଷ୍ଟ କରିବାକୁ ଯୋଜନା କରାଯାଉଛି, ଯିଏକି ଗତ ବର୍ଷ ଏକ ଇସ୍ରାଏଲି ସୈନିକକୁ ହତ୍ୟା କରିଥିଲା। ଏହି ଘରକୁ ଚଳିତ ବର୍ଷ ଆରମ୍ଭରୁ ପ୍ରଥମ ଥର ଭାଙ୍ଗି ଦିଆଯାଇଥିଲା। ପରେ ଏହାକୁ ପୁଣିଥରେ ନିର୍ମାଣ କରାଯାଇଥିଲା ଓ ଏବେ ଆଇଡିଏଫ୍ ପୁଣିଥରେ ଏହାକୁ ଭାଙ୍ଗିବାର ପ୍ଲାନିଂ କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.