ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗଜପତି ମୁହାଁ ମହାବଳ ! ସତର୍କ ରୁହନ୍ତୁ, ଫେକ୍‌ ଭିଡିଓ କରନି ଭାଇରାଲ...

Published By : Prameya | November 12, 2024 2:38 PM

ବ୍ରହ୍ମପୁର,୧୨/୧୧: ଗଜପତି  ମୁହାଁ ହେଉଛି ମହାରାଷ୍ଟ୍ର ମହାବଳ ।  ବ୍ରହ୍ମପୁର ବନଖଣ୍ଡ ରାମଗୁଡ଼ାରେ  ଗତ ଶନବାର ମହାବଳର ଗତିବିଧି ରହିଥିଲା । ଦୁଇ ଦିନ ଧରି ମହାବଳ  ସେଠାରେ ବୁଲିବା ପରେ କେ.  ନୂଆଗାଁ ହୋଇ ଗଜପତି ମୁହାଁ ହୋଇଛି ।  ମହାବଳର ଗତିବିଧି ଉପରେ ବନ  ବିଭାଗର ସ୍ୱତନ୍ତ୍ର ଟିମ୍‌ ନଜର ରଖିଛନ୍ତି ।  ଗାଇଡ଼ା ଘାଟି ଅଞ୍ଚଳରେ ଶେଷ ଥର ମହାବଳର ଉପସ୍ଥିତି ବାରିଛି ବନ  ବିଭାଗ । ନିୟମିତ ମହାରାଷ୍ଟ୍ର ମହାବଳର  ଗତିବିଧି ଗଞ୍ଜାମ ଜିଲ୍ଲାରେ ଜାରି ରହିଛି ।  

ବାଘ ଏ ପର୍ଯ୍ୟନ୍ତ କୌଣସି ଲୋକଙ୍କୁ କ୍ଷତି କରିନାହି। ବାଘ ଉପରେ ନଜର ରଖିବା ପାଇଁ ୬ଟି ସ୍ଥାନରେ ଟ୍ରାପ କ୍ୟାମେରାରା ଖଞ୍ଜା ଯାଇଥିବା ବେଳେ କୌଣସି କ୍ୟାମେରା ଫଟୋ ଉଠିନି। ସେହିଭଳି ଏ ପର୍ଯ୍ୟନ୍ତ ୬ଟି ପଶୁ ଶିକାର କରି ବାଘଟି ଖାଇଛି। ଏହାର କ୍ଷତିପୂରଣ ବାବଦକୁ ୫୮ହଜାର ୫୦୦ ଟଙ୍କା ହେବ ବୋଲି ଆକଳନ କରିଛି ବନ ବିଭାଗ। ଏଥିସହିତ ସର୍ତକ ରହିବ ସହ ଫେକ୍ ଭିଡିଓ ଭାଇରାଲ ନକରିବାକୁ ପ୍ରେସ୍‌ ମିଟ୍ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଡିଏଫଓ ସନି ଖୋଖର।

ସୂଚନ ଯୋଗ୍ୟ ଯେ, ଦୁଇ ସପ୍ତାହ ହେଲା ମହାବଳ ବ୍ରହ୍ମପୁର  ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ବୁଲୁଛି ।  କେତେବେଳେ ଜାତୀୟ ରାଜପଥ ଅତିକ୍ରମ କରୁଛି ତ କେତେବେଳେ ଗାଇ  ଓ ଛେଳି ଶିକାର କରୁଛି । କେ. ନୂଆଗାଁ  ଅଞ୍ଚଳରେ ବାଛୁରୀ ଶିକାର କରିଥିଲା ।  କିଛି ଦିନ ବ୍ୟବଧାନରେ ଗୋଳନ୍ଥରା  ଥାନା ନିକଟରେ ଜାତୀୟ ରାଜପଥ  ଅତିକ୍ରମ କରିଥିଲା । 

ଗତ ମଙ୍ଗଳବାର  ସେ ପନାଡ ଗ୍ରାମରେ ୪ଟି ଛେଳି  ଶିକାର କରିଥିଲା । ଶନିବାର ମହାବଳ  ଟାମଣା ଘାଟିରେ ରାସ୍ତା ପାର ହେଉଥବା ବେଳେ ବାଟୋଇ ଦେଖିଥିଲେ । ବନ  ବିଭାଗକୁ ଖବର ଦେବା ପରେ କର୍ମଚାରୀ  ସେଠାରେ ପହଞ୍ଚି ବାଘର ଗତିବିଧି  ଯାଞ୍ଚ କରିଥିଲେ । ରାମଗୁଡ଼ା ଜଙ୍ଗଲରେ  ମହାବଳର ମଳ ଓ ପାଦ ଚିହ୍ନ ଠାବ  କରିଛନ୍ତି ବନ କର୍ମଚାରୀ । ଏହାପରେ  ଗତ ଦୁଇ ଦିନ ହେଲା ମହାବଳ ଆଗକୁ ବଢ଼ିଛି । 

ରବିବାର ରାତିରେ କେ. ନୂଆଗାଁ  ନିକଟ ଏକ ଗ୍ରାମ ପାଶ୍ୱର୍ ଦେଇ ମହାବଳ  ଅତିକ୍ରମ କରିଥିବା ବନ କର୍ମଚାରୀ  କହିଛନ୍ତି । ସୋମବାର ମହାବଳର  ଗତିପଥ ଗଜପତି ଜିଲ୍ଲା ମୁହାଁ ରହିଛି ।  ମହାବଳ ଗାଇଡା ଘାଟି ଅଞ୍ଚଳ ହୋଇ  ଲଖାରୀ ଅଭୟାରଣ୍ୟକୁ ପ୍ରବେଶ କରୁଛି । ବର୍ତ୍ତମାନ ଉଭୟ ବନଖଣ୍ଡର କର୍ମଚାରୀ  ମହାବଳ ଉପରେ ନଜର ରଖିଛନ୍ତି ।  ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ବାଘର  ଗତିବିଧି ଦେଖିଲେ ବନ ବିଭାଗକୁ  ଜଣାଇବାକୁ ସତର୍କ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.