ନୂଆଦିଲ୍ଲୀ, ୨୨।୬: ଭାରତରେ ଇଭି ଅର୍ଥାତ୍ ଇଲେଟ୍ରିକ୍ ଭେଇକିଲ୍‌ ଲୋକପ୍ରିୟ ହେବାରେ ରାଗିଛି । ଲଗାତାର ବଢ଼ୁଥିବା ପେଟ୍ରୋଲ-ଡିଜେଲ ଦର, କମ୍ ରନିଂ କଷ୍ଟ୍ ଏବଂ ସହରଗୁଡ଼ିକରେ ବୃଦ୍ଧି ପାଉଥିବା ଚାର୍ଜିଂ ଷ୍ଟେସନ ଯୋଗୁଁ ଏବେ ଲୋକେ ଦୈନନ୍ଦିନ ବ୍ୟବହାର ପାଇଁ ଇଲେକ୍ଟ୍ରିକ୍ ଗାଡ଼ି ଅର୍ଥାତ୍ ଇଭିକୁ ଦ୍ରୁତ ଗତିରେ ଆପଣାଉଛନ୍ତି । ସେ ଦୁଇ ଚକିଆ ହେଉ କିମ୍ୱା ଚାରି ଚକିଆ, ପେଟ୍ରୋଲ ଡିଜେଲ୍ ଦାମ୍ ବଢ଼ିବାରୁ ଇଭି କିଣିବାକୁ ଅଧିକାଂଶ ଲୋକ ଆଗ୍ରହ ଦେଖାଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏବେ କମ୍ ବଜେଟେ୍ରେ ଇଭି କିଣିପାରିବେ ଗ୍ରାହକ । ଏଭଳି କିଛି ଇଭି ରହିଛି ଯାହା ମଧ୍ୟବିତ୍ତ ପରିବାରଙ୍କ ପକେଟକୁ ସୁହାଇବ । କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଇଲେକ୍ଟ୍ରିକ୍ କାର୍ ଗୁଡ଼ିକ ବହୁତ ମହଙ୍ଗା ଥିଲା, କିନ୍ତୁ ଏବେ ସେମିତି ନାହିଁ । ଯଦି ଆପଣଙ୍କ ବଜେଟ୍ କମ୍ ଅଛି, ତେବେ ବି ଚିନ୍ତା କରନ୍ତୁନି । ଆଜି ଆମେ ଆପଣଙ୍କୁ ଭାରତର ପାଞ୍ଚଟି ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍ ବିଷୟରେ କହିବୁ, ଯାହାର ଏକ୍ସ-ଶୋ'ରୁମ୍ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ବି କମ୍‌ରୁ ଆରମ୍ଭ ହେଉଛି ।

୧. ଟାଟା ଟିଆଗୋ ଇଭି (Tata Tiago EV)

ଏହା ଭାରତର ସବୁଠାରୁ ପପୁଲାର୍ ଏବଂ ଶସ୍ତା ଇଲେକ୍ଟ୍ରିକ୍ ହ୍ୟାଚବ୍ୟାକ୍ କାର୍ ମଧ୍ୟରୁ ଅନ୍ୟତମ । ଏହାର ଏକ୍ସ-ଶୋ'ରୁମ୍ ମୂଲ୍ୟ ୬.୯୯ ଲକ୍ଷରୁ ଆରମ୍ଭ ହେଉଛି । ଏହା ମୋଟ ଚାରୋଟି ଭାରିଆଣ୍ଟ ଏବଂ ଦୁଇଟି ବ୍ୟାଟେରୀ ବିକଳ୍ପ ସହ ଆସିଥାଏ । ଏଥିରେ 19.2kWh ଏବଂ 24kWh ର ବ୍ୟାଟେରୀ ଅପ୍ସନ ମିଳିଥାଏ । ଏହାର ବଡ଼ ବ୍ୟାଟେରୀ ମଡେଲ୍ ପ୍ରାୟ ୨୦୫-୨୧୫ କିଲୋମିଟର ଏବଂ ଛୋଟ ବ୍ୟାଟେରୀ ପ୍ୟାକ୍ ପ୍ରାୟ ୧୬୦-୧୭୦ କିଲୋମିଟରର ରେଞ୍ଜ୍ ଦେଇଥାଏ ।

୨. ଏମଜି କମେଟ୍ ଇଭି (MG Comet EV)

ଯଦି ଆପଣ ସହରର ଟ୍ରାଫିକ୍ ଏବଂ ସଂକୀର୍ଣ୍ଣ ଗଳି ପାଇଁ ଏକ ଛୋଟ, ଷ୍ଟାଇଲିଶ୍ ଏବଂ ସ୍ମାର୍ଟ କାର୍ ଖୋଜୁଛନ୍ତି, ତେବେ ଏମଜି କମେଟ୍ ଏକ ଭଲ ବିକଳ୍ପ । ଏହାର ଏକ୍ସ-ଶୋ'ରୁମ୍ ମୂଲ୍ୟ ୭.୬୦ ଲକ୍ଷରୁ ଆରମ୍ଭ ହେଉଛି ଏବଂ ଏହା ମୋଟ ୫ଟି ଭାରିଆଣ୍ଟରେ ଉପଲବ୍ଧ । ଏଥିରେ 17.3kWh ର ବ୍ୟାଟେରୀ ପ୍ୟାକ୍ ମିଳିଥାଏ, ଯାହା 42hp ର ପାୱାର ଏବଂ 110Nm ର ଟର୍କ ପ୍ରଦାନ କରେ । ସିଙ୍ଗଲ୍ ଚାର୍ଜରେ ଏହି କାର୍ ୨୩୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ ।

୩. ଟାଟା ପଞ୍ଚ ଇଭି (Tata Punch EV)

ଯଦି ଆପଣଙ୍କୁ ଟିକେ ଉଚ୍ଚା ଏବଂ ମସ୍କୁଲାର SUV ଲୁକ୍ ଥିବା ଇଲେକ୍ଟ୍ରିକ୍ ଗାଡ଼ି ପସନ୍ଦ, ତେବେ ଟାଟା ପଞ୍ଚ ଇଭି ଆପଣଙ୍କ ପାଇଁ ବେଷ୍ଟ ହୋଇପାରେ । ଏହାର ଏକ୍ସ-ଶୋ'ରୁମ୍ ମୂଲ୍ୟ ୯.୬୯ ଲକ୍ଷରୁ ଆରମ୍ଭ ହୋଇ ୧୨.୫୯ ଲକ୍ଷ ପର୍ଯ୍ୟନ୍ତ ଯାଇଥାଏ । ଏଥିରେ 30 kWh ଏବଂ 40 kWhର ଦୁଇଟି ବ୍ୟାଟେରୀ ବିକଳ୍ପ ରହିଛି । ଏହାର ବଡ଼ (40 kWh) ବ୍ୟାଟେରୀକୁ ନେଇ କମ୍ପାନୀ ଦାବି କରିଛି ଯେ ଏହା ଗୋଟିଏ ଚାର୍ଜରେ ୪୬୮ କିଲୋମିଟର ରେଞ୍ଜ୍ ଦିଏ, ଯଦିଓ ପ୍ରକୃତ ଦୁନିଆରେ ଏହା ସହଜରେ ୩୫୫ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ ।

ଏହା ବି ପଢ଼ନ୍ତୁ... Bharat Forge Share: ରକ୍ଷା ମନ୍ତ୍ରଣାଳୟରୁ ମିଳିଲା ୪୨୫ କୋଟିର ବଡ଼ ଅର୍ଡର; ୫ ବର୍ଷରେ ୮ ଗୁଣ ହେଲା ଟଙ୍କା !

୪. ସିଟ୍ରୋଏନ୍ ଇ-ସି୩ (Citroen eC3)

ଫ୍ରାନ୍ସର ପ୍ରସିଦ୍ଧ କମ୍ପାନୀ ସିଟ୍ରୋଏନ୍ର ଏହି ଇଲେକ୍ଟ୍ରିକ୍ କାର୍ଟି ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ କାର୍ ଭିତରେ ଅଧିକ ସ୍ପେସ୍ ଏବଂ ବଡ଼ ଡିକି ଚାହୁଁଛନ୍ତି । ଏହାର ଏକ୍ସ-ଶୋ'ରୁମ୍ ମୂଲ୍ୟ ୧୧.୯" ଲକ୍ଷରୁ ଆରମ୍ଭ ହେଉଛି । ଏଥିରେ 29.2 kWh ର ବଡ଼ ବ୍ୟାଟେରୀ ପ୍ୟାକ୍ ରହିଛି, ଯାହା 56 hp ପାୱାର ଏବଂ 143 Nmର ଟର୍କ ଜେନେରେଟ୍ କରେ । ଏହି କାର୍ ଥରେ ଫୁଲ୍ ଚାର୍ଜ ହେଲେ ୩୨୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ।

୫. ଟାଟା ଟିଗୋର ଇଭି (Tata Tigor EV)

ଯଦି ଆପଣ ନିଜ ପରିବାର ପାଇଁ ଏକ ଭଲ ଇଲେକ୍ଟ୍ରିକ୍ ସେଡାନ କାର୍ କିଣିବାକୁ ଚାହୁଁଛନ୍ତି, ତେବେ ଟାଟା ଟିଗୋର ଇଭି ଏକ ଭଲ ଚଏସ୍ । ଏହାର ଏକ୍ସ-ଶୋ'ରୁମ୍ ପ୍ରାଇସ୍ ୧୨.୫୦ ଲକ୍ଷରୁ ଆରମ୍ଭ ହେଉଛି । ଏଥିରେ 26kWh ର ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି, ଯାହା 75hp ପାୱାର ଏବଂ 170Nm ର ଦମଦାର୍ ଟର୍କ ଦେଇଥାଏ । ଥରେ ଫୁଲ୍ ଚାର୍ଜ କଲେ ଏହି ସେଡାନ କାର୍ ୩୧୫ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ । ଏହାସହ ଡିସି ଫାଷ୍ଟ ଚାର୍ଜର ସାହାଯ୍ୟରେ ଏହି କାର୍ ମାତ୍ର ୫୯ ମିନି ୧୦ ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯାଇଥାଏ ।