ଲକ୍ଷ୍ନୌ : ଲକ୍ଷ୍ନୌର ଅଲିଗଞ୍ଜ ସ୍ଥିତ ପୁରନିଆ ଅଞ୍ଚଳରେ ସୋମବାର ଭୀଷଣ ଅଗ୍ନିକାଣ୍ଡରେ ପୂରା ସହରରେ ଆତଙ୍କ ଖେଳି ଯାଇଛି।ଏହି ଭୟଙ୍କର ଅଗ୍ନିକାଣ୍ଡରେ ଏବେସୁଦ୍ଧା ୧୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ ଥିବା କୁହାଯାଉଛି , ଯେଉଁଥିରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଘଟଣା ସମୟରେ ବିଲ୍ଡିଂରେ ହଠାତ୍ ନିଆଁ ଲାଗି ଯାଇ ଥିଲା ଏବଂ କିଛି କ୍ଷଣ ମଧ୍ୟରେ ପୂରା ବିଲ୍ଡିଂରେ ନିଆଁ ଓ ଧୂଆଁର ଆସ୍ତରଣ ଘେରି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ସଂପୃକ୍ତ ଅଞ୍ଚଳରେ ଭୟଙ୍କର ବାତାବରଣ ଖେଳି ଯାଇଛି ଏବଂ ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଏପଟସେପଟ ଦୌଡ଼ିବାର ନଜର ଆସୁଥିଲା।
ଆରମ୍ଭରେ ଏହି ଘଟଣାକୁ କୋଚିଂ ସେଣ୍ଟର ଓ ଲାଇବ୍ରେରୀ ସହ ଯୋଡ଼ି ଦେଖାଯାଇ ଥିଲା , କିନ୍ତୁ ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ସ୍ପଷ୍ଟ କରିଥିଲେ ଯେ, ବିଲ୍ଡିଂରେ ନା କୌଣସି କୋଚିଂ ସେଣ୍ଟର ଚାଲୁଥିଲା ନା ହିଁ କୌଣସି ଲାଇବ୍ରେରୀ ଥିଲା। ଅଧିକାରୀଙ୍କ ଅନୁସାରେ ଗ୍ରାଉଣ୍ଡ ଫ୍ଲୋରରେ ପେଟ୍ ସପ୍ ଥିଲା , ଉପର ମହଲାରେ ଗେମିଂ ଜୋନ୍ ଚାଲୁଥିଲା, ଯେଉଁଠି କର୍ମଚାରୀମାନେ ଗେମିଂ ସଫ୍ଟୱେୟାର ଉପରେ କାମ କରୁଥିଲେ।
ନିଆଁ ଲାଗିବା ପରେ ଉପର ମହଲାରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି, କିଛି ଲୋକ ବାଥରୁମରେ ଫସି ରହିଥିବା କଥା ମଧ୍ୟ କୁହାଯାଉ ଥିଲା , ହେଲେ ପରେ ଉଦ୍ଧାର କାର୍ଯ୍ୟ ବେଳେ ସମସ୍ତଙ୍କୁ ସୁରକ୍ଷିତ ବାହାର କରାଯାଇଛି। ସୂଚନା ପାଇବା କ୍ଷଣି ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥିଲା । ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଥିଲା ଯେ, ଅନେକ ଲୋକ ବିଲ୍ଡିଂର ବାହାରୁ ଆସିବା ପାଇଁ ତଳକୁ ଡ଼େଇଁ ପଡ଼ିବାର ଦେଖିବାକୁ ମିଳିଥିଲା।
ଅଗ୍ନିଶମ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମରେ ନିଆଁକୁ କାବୁ କରାଯାଇଛି। ପୁନର୍ବାର ଯେମିତି ନିଆଁ ଲାଗିବାର ସମ୍ଭାବନା ନରହେ, ସେଥିପାଇଁ ବର୍ତ୍ତମାନ କୁଲିଂ ଅପରେସନ ଜାରି ରହିଛି । ଘଟଣାର ସୂଚନା ପାଇବା କ୍ଷଣି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ଧ୍ୟାନକୁ ନେଇଥିଲେ ଏବଂ ଅଧିକାରୀଙ୍କୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାରକାର୍ଯ୍ୟ ଦ୍ରୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହତଙ୍କ ସଠିକ୍ ଚିକିତ୍ସା ଓ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
PM Modi anguished by the loss of lives in a fire accident in Lucknow, Uttar Pradesh, announces ex-gratia of Rs 2 lakh to the next of kin of each deceased and Rs 50,000 to the injured pic.twitter.com/u9nKkvd8tp
— ANI (@ANI) June 22, 2026
ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟକୁ ନିରୀକ୍ଷଣ କରିଛନ୍ତି। ସେ କହିଛନ୍ତି ମୃତକଙ୍କ ସଂଖ୍ୟା ୧୫ ଯାଏ ପହଞ୍ଚି ସାରିଛି ଏବଂ ସେମାନଙ୍କ ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ଏବଂ ମୃତକଙ୍କ ପରିବାର ଲୋକଙ୍କ ପାଇଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ପିଏମଓ କହିଛି ଯେ, ମୃତକଙ୍କ ପରିବାରକୁ ପ୍ରାଇମିନିଷ୍ଟର ନ୍ୟାସନାଲ ରିଲିଫ ଫଣ୍ଡରୁ ୨ ଲକ୍ଷ ଟଅହକା ଓ ଆହତଙ୍କ ୫୦ ହଜାର ଟଙ୍କାର ସହାୟତା ରାଶି ଦିଆଯିବ।
ଲକ୍ଷ୍ନୌ ପୁଲିସ ଓ ପ୍ରଶାସନ ସ୍ପଷ୍ଟ କରିଛି ଯେ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ସରିଛି ଏବଂ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଏବେ ପୂରା ମାମଲାର ଯାଞ୍ଚ ଜାରି ରହିଛି ଏବଂ ପ୍ରଶାସନ ସବୁ ଦିଗ ଉପରେ ନଜର ରଖିଛି।
ଆହୁରି ମଧ୍ୟ ପଢନ୍ତୁ : କେଉଁ ଦେଶର ମହିଳା ଅଧିକ ଟାଣନ୍ତି ସିଗାରେଟ୍, ଜାଣନ୍ତୁ କେତେ ନମ୍ବର ସ୍ଥାନରେ ଅଛି ଭାରତ ?