ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏଠି ଥାନାକୁ ଆସନ୍ତି ଦୋଳ ଗୋବିନ୍ଦ, ଗୁଆ ଓ ଅକ୍ଷତ ଦେଇ ନିମନ୍ତ୍ରଣ କରନ୍ତି ଥାନା ଅଧିକାରୀ

Published By : Rasmita Pradhan | March 12, 2025 10:29 AM

ଭୁବନେଶ୍ଵର, ୧୨/୦୩ : ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଛନ୍ତି ପରମାନନ୍ଦ। ଅବିର ସଙ୍ଗେ ଝାଲେରୀ ମିଶାଇ, ଫଗୁ ଖେଳୁଛନ୍ତି ଯଦୁ ଗୋସାଇଁ। ବରଷକ ଥରେ ଆସିଛି ହୋଲି, ନାଚ ସବୁ ଝୁଲିଝୁଲି। ରଙ୍ଗ ଏବଂ ଭାଇଚାରାର ପର୍ବ ହୋଲି। ଏଥିପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଜମିଲାଣି ସେଲିବ୍ରେସନ୍। ଗାଁଠୁ ନେଇ ସହର ସବୁଠି ଉତ୍ସବମୁଖର। ଏହି କ୍ରମରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ପରିସରରେ ଆୟୋଜିତ ହୋଇଛି ନିଆରା ମୁନିସି ମେଲଣ। ଏଠି ପରସ୍ପରକୁ ଅବିର ଲଗାଇ ହୋଲି ଖେଳୁଛନ୍ତି ପୋଲିସ ଏବଂ ସାଧାରଣ ଜନତା। 

ସେବେର ମୁନିସି ଏବେର ପୋଲିସ। ଇଂରେଜ ଶାସନ ସମୟରେ ମୁନିସିଙ୍କ ଅତ୍ୟାଚାରରେ ଅତିଷ୍ଠ ହେଉଥିଲେ ଲୋକେ। ସେତେବେଳେ ମୁନିସି ନାଁ ଶୁଣିବା ମାତ୍ରେ ଲୋକଙ୍କ ମନରେ ସୃଷ୍ଟି ହେଉଥିଲା କୋକୁଆ ଭୟ। ଏବେ କିନ୍ତୁ ସେ ସମୟ ନାହିଁ। ତାର ଉଦାହରଣ ହେଉଛି ଏହି ମୁନିସି ମେଲଣ। ନହେଲେ ଥାନା ପରିସରରେ ପୋଲିସ ବାବୁଙ୍କୁ ରଙ୍ଗ ଲଗେଇ କଣ ନାଚଗୀତର ଆସର ଜମୁଥାନ୍ତା। ଏଠି ଭେଦଭାବ ନାହିଁ, କି ପୋଲିସର ଭୟ ନାହିଁ। ଗୋଟିଏ ଦିନ ପାଇଁ ଏଠି ସମସ୍ତେ ସମାନ। 

୧୯୪୨ ମସିହା କଥା। ମୁନିସିଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଅଗଷ୍ଟ ୧୭ ତାରିଖରେ ଭଣ୍ଡାରିପୋଖରୀ ଥାନା ପୋଡ଼ି ଦେଇଥିଲେ ଲୋକେ। ଆଉ ତାପରେ ଭଣ୍ଡାରିପୋଖରୀକୁ ଥାନା ବାବୁ ହୋଇ ଆସିଥିଲେ ବାବୁଲାଲ ମୁନିସି। ଲୋକଙ୍କ ସହ ସମ୍ପର୍କ ସୁଧାରିବାକୁ ସେ ଆରମ୍ଭ କରିଥିଲେ ମୁନିସି ମେଲଣ। ଏବେ ଏହା ଗଣପର୍ବରେ ପରିଣତ ହୋଇଛି। ଏହି ମେଲଣରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬୦ରୁ ଅଧିକ ମେଢ ଶୋଭାଯାତ୍ରାରେ ଆସିଥାନ୍ତି। ଏହାପରେ ନାଚଗୀତର ଆସର ଜମେ। ଥାନା ନିକଟରେ ମେଢ ପହଞ୍ଚିବା ପରେ ଥାନା ଅଧିକାରୀ ଗୁଆ ଓ ଅକ୍ଷତ ଦେଇ ଠାକୁରଙ୍କୁ ନିମନ୍ତ୍ରଣ କରିଥାନ୍ତି । ପରେ ଆରମ୍ଭ ହୁଏ ରଙ୍ଗର ଖେଳ । ଥାନାର ବଡ଼ବାବୁଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମଚାରୀଙ୍କ ସହ ରଙ୍ଗ ଖେଳନ୍ତି ସାଧାରଣ ଲୋକେ। ଏକାଠି ହୁଅନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଥାନା ପରିସରରେ ଦୁଇ ଦିନ ଧରି ଆୟୋଜିତ ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ। ଆଉ ତାପରେ ଶେଷ ହୁଏ ମୁନିସି ମେଲଣ। 

ଲୋକଙ୍କ ମନରୁ ପୋଲିସ ପ୍ରତି ଭୟ ଦୂର ପାଇଁ ମୁନିସି ମେଳଣ ମାଧ୍ୟମ ହୋଇଛି। ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଏହି ମେଲଣ ଏକ ସେତୁ ପାଲଟିଛି। ଏହି ମେଲଣ ଏବେ ସ୍ଥାନୀୟ ଅଞ୍ଚଳ ପାଇଁ ଗଣପର୍ବ ପାଲଟିଛି। 


ଏହି ଖବରଟିକୁ ପଢନ୍ତୁ-ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.