ବଲାଙ୍ଗୀର,୦୨/୦୫ : ବୋହୂକୁ ଏକା ଦେଖି ଶୂଶୁରର ଅସଦାଚରଣ ଅଭିଯୋଗ। ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାଧିଆପାଲିରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ପୁଅର ସ୍ତ୍ରୀକୁ ଖରାପ ନଜରରେ ଦେଖିବାକୁ ପଛାଇନଥିଲା ସଇତାନ ଶ୍ବଶୁର। ଶେଷରେ ବୋହୂକୁ ରାସ୍ତାରୁ ହଟାଇବା ପାଇଁ ପେଟ ଦରଜ ଔଷଧ କହି ବିଷ ପିଆଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ପୀଡିତ ମହିଳା ଜଣକ।

ସୂଚନା ମୁତାବକ,ଦେଓଗାଁ ଥାନା ଅନ୍ତର୍ଗତ ଅଫାମରା ଗାଁର ନରୋତ୍ତମ ଛାତ୍ରୀଆ ତାଙ୍କ ଝିଅକୁ ମାଧିଆପାଲିର ପଞ୍ଚା ସୁନାକୁ ୮ ବର୍ଷ ତଳେ ବିବାହ କରାଇଥିଲେ। ହେଲେ ଛୋଟ ଘର ଝିଅ ବୋଲି ବିଭିନ୍ନ ସମୟରେ ଶାଶୁଘର ଲୋକ ଅତ୍ୟାଚାର କରୁଥିଲେ। ଏଥିସହ ଗତ ୩ ମାସ ହେଲା ବୋହୂ ଉପରେ ଶ୍ବଶୁର ବିଦେଶୀ ସୁନା ପାପ ନଜର ପକାଇଆସୁଥିଲା । ବିଭିନ୍ନ ସମୟରେ ବାହାନା କରି ଏକାନ୍ତକୁ ଡାକି ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ଏହାକୁ ବୋହୂ ସବୁବେଳେ ବିରୋଧ କରି ଆସୁଥିଲେ। ଶେଷ ଶ୍ବଶୁର କିଛି ଉପାୟ ନପାଇ ବୋହୂକୁ ରାସ୍ତାରୁ ହଟାଇବା ଯୋଜନା କରିଥିଲେ । ବୋହୂର ପେଟ ଦରଜ ହେବାରୁ ତାଙ୍କୁ ଔଷଧ କହି ବିଷ ଦେଇଥିବା ଅଭିଯୋଗ ଆସିଛି । ବିଷ ପିଇ ବୋହୂ ଅଚେତ ହେବା ପରେ ସମ୍ପର୍କୀୟ ତାଙ୍କୁ ଭୀମଭୋଇ ମେଡ଼ିକାଲକୁ ଆଣିଥିଲେ । ସେପଟେ ମହିଳାଙ୍କୁ ବାପା ଘର ଲୋକ ଅଭିଯୁକ୍ତ ଶ୍ବଶୁର ନାଁରେ ଥାନାରେ ବଧୂ ହତ୍ୟା ଉଦ୍ୟମ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।