​​​​​​​ଭୁବନେଶ୍ୱର, ୧୯୯: ଓଡ଼ିଶାରେ ପଲଟ୍ରି ଚାଷୀଙ୍କୁ ବୁଷ୍ଟର ଡୋଜ୍ ଦେବ ପଲଟ୍ରି ଏକ୍ସପୋ । ଏଠାରେ କୁକୁଡ଼ା, ବତକ, ଅଣ୍ଡା ଚାଷ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଶିକ୍ଷା, ଯନ୍ତ୍ରପାତି ରହିଛି ଚାଷୀ ଓ ପଲଟ୍ରି ଫାର୍ମ ମାଲିକ ଏଠୁ ଅନେକ କିଛି ଶିଖିପାରିବେ ସରକାର କୁକୁଡ଼ା ଚାଷୀଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି କୁକୁଡ଼ା, ବତକ ପାଳନ ପାଇଁ ଏଠାରେ ପ୍ରଚୁର ସମ୍ଭାବନା ରହିଛି ରାଜ୍ୟରେ ପ୍ରଥମ ଥର ଏଭଳି ଏକ ପ୍ରଦର୍ଶନୀ ହେଉଥିବାରୁ ଖୁବ୍ ଖୁସି ଲାଗୁଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଶୁକ୍ରବାର ଓୟୁଏଟି ଭେଟେରିନାରୀ ପଡ଼ିଆରେ ପ୍ରଥମ ଥର ଭାରତ ପଲଟ୍ରି ଏକ୍ସପୋ ଉଦଘାଟିତ ହୋଇଯାଇଛି ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହାକୁ ଉଦଘାଟନ କରିଥିଲେ

ଦ୍‌ଘାଟନୀ ସମାରୋହରେ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ପଶ୍ଚିମବଙ୍ଗ ପଲଟ୍ରି ଫେଡେରସନ ସଭାପତି ମଦନ ମୋହନ ମାଇତି, ଆପିକଲ ଏମଡି ଶୁଭ୍ରାଂଶୁ ମିଶ୍ର, ଓୟୁଏଟି ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଡିନ ଡ଼ ସୁସେନ ପଣ୍ଡା, ଡ଼ ପିକେ ଶୁକ୍ଲା, ଚ୍‌ଏମ୍ ଦାସ, ସୁଧାଂଶୁ ଭୂଷଣ ତ୍ରିପାଠୀ, ବିଦ୍ୟାଶଙ୍କର ପୁଞ୍ଜା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପଲଟ୍ରି ଫାର୍ମ ଏଥିରେ ଭାଗ ନେଇ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଛନ୍ତି ଏହି ଏକ୍ସପୋ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ