ଭୁବନେଶ୍ୱର, ୧୬/୧୦: ପୂର୍ବତନ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କର ହେଲା ପଲିଗ୍ରାଫ ଟେଷ୍ଟ । ଟେଷ୍ଟ ସାରି ଗୁଜରାଟରୁ ଫେରିଲେ ଦିନକୃଷ୍ଣ ମିଶ୍ର ଏବଂ କ୍ରାଇମବ୍ରାଞ୍ଚ ଟିମ୍‌ । ଗୁଜରାଟ ଗାନ୍ଧିନଗର ଫରେନସିକ ଲ୍ୟାବରେ ସମସ୍ତ ଟେଷ୍ଟ କରାଯାଇଥିଲା । 

ସୂଚନା ମୁତାବକ, ଭରତପୁର ଥାନା ହାଇଡ୍ରାମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଭରତପୁରର ନିଲମ୍ବିତ ଥାନା ଅଧିକାରୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେ କୋର୍ଟରେ ହାଜର ପରେ ଗୁଜରାଟରେ ପଲିଗ୍ରାଫ ଟେଷ୍ଟ କରିବା ପାଇଁ ରାଜି ହୋଇଥିଲା । ଶେଷରେ କ୍ରାଇମବ୍ରାଞ୍ଚ ଟିମ୍‌ ଏବଂ ଭରତପୁର ଥାନାର ପୂର୍ବତନ ଅଧିକାରୀ ଦିନକୃଷ୍ଣ ମିଶ୍ର ଗୁଜରାଟ ଯାଇଥିଲେ । ସେଠାରେ ପୂର୍ବତନ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କର  ପଲିଗ୍ରାଫ ଟେଷ୍ଟ ହୋଇଥିଲା ।

ଏଥିସହିତ ବ୍ରେନ ମ୍ୟାପିଙ୍ଗ ଓ ନାର୍କୋ ଟେଷ୍ଟ ମଧ୍ୟ କରାଯାଇଥିଲା । ଗୁଜରାଟ ଗାନ୍ଧିନଗର ଫରେନସିକ ଲାବରେ ସମସ୍ତ ଟେଷ୍ଟ କରାଯାଇଥିଲା । ପୂର୍ବରୁ ଅନ୍ୟ ୪ ଜଣ ଭରତପୁର ଥାନା ଏସଆଇ ଓ ଏଏସଆଇଙ୍କର ପଲିଗ୍ରାଫ ଟେଷ୍ଟ ସାରି ଫେରିଥିଲା କ୍ରାଇମବ୍ରାଞ୍ଚ ।