କେନ୍ଦୁଝର ସଦର ୧୭/୧୧(ଆପ୍ର)କେନ୍ଦୁଝର ସହରରେ ରହୁଥିବା ଜଣେ ଅଚିହ୍ନା ବ୍ୟକ୍ତି ଙ୍କ ଗତକାଲି ମୃତ୍ୟୁ ଘଟିଛି। ଭରସା ପରିବାର ସଂଗଠନ ଶବ ଶେଷକୃତ୍ୟ ସଂମ୍ପନ୍ନ କରି ମାନବିକତା ଦେଖାଇଛି।ବ୍ୟକ୍ତି ଜଣଙ୍କ ଦିର୍ଘ ବର୍ଷରୁ ଏଠାରେ ରହୁଥିବାବେଳେ ସହରରେ ତାଙ୍କୁ ସମସ୍ତେ ନେପାଳି ବୋଲି ଡାକୁଥିଲେ। ରାତ୍ରରେ କେନ୍ଦୁଝରଗଡ ପୈାରପାଳିକା ଦୈନିକ ବଜାର ଦୁର୍ଗାମଣ୍ତପ ନିକଟରେଥିବା ଶୈାଚାଳୟରେ ଆଶ୍ରୟ ନେଉଥିଲେ।ତେବେ କେନ୍ଦୁଝରରେ ହାଡଭଙ୍ଗା ଶୀତ ଅଧିକ ହେବାରୁ ସେ ବାର୍ଦ୍ଧକ୍ୟ ଜନିତ କାରଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି।ଆଜି ସନ୍ଧ୍ୟାରେ ଖବର ପାଇ ଟାଉନ ପୋଲିସ ଓ ପୈାରପାଳିକା ପୂଜା କମିଟି ଭରସା ପରିବାର ସଦସ୍ୟମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ସ୍ବେଚ୍ଛାସେବୀ ସଂଗଠନ ଭରସାପରିବାର ସଭାପତି ଲୋମ୍ବଧର ମହାନ୍ତ ଓ ପୂଜା କମିଟି ସଭାପତି ମୁକେଶ କୁମାର ସାହୁ ମୃତଶବ ଶୈାଚାଳୟ ଭିତରୁ ଉଦ୍ଧାର କରି ମହାପ୍ରଣୟନ ଗାଡି ଯୋଗେ ସ୍ଥାନୀୟ ଧାଙ୍ଗଡପଡା ସ୍ଥିତ ଆଦର୍ଶ ଶ୍ମଶାନକୁ ଆଣିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଭରସା ପରିବାର ସଂଗଠନର ରକ୍ତଦାତା ଏସକେ ତହିଦ,ରକ୍ତଦାତା ଲୋକନାଥ ଡୁଟୁ,ସଦସ୍ୟ ଶିବାଜୀ ମହାନ୍ତ,ଦୁର୍ଗାପୂଜା କମିଟି ସଭାପତି ମାନସରଞ୍ଜନ ସ୍ବାଇଁ(କଟି),ସଭାପତି ଅନିଲ କୁମାର ସାହୁ(ଟୁକୁ),ମାନସ ରଞ୍ଜନ ତ୍ରିପାଠୀ(ମିଲୁ),କେନ୍ଦୁଝରଗଡପୈାରପାଳିକା ଉପାଧ୍ୟକ୍ଷ ବରଦାପ୍ରସନ୍ନ ଦାସ ପ୍ରମୁଖ ନେପାଳି ନାମକ ଅଚିହ୍ନା ଵ୍ୟକ୍ତିଙ୍କ ଶେଷକୃତ୍ୟ ସଂମ୍ପନ୍ନ କରିଛନ୍ତି।ଶ୍ମଶାନ ରକ୍ଷକ ସିଦ୍ଧେଶ୍ବର ନାଏକ ସହଯୋଗ କରିଥିଲେ।
ପୂର୍ବରୁ ସଦର ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ସରସ୍ବତୀ ମୁଣ୍ତାଙ୍କ ପୁଅ ବିଶ୍ବନାଥ ମୁଣ୍ତା(୧୭)ସାପ କାମୁଡାରେ ମୃତ୍ୟୁ ବରଣ କରିବା ପରେ ଗାଁ ରେ ଲୋକେ ଶବ ଶେଷକୃତ୍ୟ କରିବାକୁ ବାରଣ କରିଥିଲେ।ଭରସା ପରିବାର ମାନବିକତା ଦେଖାଇ ଏହି ଶ୍ମଶାସନରେ ଶେଷକୃତ୍ୟ ସଂମ୍ପନ୍ନ କରିଵା ସହ ଏକାଦଶାହ କାର୍ଯ୍ୟକ୍ରମରେ ପରିବାରଙ୍କୁ ତେଜରାତି ସାମଗ୍ରୀ ସହଯୋଗ କରିଥିଲା।ଏପରି ମାନବିକତା ପାଇଁ ପୁଣି ଭରସା ପରିବାର ସଂଗଠନକୁ ବିଭିନ୍ନ ମୋହଲରୁ ପ୍ରଶଂସିତ କରାଯାଇଛି।ତେବେ ବ୍ୟକ୍ତି ଜଣଙ୍କ ଦଶାହ ଏବଂ ଏକାଦଶାହ କାର୍ଯ୍ୟକ୍ରମ ଭରସା ପରିବାର ସଂଗଠନ ଓ ଦୁର୍ଗାପୂଜା କମିଟି ସଦସ୍ୟମାନେ କରିବେ ବୋଲି ପ୍ରକାଶ କରିଛନ୍ତି।